କାଶୀ ବିଶ୍ୱନାଥ ମନ୍ଦିରକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ଙ୍କ ଓଜନର ସୁନା ଦାନ କଲେ ବ୍ୟବସାୟୀ, ଦେଖନ୍ତୁ ସ୍ୱର୍ଣ୍ଣିମ ଫଟୋ

ସୁନାରେ ଚମକୁଛି ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିରର ଗର୍ଭଗୃହ। ପୂରା ଗର୍ଭଗୃହକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ଙ୍କ ଓଜନର ସୁନାରେ ଛାଉଣୀ କରାଯାଇଛି। ରିପୋର୍ଟ ମୁତାବକ, ପିଏମ୍‌ଓ ତରଫରୁ ମନ୍ଦିରର ଗର୍ଭଗୃହରେ ଲଗାଇବା ପାଇଁ ପାଖାପାଖି ୬୦ କେଜି ସୁନା ପଠାଯାଇଛି।

ଉତ୍ତର ପ୍ରଦେଶର ବାରଣାସୀ ସ୍ଥିତ କାଶୀ ବିଶ୍ୱନାଥ ମନ୍ଦିରର ଗର୍ଭଗୃହର କାନ୍ଥରେ ଏବେ ୩୭ କେଜିର ସୁନାର ପରସ୍ତ ଲଗାଯାଇଛି। ମନ୍ଦିର ପ୍ରଶାସନ ମୁତାବକ, ଏବେ ଗର୍ଭଗୃହର ଚାରି କାନ୍ଥରୁ ଏବେ ଚାନ୍ଦିର ପରସ୍ତ ହଟାଯାଇ ସୁନାର ପରସ୍ତ ଲଗାଯିବ। ମଣ୍ଡଳାୟୁକ୍ତ ତଥା କାଶୀ ବିଶ୍ୱନାଥ ମନ୍ଦିରର ଅଧ୍ୟକ୍ଷ ଦୀପକ ଅଗ୍ରଓ୍ଵାଲଙ୍କ ମୁତାବକ, ବାବା ବିଶ୍ୱନାଥଙ୍କର ଜଣେ ଭକ୍ତ ନିଜ ପରିଚୟକୁ ଗୁପ୍ତ ରଖି ଏହି ସୁନା ଦାନ କରିଛନ୍ତି।

ମହାଶିବରାତ୍ରି ଅବସରରେ ଶ୍ରୀକାଶୀ ବିଶ୍ୱନାଥ ଧାମର ନୂଆ, ଭବ୍ୟ ତଥା ଦିବ୍ୟ ସ୍ୱରୂପ ସାମ୍ନାକୁ ଆସିଛି। ଶ୍ରଦ୍ଧାଳୁ ସ୍ୱର୍ଣ୍ଣିମ ଗର୍ଭଗୃହରେ ବାବାଙ୍କ ଦର୍ଶନ ଓ ଜଳାଭିଷେକ କରିଛନ୍ତି। ଜାଗର ପରେ ବାହାର କବାଟ ଓ କାନ୍ଥରେ ସୁନା ପରସ୍ତ ଚଢ଼ାଯିବ। ଦକ୍ଷିଣ ଭାରତର ଜଣେ ବ୍ୟବସାୟୀ ଏହି ସୁନା ଦାନ କରିଛନ୍ତି। କୁହାଯାଉଛି ଯେ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍‌ଙ୍କ ଓଜନ ସହ ସମାନ। ତାଙ୍କୁ ଶହେ ବର୍ଷ ହେବା ଅବସରରେ ଶ୍ରୀକାଶୀ ବିଶ୍ୱନାଥ ମନ୍ଦିରଙ୍କୁ ଜଣେ ଭକ୍ତ ଏହି ସୁନା ଦାନ କରିଛନ୍ତି।

ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନାରସ ଆସିବା ବେଳେ ବାବାଙ୍କ ଦର୍ଶନ କରିବା ସହ ରୁଦ୍ରାଭିଷେକ କରିଥିଲେ। ସେହି ସମୟରେ ଗର୍ଭଗୃହର ସ୍ୱର୍ଣ୍ଣିମ ଫଟୋ ସାମ୍ନାକୁ ଆସିଥିଲା।

Also Read: ଆମେରିକା ରାଷ୍ଟ୍ରପତିଙ୍କ ବଡ଼ ଘୋଷଣା-ଆମେ ୟୁକ୍ରେନ୍‌କୁ ସେନା ପଠାଇବୁନୁ, କିନ୍ତୁ ରୁଷକୁ ମନ ଇଚ୍ଛା କାମ କରିବାକୁ ବି ଦେବୁନି