Below header

ବିଶ୍ୱ ପାଇଁ ଘାତକ ସାଜିପାରେ ଏହି ୫ ବୋମା, ଯୁଦ୍ଧ ହେଲେ ଭୟଙ୍କର ହେବ ପରିସ୍ଥିତି

ପୁରା ବିଶ୍ୱକୁ ଜଣା ଯଦି ୠଷ ନିଜ ପାଖରେ ଥିବା ଅସ୍ତ୍ର ଶସ୍ତ୍ରକୁ ବ୍ୟବହାର କରେ ତେବେ ଯୁଦ୍ଧ କ୍ଷେତ୍ରରେ ବିପର୍ଯ୍ୟସ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ । ଆଉ ଯଦି ଯୁଦ୍ଧ ହୁଏ ତେବେ କ୍ଷତିଭରଣା ପାଇଁ ୟୁକ୍ରେନକୁ ବର୍ଷ ବର୍ଷ ଧରି ସମୟ ଲାଗିଯିବ । ଆପଣମାନେ ଏହା ବୁଝିବା ନିହାତି ଜରୁରୀ ଯେ ରୁଷ ନିକଟରେ ଏମିତି କି ଶକ୍ତିଶାଳୀ ଅସ୍ତ୍ର ଅଛି ଯାହା ରୁଷର ଯୁଦ୍ଧ ଆକ୍ସନ ପ୍ଲାନରେ ଏକ ମୁଖ୍ୟ ଭୂମିକା ନିଭାଇ ପାରିବ । ଗଣମାଧ୍ୟମ ପକ୍ଷରୁ କରାଯାଉଥିବା ଯୁଦ୍ଧ କଭରେଜରେ ଭାକ୍ୟୁମ ବମ ବାବଦରେ ତ ବାରମ୍ବାର ଶୁଣାଯାଉଛି । ଏହା ସହ ଏହା ମଧ୍ୟ ଆଶଙ୍କା ରହିଛି ଯେ ରୁଷ ନିଜର ସବୁଠୁ ବଡ ଭାକ୍ୟୁମ ବମକୁ ୟୁକ୍ରେନ ଉପରେ ପକାଇପାରେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ୫
ଟି ବମ ମଧ୍ୟରୁ ଏହା ଗୋଟିଏ । ଆପଣ ମାନେ ଏ ବାବଦରେ ନିହାତି ଜାଣି ରଖିବା ଉଚିତ । ଆପଣ ମାନେ ହୁଏତ ବିଶ୍ୱାସ କରିବେନି ଏହି ସବୁ ବମର ଅଧ ଘଂଟାରେ ୧୦ କୋଟି ଲୋକଙ୍କ ଜୀବନ ନେବାର କ୍ଷମତା ରଖିଛି ।

