Below header

WhatsAppରେ ମାତ୍ର କେଇ ମିନିଟରେ ଚେକ କରନ୍ତୁ ବ୍ୟାଙ୍କ ବାଲାନ୍ସ, ଜାଣନ୍ତୁ କେମିତି ଚେକ କରିବେ ପୂରା ପ୍ରୋସେସ୍‌

ହ୍ଵାଟସଆପର ବ୍ୟବହାର ଲୋକମାନେ ବହୁତ ଭାବେ କରୁଛନ୍ତି। ଖାସ୍‌ କରି ଚାଟିଙ୍ଗ କରିବା ପାଇଁ ଏହାକୁ ବେଶି ୟୁଜ୍‌ କରାଯାଉଛି। କିନ୍ତୁ କଣ ଆପଣଙ୍କୁ ଜଣାଅଛି ହ୍ଵାଟସଆପ୍‌ ଜରିଆରେ ଆପଣ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ବାଲାନ୍ସକୁ ବି ଚେକ କରିପାରିବେ। ଯଦି ଆପଣ ଭାବୁଛନ୍ତି କେମିତି ଏମିତି ହୋଇପାରିବ, ତାହେଲେ ଆସନ୍ତୁ ଜାଣିବା ଏହାର ସହଜ ପ୍ରୋସେସ୍‌।

ହ୍ଵାଟସଆପରେ ୟୁପିଆଇ ପେମେଣ୍ଟର ସୁବିଧା ଦିଆଯାଇଛି। ଆପଣ ହ୍ଵାଟ୍ସଆପ ଜରିଆରେ ଟଙ୍କା ପଠାଇବି ପାରିବେ ଏବଂ ଟଙ୍କା ରିସିଭ୍‌ ମଧ୍ୟ କରିପାରିବେ। ହ୍ଵାଟ୍ସଆପ ୟୁପିଆଇ ପେମେଣ୍ଟ ଆପକୁ ଆପଣ Google Pay, PhonePe ଏବଂ Paytm ଭଳି ବି ବ୍ୟବହାର କରିପାରିବେ।

ଯଦି ଆପଣ ଏବେ ପର୍ଯ୍ୟନ୍ତ ହ୍ଵାଟ୍ସଆପ୍‌ ପେମେଣ୍ଟକୁ ସେଟଅପ୍‌ କରିନାହାଁନ୍ତି ତାହେଲେ ଆପଣ ଏହାକୁ ସେଟ କରିନିଅନ୍ତୁ। ଏଥିପାଇଁ ଆଇଓଏସ ୟୁଜର୍ସ ସେଟିଙ୍ଗକୁ ଯାଇ ପେମେଣ୍ଟ ଅପ୍ସନକୁ ଯିବାକୁ ହେବ। ସେହିପରି ଆଣ୍ଡ୍ରଏଡ ଡିଭାଇସ୍‌ ୟୁଜର୍ସଙ୍କୁ ଥ୍ରି-ଡଟ୍‌ ମେୁନ୍ୟ ଉପରେ କ୍ଲିକ କରି ଏହି ଅପ୍ସନକୁ ଯିବାକୁ ହେବ।

ଏହାପରେ ଆପଣଙ୍କୁ Add payment methodକୁ ଯାଇ ଅନ୍ୟ ଇନଷ୍ଟ୍ରକସନକ ଫଲୋ କରିବାକୁ ହେବ। ଆପଣ ସେହି ବ୍ୟାଙ୍କ ଆକାଉଣ୍ଟକୁ ଏଥିରେ ଆଡ୍‌ କରିପାରିବେ ଯେଉଁ ନମ୍ବରରେ ଆପଣଙ୍କ ହ୍ଵାଟସଆପ୍‌ ସହ ଲିଙ୍କ୍‌ ରହିଛି। ଶେଷ ଷ୍ଟେପରେ ଆପଣଙ୍କୁ ୟୁବିଆଇ ପିନ୍‌ ସେଟ୍‌ କରିବାକୁ ହେବ। ଏହି ୟୁପିଆଇ ପିନକୁ ଆପଣ ମନେ ରଖନ୍ତୁ।

