ହ୍ଵାଟସଆପ୍‌ ୟୁଜର୍ସଙ୍କ ପାଇଁ ଆସୁଛି ୧୦ ନୂଆ ଫିଚର୍ସ, ପଢ଼ିନିଅନ୍ତୁ ଆଗକୁ ହେବନି କୌଣସି ଅସୁବିଧା

ଆଣ୍ଡ୍ରଏଡ, ଆପଲ ଆଇଓଏସ, ଓ୍ଵିଣ୍ଡୋଜ ଏବଂ ୱେବ ବ୍ୟବହାରକାରୀଙ୍କ ପାଇଁ ହ୍ଵାଟ୍ସଆପ୍‌ ଆଣୁଛି ଅନେକ ନୂଆ ଫିଚର୍ସ। ଯାହାଦ୍ୱାରା ହ୍ଵାଟସଆପ ୟୁଜର୍ସଙ୍କୁ ଅଧିକ ସୁବିଧା ସୁଯୋଗ ମିଳିପାରିବ। ତେବେ ନୂଆ ଫିଚର୍ସ ମଧ୍ୟରୁ କିଛିଟା ବର୍ତ୍ତମାନର ଫିଚରରେ ଉପଲବ୍ଧ ରହିଛି। ତେବେ କିନ୍ତୁ କିଛି ଏପରି ଫିଚର୍ସ ରହିଛି ଯାହା ଆପଣଙ୍କୁ ହ୍ଵାଟସଅପ୍‌ ବ୍ୟବହାର କରିବା ସମୟରେ ସ୍ପେଶାଲ ଫିଲ୍‌ କରାଇବ। ତେବେ ଆସନ୍ତୁ ଜାଣିବା ସେହି ଫିଚର୍ସ ବିଷୟରେ ଯାହାକୁ ବହୁତ ଜଲଦି ହ୍ଵାଟଆପ୍‌ ରୋଲଆଉଟ୍‌ କରିବାକୁ ଯାଉଛି।

ଗ୍ରୁପ ଆଡମିନଙ୍କ ପାଖରେ ରହିବ ୟୁଜର୍ସଙ୍କ ମେସେଜ ଡିଲିଟ କରିବାର କ୍ଷମତା

ଗୃପ ଆଡମିନସଙ୍କ ସୁବିଧା ପାଇଁ ଏକ ନୂଆ ଚାଟ୍‌ ଫିଚର ଆରିବା ନେଇ ଚେଷ୍ଟା ଚଳାଇଛି ହ୍ଵାଟସଆପ୍‌। ଯାହାଦ୍ୱାରା ଗ୍ରୁପ ଆଡମିନ୍‌ ୟୁଜରଙ୍କ ଚାଟ ମେସେଜକୁ ବିନା ତାଙ୍କ ଅନୁମତିରେ ବି ଡିଲିଟ୍‌ କରିପାରିବେ। ଏହାଦ୍ୱାରା ୟୁଜର ମାନଙ୍କ ମେସେଜ ଚାଟିଙ୍ଗ ଉପରେ କଣ୍ଟ୍ରୋଲ ରଖିହେବ। ଯେତେବେଳେ ଆଡମିନ କୌଣସି ୟୁଜର୍ସଙ୍କ ମେସେଜକୁ ଡିଲିଟ୍‌ କରିବେ ସେତେବେଳେ ସ୍କ୍ରିନ୍‌ ଉପରେ ‘ଦିସ୍‌ ହ୍ଵାଜ୍‌ ଡିଲିଟେଡ ବାୟ ଆନ୍‌ ଆଡମିନ୍‌’ ମେସେଜ୍‌ ଦେଖାଯିବ।

ଏହାସହ ପଢ଼ନ୍ତୁ : କୌଣସି ଥାର୍ଡ ପାର୍ଟି ଆପ୍‌ ବ୍ୟବହାର ନ କରି ଏପରି ଚଲାନ୍ତୁ ଦୁଇଟି ଫୋନରେ ଗୋଟିଏ WhatsApp ଆକାଉଣ୍ଟ