ବର୍ତ୍ତମାନ ସମୟରେ ରୁଷ ନିକଟରେ ଥିବା ଫାଦର ଅଫ ଅଲ ବମ୍ବର ସବୁଠୁ ଖାସ ଫିଚର ଏହାକିଯେ ଏହା ବାୟୁମଣ୍ଡଳରେ ମହଜୂତ ଥିବା ଅକ୍ସିଜେନକୁ ଶୁଖାଇ ଭୂମି ଉପରେ ଜୋରଦାର ଧମାକା କରିଥାଏ । ଯେଉଁଥିରୁ ମାତ୍ରାଧିକ ଉର୍ଜା ସମେତ ଅତିରିକ୍ତ ଗରମ ପବନ ବାହାରିଥାଏ । ଯେଉଁଥିରେ ମଣିଷ ଶରୀର ଖୁବ କମ ସମୟ ମଧ୍ୟରେ ପାଉଁଶ ଓ ପୁରା ସହର ମଶାଣିରେ ପରିଣତ ହୋଇଯାଇ ପାରେ । ରୁଷର ଏହି ବମକୁ ଏଟିବିଆଇପି ବା ଆଭିଏସନ ଥରମୋବେରୀକ ବମ ଅଫ ଇନ୍କ୍ରିଡ୍ଗ ପାୱାର କୁହାଯାଇଥାଏ । ଯଦିବା ଏହା ପରମାଣୁ ବମ ନୁହେଁ କିନ୍ତୁ ତାହାଠାରୁ କୌଣସି ଗୁଣରେ କମ ମଧ୍ୟ ନୁହେଁ । ପାଖାପାଖି ୨୩ ଫୁଟ ଲମ୍ବ ବିଶିଷ୍ଟ ଏହି ମାରାତ୍ମକ ବମରୁ ୪୪ ଟନ TNT ପର୍ଯ୍ୟନ୍ତର ଧ୍ବଂସ କରି ପାରେ । ପ୍ରାୟ ୭ ହଜାର ଓଜନର ଏହି ବମ ଆଖପାଖର ପ୍ରାୟ ୩୦୦ ମିଟର ଅଂଚଳକୁ ସମ୍ପୂର୍ଣ୍ଣ ରୂପେ ଧ୍ବଂସ କରିଦେଇପାରେ । ଭାକ୍ୟୁମ ବମ ଘଟଣା ଉଠିବା ରୁଷ ପାଇଁ ନୂଆ ନୁହେଁ । ଏହା ପୂର୍ବରୁ ୨୦୧୬ ମସିହାରେ ସିରିଆ ଉପରେ ରୁଷ ଭାକ୍ୟୁମ ବମ ପକାଇ ଥିବା ନେଇ ରୁଷ ଉପରେ ଆରୋପ ଉଠିଥିଲା ।

bomb

image credit: The Forward

ମଦର ଅଫ ଅଲ ବମ୍ବ(MOAB):

ଘାତକ ବମ୍ବ ଲିସ୍ଟରେ ଦ୍ଵିତୀୟ ନାଁ ହେଉଛି ମୋଆବ । ଆମେରିକାରେ ନିର୍ମିତ ହେଉଥିବା ଏହି ବମ୍ବକୁ ମୋଆବ ବା ମାସିବ ଅର୍ଡିନାନ୍ସ ଏୟାର ବ୍ଲାଷ୍ଟ ବମ କୁହାଯାଏ । ଅଫିସିଆଲି ଏହାକୁ GBU-43 କୁହାଯାଏ । ଆମେରିକା ନିର୍ମିତ ମଦର ଅଫ ଅଲ ବମର ଓଜନ ପାଖାପାଖି ୧୦
ହଜାର କିଲୋଗ୍ରାମ ହେବ । ପ୍ରାୟ ୩୦ ଫୁଟ ଲମ୍ବର ଏହି ବମ ୧୧ ଟନ TNT ଶକ୍ତି ପର୍ଯ୍ୟନ୍ତର ଧ୍ବଂସ ଘଟାଇବା ସହିତ ୧୫୦ରୁ ୩୦୦
ମିଟର ପରିସରରେ ଆସୁଥିବା ସମସ୍ତ ଜିନିଷର ଅସ୍ଥିତ୍ୱ ନଷ୍ଟ କରି ଦେଇଥାଏ । ସୂଚନାରୁ ଜଣାଯାଇଛିକି ୨୦୧୭ରେ ଏହି ବମ୍ବର ବ୍ୟବହାର ଆମେରିକା ଆଫଗାନିସ୍ଥାନ ସ୍ଥିତ ଆଇଏସଆଇଏସ ଉପରେ କରିଥିବା ନେଇ ସୂଚନା ରହିଛି ।

ମାସିଭ ଅର୍ଡିନାନ୍ସ ପେନେଟ୍ରେଟର (MOP):