ପେମେଣ୍ଟ ମେଥୋଡ ସେଟ ଏବଂ ବ୍ୟାଙ୍କ ଆକାଉଣ୍ଟ ଆଡ ହେବା ପରେ ଆପଣ ବ୍ୟାଙ୍କ ଆକାଉଣ୍ଟ ବାଲାନ୍ସକୁ ଚେକ କରିପାରିବେ। ଏଥିପାଇଁ ଆପଣଙ୍କୁ ଆଇଓଏସ ଡିଭାଇସରେ ହ୍ଵାଟସଆପ ଓପନ କରି ସ୍କ୍ରୀନର ବଟମରେ ଥିବା ସେଟିଙ୍ଗକୁ ଯିବାକୁ ହେବ। ଆଣ୍ଡ୍ରଏଡ୍‌ ଡିଭାଇସରେ ଏଥିପାଇଁ ଆପଣଙ୍କୁ ଟପ୍‌ ରାଇଟ ମେନ ସ୍କ୍ରୀନରେ ଥ୍ରୀ-ଡଟ୍‌ ମେନ୍ୟୁ ଉପରେ ଟ୍ୟାପ୍‌ କରିବାକୁ ହେବ।

ଏହାପରେ ଆପଣଙ୍କୁ ପେଟିଏମ୍‌ ଅପ୍ସନକୁ ସିଲେକ୍ଟ କରିବାକୁ ହେବ। ତାପରେ ଆପଣଙ୍କୁ ନିଜ ବ୍ୟାଙ୍କ ଆକାଉଣ୍ଟକୁ ସିଲେକ୍ଟ କରିବାକୁ ହେବ। ଏହାପରେ ଆପଣ View Account Balance ଉପରେ ଟ୍ୟାପ୍‌ କରନ୍ତୁ। ଏଠାରେ ଆପଣଙ୍କଚ ୟୁପିଆଇ ପିନ୍‌ ଏଣ୍ଟର କରିବାକୁ ହେବ। ସଠିକ ପିନ୍‌ ଏଣ୍ଟର କରିବା ପରେ ସ୍କ୍ରୀନରେ ଆପଣଙ୍କୁ ଆପଣଙ୍କ ବ୍ୟାଙ୍କ ବାଲାନ୍ସ ଦେଖାଯିବ।

ଏମିତି ବି ବ୍ୟାଙ୍କ ରହିଛି ଯାହା ହ୍ଵାଟସଆପରେ ବ୍ୟାକିଙ୍ଗ ଫ୍ୟାସିଲିଟୀ ଦେଇଥାଏ। ଏଥିପାଇଁ ଆପଣଙ୍କୁ ନିଜ ବ୍ୟାଙ୍କର ହ୍ଵାଟ୍ସଆପ ବ୍ୟାଙ୍କିଙ୍ଗ୍‌ ଫ୍ୟାସିଲିଟୀ ନମ୍ବର ସେଭ କରିବାକୁ ହେବ ଏବଂ ସେଥିରେ Hi ଲେଖି ପଠାଇବାକୁ ହେବ। ଏହାପରେ ମେନ୍ୟୁ ଆସିବ, ଯେଉଁଥିରେ ଆପଣ ବ୍ୟାଙ୍କ ବାଲାନ୍ସ ଜାଣିବା ପାଇଁ ରେସପନ୍ସ କରିପାରିବେ।

ଏହାସହ ପଢ଼ନ୍ତୁ : ଫେସବୁକରେ ବି ବନାଇ ପାରିବେ ରିଲ୍ସ, ଫଲୋ କରନ୍ତୁ ଏହି ପ୍ରୋସେସ୍‌ ଆଉ ବନାନ୍ତୁ ମଜାଦାର ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.