ହ୍ଵାଟସଆପ୍‌ ୱେବ/ଡେସ୍କଟପ ପାଇଁ ଟୁ ଷ୍ଟେପ ଭେରିଫିକେସନ୍‌

ମେଟା ଦ୍ୱାରା ଅଧିକୃତ ହ୍ଵାଟସଆପ୍‌ ୟୁଜର୍ସଙ୍କ ସିକ୍ୟୁରିଟୀକୁ ନେଇ ନୂଆ ଫିଚର ପ୍ଲାନିଙ୍ଗ କରୁଛି। ଡେସ୍କଟପ ଏବଂ ୱେବ ୟୁଜର୍ସଙ୍କ ସିକ୍ୟୁରିଟୀକୁ ଅଧିକ ଧ୍ୟାନରେ ରଖି ହ୍ଵାଟସଆପ୍‌ ଟୁ ଷ୍ଟେପ ଭେରିଫିକେସନ୍‌ ଫିଚରକୁ ଆଣୁଛି। ଏହି ଟୁ ଷ୍ଟେପ ଭେରିଫିକେସନ୍‌ ଫିଚର ଆପଣଙ୍କ ହ୍ଵାଟସଆପ୍‌ ଆକାଉଣ୍ଟର ସିକ୍ୟୁରିଟୀକୁ ଅନେକ ଗୁଣା ବଢ଼ାଇଦେବ। ଏହି ଟୁ ଷ୍ଟେପ ଭେରିଫିକେସନ୍‌ ପିନ୍‌ ୬ ଅଙ୍କ ବିଶିଷ୍ଟ କୋଡରେ ଆସିଥାଏ। ଆଉ ଏହି ପିନ୍‌ ଆପଣଙ୍କୁ ଏସମଏସ ଏବଂ ଫୋନ୍‌ କଲ ଦ୍ୱାରା ମିଳିପାରିବ। ଯେତେବେଳେ ବି ଆପଣ ହ୍ଵାଟସଆପ ଲଗଇନ୍‌ କରିବେ ସେତେବେଳେ ଆପଣଙ୍କୁ ଏହି ଟୁ ଷ୍ଟେପ ଭେରିଫିକେସନ୍‌ ଫିଚର ପିନର ଆବଶ୍ୟକତା ପଡିବ। ତେବେ ଆପଣଙ୍କୁ ଜଣାଇବବାକୁ ଚାହିଁବୁ ଯେ ଏହି ଫିଚର ଆପଣଙ୍କ ହ୍ଵାଟସଆପ୍‌ ମୋବାଇଲ ଆପରେ ପୂର୍ବରୁ ହିଁ ଉପଲବ୍ଧ ରହିଛି।

ଇନଷ୍ଟାଗ୍ରାମ ଏବଂ ମେସେଞ୍ଜର ଭଳି ଦେଇପାରିବେ ମେସେଜର ରିଆକସନ୍‌

ଇନଷ୍ଟାଗ୍ରାମ ଏବଂ ମେସେଞ୍ଜର ଭଳି ଆପଣ ହ୍ଵାଟସଆପର ମେସେଜରେ ବି ରିଆକସନ୍‌ ଦେଇପାରିବେ। ଏହି ଫିଚର ୟୁଜରଙ୍କୁ ମେସେଜରେ ରିଆକ୍ଟ କରିବାକୁ ଅନୁମତି ଦେବ। ଏଥିପାଇଁ ୟୁଜର୍ସଙ୍କୁ ମେସେଜ ଉପରେ ଟ୍ୟାପ୍‌ ଏବଂ ପ୍ରେସ୍‌ କରିବାକୁ ହେବ। ଏହାପରେ ମେସେଜକୁ ଡ୍ରାଗ୍‌ କରି ଅପ୍ରୋପିଏଟ୍‌ ଇମୋଜି ଦେଇ ମେସେଜର ପ୍ରତିକ୍ରିୟା ଦେଇପାରିବେ। ଆପଣଙ୍କର ଏହି ପ୍ରତିକ୍ରୀୟା ମେସେଜର ତଳେ ଗ୍ରୁପର ସବୁ ମେମ୍ବର୍ସଙ୍କୁ ସୋ କରିବ।

ନୂଆ ଆନିମେଟେଡ୍‌ ଇମୋଜି

ହ୍ଵାଟସଆପ ଆଣ୍ଡ୍ରଏଡ ଏବଂ ଆପଲ ଆଇଓଏସ ୟୁଜର୍ସଙ୍କ ପାଇଁ ନୂଆ ଆନିମେଟେଡ ଇମୋଜି ଆଣିବାକୁ ପ୍ଲାନ କରୁଛି। ବର୍ତ୍ତମାନ ୟୁଜର୍ସ ହ୍ଵାଟ୍ସଆପରେ ହାର୍ଟ ଇମୋଜି ସେଣ୍ଡ କଲେ ହାଟ ବିଟିଙ୍ଗ ହେଉଥିବାର ଦେଖିବାକୁ ମିଳୁଛି। ଆଉ ଏହି ଆନିମେସନ୍‌ ଇଫେକ୍ଟ କେବଳ ରେଡ କଲର ହାର୍ଟରେ ରହିଛି କିନ୍ତୁ ହ୍ଵାଟସଆପ୍‌ ଆଣୁଥିବା ଏହି ନୂଆ ଫିଚର ଅନ୍ୟ ଇମୋଜି ଉପରେ ଆନିମେସନ ଇଫେକ୍ଟ ଦେବା କାମ କରିବ।