ବିପଦଜନକ ବମ ତାଲିକାରେ ଆମେରିକାର ବଙ୍କର ବମ ବଷ୍ଟର କୁହାଯାଉଥିବା MOP କିମ୍ବା ମାସିଭ ଅଡିନାନ୍ସ ପେନେଟ୍ରେଟରର ନାଁ ରହିଛି । ଯାହାର ଅଫିସିଆଲ ନାଁ ହେଉଛି GBU -57A । ଯାହାର ଲମ୍ବ ପାଖାପାଖି ୨୦ ଫୁଟ ଓ ଓଜନ ୧୪ ହଜାର କିଲୋଗ୍ରାମ ହେବ । ଏହାକୁ ବିଶ୍ୱର ସବୁଠାରୁ ବଡ ଆକୃତିର ପରମାଣୁ କୁହାଯିବା ସହିତ ଏହା ୬୦ ମିଟର ଗହିର ପର୍ଯ୍ୟନ୍ତ ଧ୍ବଂସ କରିବାର କ୍ଷମତା ରଖିଛି । ଏଯାବତ ଏହାକୁ କୌଣସି ବଡ ଯୁଦ୍ଧରେ ବ୍ୟବାହାର କରାଯାଇନାହିଁ ।

Atom Bomb

ଜିବିୟୁ-28

ଏହା ହେଉଛି ଆମେରିକା GBU -28 ବମ୍ବ । ଏହା ଏକ ପରମାଣୁ ବୋମା ନ ହୋଇଥିଲେ ମଧ୍ୟ ବିନାଶ ଘଟାଇବାରେ ଏହାର ଭୂମିକା ତିଳେ ହେଲେ କମ ନୁହେଁ । ଏହାକୁ Laser -guided bunker busting bomb ନାଁରେ ବି ଜଣାଯାଏ । ଏହି ବମ୍ବ ୬ ମିଟର ମୋଟା ଆକାରର କଂକ୍ରିଟରେ ସୁଡ଼ଙ୍ଗ ଖୋଳି ବଙ୍କରକୁ ଧ୍ଵସ୍ତବିଧ୍ୱସ୍ତ କରିଦେଇପାରେ । ୧୯୯୧ ରେ ଅନୁଷ୍ଠିତ ହୋଇଥିବା ଖାଡ଼ି ଯୁଦ୍ଧରେ ଆମେରିକୀୟ ବାୟୁସେନା ଇରାକ ବଙ୍କର ସମେତ ସୈନ୍ୟ ମାନଙ୍କ ଠିକଣାକୁ ନଷ୍ଟ କରିବାରେ ବ୍ୟବହାର କରାଯାଇଥିଲା ।

ବିଶ୍ୱର ଘାତକ ବମ ତାଲିକାରେ ଶେଷରେ ରହିଛି ସ୍ପାଇସ ବମ ବା Smart Precise Impact Cost -Effective ବମ । ଯାହାକୁ ଇଜରାଏଲରେ ତିଆରି କରାଯାଇଛି । ୫୦୦ ରୁ ୯୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ବମକୁ ବିଲ୍ଡିଂଗ ଛାତକୁ କଣା କରି ଭିତରକୁ ଭର୍ତ୍ତି କରିବାରେ ଏହାକୁ ବ୍ୟବହାର କରାଯାଏ । ଥରେ ବିଲଡିଂ ଭିତରେ ପଶିବା ପରେ ଯେବେ ଏହି ବମ ଫାଟେ ସେସମୟରେ ଭିତରେ ଉପସ୍ଥିତ ଥିବା ସମସ୍ତ ଲୋକ ଏହା ପ୍ରଭାବରେ ମୃତ୍ୟୁବରଣ କରିଥାନ୍ତି । Satellite guidance ଓ Electro -optical sensors ସାହାଯ୍ୟରେ ଏହି ବମ ପାଖାପାଖି ୭୦ କିଲୋମିଟର ଦୂର ପର୍ଯ୍ୟନ୍ତ ନିଜ ଲକ୍ଷକୁ ଟ୍ରାକ କରିକି ଆଟାକ କରିଥାଏ । ୨୦୧୯ ମସିହାରେ ସ୍ପାଇସ ବମର ବ୍ୟବହାର ବାଲାକୋଟ ଏୟାର ସ୍ଟ୍ରାଇକ ସମୟରେ କରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.