ଖାରକିଭ୍ର ପୋଲିସ ମୁଖ୍ୟାଳୟ ଉପରେ ରୁଷର ରକେଟ ମାଡ଼, ବିଲିଡିଂ ଛିନ୍ଛତ୍ର

ଆଜି ୬ ଦିନରେ ପହଞ୍ଚିଲାଣି ରୁଷ-ୟୁକ୍ରେନ ଯୁଦ୍ଧ। ରୁଷର ବାରମ୍ବାର ଆକ୍ରମଣରେ ଧରାଶାୟୀ ହେଲାଣି ୟୁକ୍ରେନ । ତଥାପି ରୁଷର ମନ ମାନୁନି। ରୁଷ ମିଶାଇଲ ମାଡ଼ କରିବା ପରେ ଏବେ ପରମାଣୁ ବୋମା ପକାଇବା ପାଇଁ ଯୋଜନା କରୁଛି। ଆଉ ଏପରି ହେଲେ ସବୁକିଛି ଛାରଖାନର ହୋଇଯିବ। ଏହା ମଧ୍ୟରେ ବି କିଭ୍ ପରେ ଖାରକିଭକୁ ଟାର୍ଗେଟ କରିଛି ରୁଷ । ଖାରକିଭ ପୋଲିସ ମୁଖ୍ୟାଳୟ ଉପରେ ରୁଷର ରକେଟ ମାଡ଼।
ରୁଷର ରକେଟ ମାଡ଼ରେ ଖାରକିଭ ପୋଲିସ ମୁଖ୍ୟାଳୟ କୋଠା ଧ୍ୱସ୍ତବିଧ୍ୱସ୍ତ ହୋଇଛି। ଖାରକିଭ୍ରେ ପ୍ରଚଣ୍ଡ ବିସ୍ଫୋରଣ । ୟୁକ୍ରେନର ଦ୍ୱିତୀୟ ବୃହତ ସହର ଖାରକିଭରେ ଶକ୍ତିଶାଳୀ ବିସ୍ଫୋରଣ କରିଛି । ରୁଷ ସେନା ଆଗକୁ ବଢୁଥିବା ବେଳେ ପ୍ରତିହତ କରୁଛି ୟୁକ୍ରେନ ସେନା । ଋଷ ସେନା ଗୁଳିମାଡ଼ରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୨ ଜଣ ଆହତ ହୋଇଛନ୍ତି।
Anton #Gerashchenko, an advisor to the head of #Ukraine‘s Ministry of Internal Affairs, published footage in which, according to his information, the building of the regional police department in #Kharkiv is being attacked. pic.twitter.com/pH10cb6rpH
— NEXTA (@nexta_tv) March 2, 2022
ଖାରକିଭ୍ରେ ପୂର୍ବରୁ ରୁଷ କେବଳ ଏୟାରଷ୍ଟ୍ରାଇକ କରୁଥିଲା । ଏବେ ଖାରକିଭରେ ଏୟାରଫୋର୍ସ ଓହ୍ଲାଇଛି। ପାରାଚୁଟରେ ଓହ୍ଲାଇ ଖାରକିଭରେ ଥିବା ଏକ ମିଲିଟାରୀ ମେଡିକାଲ ସେଣ୍ଟର ଉପରେ ଆକ୍ରମଣ କରିଛି ରୁଷସେନା। ଆବାସିକ ଅଞ୍ଚଳରେ ବି ଆକ୍ରମଣ ହେଉଛି । ରୁଷ ସେନା ଓ ୟୁକ୍ରେନ ସେନା ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି। ଖେରସନକୁ ନିଜ କବଜାକୁ ରୁଷ ସେନା ନେଇଥିବା ଦାବି କରିଛି । ୟୁକ୍ରେନକୁ ଚାରିପଟୁ ଆକ୍ରମଣ କରୁଛି ରୁଷ ।