ଗ୍ରୁପ ଚାଟ୍‌ ଫିଚର କଲଡ୍‌ କମ୍ୟୁନିଟିଜ୍‌

କମ୍ୟୁନିଟିଜ୍‌ ଫିଚର ଗ୍ରୁପ ଆଡମିନିଷ୍ଟ୍ରେଟକ୍ଟର୍ସକୁ ଅଧିକ କଣ୍ଟ୍ରୋଲ କରି ରଖିପାରିବ। ଅନେକ ଗ୍ରୁପକୁ ନେଇ ଏକ କମ୍ୟୁନିଟି ତିଆରି ହୁଏ। ଯେଉଁଥିରେ ଅନେକ ଗୁଡିଏ ଗ୍ରୁପ ଏକାସାଙ୍ଗରେ ଜଏନ ହୋଇ କୌଣସି ଏକ ଖାସ୍‌ ଟପିକ୍‌ ଉପରେ ଡିସକସନ୍‌ କରିପାରିବ। ଆଉ ସବୁ ଗ୍ରୁପ ଆଡମିନଙ୍କ ଉପରେ ରହିବ ସୁପର ଆଡମିନ। ଯିଏ ପୂରା କମ୍ୟୁନିଟିକୁ ମ୍ୟାନେଜ କରିଥାଏ। ସୁପର ଆଡମିନ ଚାହିଁଲେ କୌଣସି ଗ୍ରୁପକୁ ରିମୁଭ କରିପାରେ ଏବଂ ମେସେଜକୁ ମଧ୍ୟ ଡିିଲିଟ କରିପାରେ।

କଣ୍ଟାକ୍ଟ ଇନଫରମେସନ୍‌ ପାଇଁ ସର୍ଟକର୍ଟ ସର୍ଚ୍ଚ

ହ୍ଵାଟସଆପ୍‌ ତାର ୟୁଜର୍ସଙ୍କ ପାଇଁ ନୂଆ ସର୍ଚ୍ଚ ସଟକର୍ଟ ଫିଚର ପ୍ଲାନିଙ୍ଗ କରୁଛି। ଯାହାଦ୍ୱାରା କଣ୍ଟାକ୍ଟ ଇନଫରମେସନ୍‌ ସେକସନକୁ ସହଜରେ ପାଇପାରିବେ। ନୂଆ ସର୍ଚ୍ଚ ସଟକର୍ଟ ଫିଚରକୁ ଭିଡିଓ କଲ୍‌ ଆଇକନରେ ଆଡ୍‌ କରାଯିବ। ଆପଣ ଏଠାରେ ନୂଆ ସଟକର୍ଟ ଫିଚରକୁ ଗ୍ରୁପ ଇନଫୋ ସେକସନରେ ଦେଖିପାରିବେ। ବର୍ତ୍ତମାନ ଏହି ସର୍ଚ୍ଚ ବଟନ, ଆପର ହୋମସ୍କ୍ରୀନରେ ଦେଖାଯାଉଛି। ଆପଣ ପଠାଇଥିବା କିମ୍ବା ରିସିଭ୍‌ କରିଥିବା ମେସେଜକୁ ଏହି ଫିଚର ଦ୍ୱାରା ସହଜରେ ସର୍ଚ୍ଚ କରିପାରିବେ।

