ଫେସବୁକରେ ବି ବନାଇ ପାରିବେ ରିଲ୍ସ, ଫଲୋ କରନ୍ତୁ ଏହି ପ୍ରୋସେସ୍‌ ଆଉ ବନାନ୍ତୁ ମଜାଦାର ଭିଡିଓ

ୟୁଟ୍ୟୁବ୍‌ ଏବଂ ଇନଷ୍ଟାଗ୍ରାମ ଭଳି ଏବେ ଆପଣ ଫେସବୁକରେ ବି ରିଲ୍ସ ବନାଇପାରିବେ। ଫେସବୁକ ତାର ୟୁଜର୍ସଙ୍କ ପାଇଁ ସର୍ଟ ଭିଡିଓ ବନାଉଥିବା ନିଜର ରିଲ୍ସ ଫିଚର ଆରମ୍ଭ କରିଦେଇଛି। କମ୍ପାନୀ ଟିକଟକୁ କଡା ଟକ୍କର ଦେବା ପାଇଁ ୧୫୦ ରୁ ବି ଅଧିକ ଦେଶରେ ଏହି ଫିଚର୍ସର ସୁବିଧା ଦେବାକୁ ଯାଉଛି। ଏହି ଫିଚର ସାହାଯ୍ୟରେ ଲୋକମାନେ ଏବେ ଇନଷ୍ଟାଗ୍ରାମ ଭଳି ଫେସବୁକରେ ମଧ୍ୟ ରିଲ୍ସ ବନାଇପାରିବେ।

ଏହି ଫିଚରକୁ ଆଣ୍ଡ୍ରଏଡ ଏବଂ ଆଇଓଏସ ଉଭୟ ଡିଭାଇସରେ ବ୍ୟବହାର କରାଯାଇପାରିବ। ଇନଷ୍ଟାଗ୍ରାମ ଭଳି Facebook Reels ଫିଚରର ବ୍ୟବହାର କରିବା ବି ବହୁତ ସହଜ। ଯେଉଁଭଳି ଭାବେ ୟୁଜର୍ସ ଇନଷ୍ଟାଗ୍ରାମରେ ରିଲ୍ସ ବନାଉଛନ୍ତି, ଠିକ ସେହି ଭଳି ଏବେ ଫେସବୁକରେ ମଧ୍ୟ ରିଲ୍ସ ବନାଇପାରିବେ।

ଫେସବକୁ ରିଲ୍ସ ବନାଇବାର ତରିକା

  • ସର୍ବପ୍ରଥମେ ନିଜ ମୋବାଇଲରେ Facebook ଆପ୍‌ ଓପନ କରନ୍ତୁ।
  • ଆପ୍‌ ଓପନ କରିବା ପରେ ହିଁ ଆପଣଙ୍କୁ ରୁମ୍ସ, ଗୃପ ଏବଂ ଲାଇଭ ସେକ୍ସନ ପାଖରେ ପ୍ରଥମରେ Reel ଅପସନ୍‌ ଆପଣଙ୍କୁ ଦେଖାଇବ।
  • Reel ଉପରେ କ୍ଲିକ କରିବା ପରେ ଆପଣଙକୁ କ୍ୟାମେରା ଆକସେସ୍‌ ଦେବାକୁ ହେବ। ଏହାପରେ Allow Access ଉପରେ କ୍ଲିକ କରିଦିଅନ୍ତୁ।
  • ଏହାପରେ ଆପଣ ଏଠାରେ କୌଣସି ନୂଆ ଭିଡିଓ ବନାଇ ବି ପାରିବେ ଏବଂ ଗ୍ୟାଲେରୀରେ କୌଣସି ବି ଭିଡିଓକୁ ଆଡ୍‌ ମଧ୍ୟ କରିପାରିବେ।
  • ଗ୍ୟାଲେରୀରେ କ୍ଲିପ ଆଡ କରିବା ପାଇଁ ଉପର ପାର୍ଶ୍ୱରେ ସାଇଡ ସ୍ୱାଇପ କରନ୍ତୁ ଏବଂ ନୂଆ ଭିଡିଓ ବନାଇବା ପାଇଁ ସ୍କ୍ରୀନ ଉପରେ ଆସୁଥିବା ଲାଲ କଲରର ପଏଣ୍ଟ ଉପରେ କ୍ଲିକ କରନ୍ତୁ।
  • ଏହାପରେ ଭିଡିଓ ସୁଟ୍‌ କରିବା ପରେ ସ୍କ୍ରୀନରେ ଦେଖାଯାଉଥିବା ରାଇଟ୍‌ ସାଇଡରେ ଥିବା ମ୍ୟୁଜିକ ଆଇକନ୍‌ ଉପରେ କ୍ଳିକ କରି ଭିଡିଓରେ ମ୍ୟୁଜିକ ଆଡ୍‌ କରିନିଅନ୍ତୁ।
  • ଏହାସହିତ ତୃତୀୟ ନମ୍ବରରେ ଆସୁଥିବା ଷ୍ଟିର୍କ୍ସ ଆଇକନ ଉପରେ କ୍ଲିକ କରି ଷ୍ଟିକର୍ସ ଆଡ୍‌ ମଧ୍ୟ କରିପାରିବେ।
  • ଏବେ ରାଇଟ ସାଇଡରେ ସବୁଠାରୁ ତଳେ ଆସୁଥିବା Next ବଟନ ଉପରେ କ୍ଲିକ କରନ୍ତୁ।
  • ଏଠାରେ ଡେସକ୍ରିପସନ୍‌ ଲେଖି ଏହାକୁ ସେୟାର କରିଦିଅନ୍ତୁ। Save ବଟନ ଉପରେ କ୍ଲିକ କରି ଏହାକୁ ସେଭ ବି କରିପାରିବେ।

reelଗ୍ଲୋବାଲୀ ଲଞ୍ଚ୍‌ ହୋଇଛି ଏହି ଫିଚର

ମେଟା ସୋସିଆଲମିଡିଆରେ ଜଣାଇଛି ଯେ ଏହି ଫିଚରକୁ ଗ୍ଲୋବାଲୀ ଲଞ୍ଚ୍‌ କରାଯାଇଛି। କ୍ରିଏଟର୍ସଙ୍କ ପାଇଁ ଏହା ରୋଜଗାରର ଏକ ନୂଆ ଜରିଆ ହେବ। ଫେସବୁକ ଏହି ଫିଚରକୁ ଗତ ବର୍ଷ ରୋଲଆଉଟ୍‌ କରିଥିଲା।

ଏହାସହ ପଢ଼ନ୍ତୁ : ହ୍ଵାଟସଆପ୍‌ ୟୁଜର୍ସଙ୍କ ପାଇଁ ଆସୁଛି ୧୦ ନୂଆ ଫିଚର୍ସ, ପଢ଼ିନିଅନ୍ତୁ ଆଗକୁ ହେବନି କୌଣସି ଅସୁବିଧା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.