ହ୍ଵାଟ୍ସଆପ ଷ୍ଟାଟସ ପ୍ରାଇଭେଟ୍‌

ନୂଆ ହ୍ଵାଟସଆପ୍‌ ସଟକର୍ଟ ଦ୍ୱାରା ଆପଣ ଷ୍ଟାଟସ ପ୍ରାଇଭେସୀ ସେଟିଙ୍ଗସକୁ ପ୍ରଥମେ ମ୍ୟାନେଜ କରିବେ। ଏହି ସଟକର୍ଟ ଫିଚର ୟୁଜର୍ସଙ୍କୁ ଆଲାଓ କରିବ କିଏ ସେମାନଙ୍କ ଷ୍ଟାଟସକୁ ସିନ୍‌ କରିପାରିବେ। ଏହି ନୂଆ ସଟକର୍ଟ ଫିଚର ଆପଣଙ୍କୁ ସ୍କ୍ରୀନର ବଟମରେ ଦେଖିବାକୁ ମିଳିବ ଯେତେବେଳେ ଆପଣ ଷ୍ଟାଟସ୍‌ ଦେବେ। ଏହି ସଟକର୍ଟ ଦ୍ୱାରା ଆପଣ କ୍ୱିକଲୀ ସିଲେକ୍ଟ କରିପାରିବେ ଯେ କିଏ ଆପଣଙ୍କ ଷ୍ଟାଟସ ଦେଖିବେ ଆଉ କିଏ ଆପଣଙ୍କ ଷ୍ଟାଟସ୍‌ ଦେଖିପାରିବେନାହିଁ।

ସେୟାର କରିବା ପୂର୍ବରୁ କରନ୍ତୁ ପ୍ରିଭ୍ୟୁ

ଏକ ନୂଆ ପ୍ରିଭ୍ୟୁ ଡକ୍ୟୁମେଣ୍ଟସ ଉପରେ କାମ କରୁଛି ହ୍ଵାଟସଆପ୍‌। ଯେତେବେଳେ ଆପଣ ଭିଡିଓ, ଫଟୋ କିମ୍ବା ଡକ୍ୟୁମେଣ୍ଟସ ସେୟାର କରିବେ ସେତେବେଳେ ଆପଣ ଏହାର ପ୍ରିଭ୍ୟୁ ଦେଖିପାରିବେ। ଯାହାଦ୍ୱାରା ସେୟାରିଙ୍ଗରେ ଆପଣଙ୍କୁ କୌଣସି ପ୍ରୋବଲେମସ୍‌ ରହିବନାହିଁ।

ଏକା ସମୟରେ ସେୟାର କରନ୍ତୁ ଫଟୋ ଏବଂ ଭିଡିଓ

ହ୍ଵାଟସଆପ୍‌ ଆଣୁଥିବା ଏହି ନୂଆ ଫିଚରରେ ୟୁଜର୍ସ ତାଙ୍କର ହ୍ଵାଟ୍ସଆପ୍‌ ଷ୍ଟାଟସ ଏବଂ ଇଣ୍ଡିଭିଜୁଆଲ ଚାଟ ଏବଂ ଗ୍ରୁପକୁ ଗୋଟିଏ ଓ୍ଵିଣ୍ଡୋରେ ସେୟାର କରିପାରିବେ। ଅର୍ଥାତ ଆପଣ ଏକା ସମୟରେ ଉଭୟ ଫଟୋ ଏବଂ ଭିଡିଓ ଗୋଟିଏ ସମୟରେ ହିଁ ପଠାଇପାରିବେ। ବର୍ତ୍ତମାନ ଥିବା ଫିଚରରେ ଆପଣ ଏସବୁକୁ ଇଣ୍ଡିଭିଜୁଆଲୀ ସେୟାର କରୁଛନ୍ତି। କିନ୍ତୁ ଏହି ଫିଚର ରୋଲ ଆଉଟ ହୋଇଗଲେ ଏହାକୁ ସେୟାର କରିବା ସହଜ ହୋଇଯିବ।

ଭଏସ୍‌ କଲ ପାଇଁ ଆସୁଛି ନୂଆ ଇଣ୍ଟରଫେସ

ଗ୍ରୁପ ଭଏସ କଲର ଓ୍ଵିଣ୍ଡୋ ଡିଜାଇନକୁ ଚେଞ୍ଜ୍‌ କରିବାକୁ ଯାଉଛି ହ୍ଵାଟ୍ସଆପ୍‌। ଏହି ପରିବର୍ତ୍ତନ ହୋଇଥିବା ଡିଜାଇନ ପେଜକୁ ଏକ ରିଫ୍ରେସଡ ଲୁକ୍‌ ଦେବ। ଅର୍ଥାତ ଆପଣ ଗ୍ରୁପ ଭଏସ କଲରେ ଏକ ନୂଆ ଇଣ୍ଟରଫେସ୍‌ ଦେଖିବାକୁ ପାଇବେ। ଆଉ ଏହି ଭଏସ କଲ୍‌ ଆପଣଙ୍କୁ େଓ୍ଵଭ ଫର୍ବ ଦେଖାଦେବ।

ଆହୁରି ପଢ଼ନ୍ତୁ : ୩୦ ହଜାର ଦାମରେ ଲଞ୍ଚ୍‌ ହେଉଛି  iPhone SE 3, ମିଳିବ 5G କନେକସନ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.