ଆମେରିକା ରାଷ୍ଟ୍ରପତିଙ୍କ ବଡ଼ ଘୋଷଣା-ଆମେ ୟୁକ୍ରେନ୍କୁ ସେନା ପଠାଇବୁନୁ, କିନ୍ତୁ ରୁଷକୁ ମନ ଇଚ୍ଛା କାମ କରିବାକୁ ବି ଦେବୁନି

ରୁଷ ଓ ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ବୁଧବାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଷ୍ଟେଟ୍ ଅଫ୍ ଦ ୟୁନିୟନ୍ ଆଡ୍ରେସ୍ ହୋଇଛି। ଏ ଅବସରରେ ଜୋ ବାଇଡେନ୍ ଦେଶକୁ ସମ୍ବୋଧିତ କରିଛନ୍ତି। ବାଇଡେନ୍ କହିଛନ୍ତି, ରୁଷ ୟୁକ୍ରେନ୍ ଉପରେ ଆକ୍ରମଣ କରି ବଡ଼ ଭୁଲ କରି ଦେଇଛି। ବାଇଡେନ୍ ପୁଟିନ୍ଙ୍କୁ ଆକ୍ରମଣକାରୀ ବୋଲି କହିବା ସହ ଆମେରିକା ନାଟୋ ସହଯୋଗୀଙ୍କୁ ସବୁବେଳେ ସାହାଯ୍ୟ କରିବ ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଯେ ଏହା ବାଇଡେନ୍ଙ୍କ ପ୍ରଥମ ଷ୍ଟେଟ୍ ଅଫ୍ ଦ ୟୁନିୟନ୍ ଆଡ୍ରେସ୍ ଥିଲା। କାର୍ଯ୍ୟକ୍ରମରେ ୟୁକ୍ରେନ୍ର ରାଷ୍ଟ୍ରଦୂତ ମଧ୍ୟ ଉପସ୍ଥିତ ଥିଲେ।
Tune in as I deliver the State of the Union address to a joint session of Congress. https://t.co/Kgg9cxK21w
— President Biden (@POTUS) March 2, 2022
ବାଇଡେନ୍ କହିଛନ୍ତି, ଆମେରିକାର ସେନା ରୁଷ ସହ ସିଧାସଳଖ ଯୁଦ୍ଧ କରିବେ ନାହିଁ। କିନ୍ତୁ ରୁଷକୁ ମନମାନୀ କରିବାକୁ ଦେବ ନାହିଁ। ଆମେରିକା ରୁଷ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇଛି। ଆମେ ଆମ ସତ ସହ ରୁଷର ମିଛର ମୁକାବିଲା କରୁଛୁ। ଆମେ ୟୁକ୍ରେନ୍ ସୈନ୍ୟକୁ ଆର୍ଥିକ ସହାୟତା ଓ ମାନବୀୟ ସହାୟତା ଯୋଗାଉଛୁ ବୋଲି କହିଛନ୍ତି ବାଇଡେନ୍।
ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି, ଆମେରିକା ଓ ସହଯୋଗୀ ଦେଶ ମିଶି ନାଟୋ କ୍ଷେତ୍ରର ପ୍ରତିଟି ଇଞ୍ଚ୍କୁ ରକ୍ଷା କରିବେ। ୟୁକ୍ରେନ୍ବାସୀ ପୂରା ସାହସର ସହ ଏହି ଯୁଦ୍ଧରେ ଲଢ଼ୁଛନ୍ତି। ପୁଟିନ୍ ଯୁଦ୍ଧ କ୍ଷେତ୍ରରେ ଆଗରେ ଥିଲେ ମଧ୍ୟ ଭବିଷ୍ୟତରେ ରୁଷକୁ ବଡ଼ ପରିଣାମ ଭୋଗିବାକୁ ପଡ଼ିବ। ଆମେରିକା ଏବେ ୟୁରୋପୀୟାନ୍ ସଂଘ ସହ ମିଶି କାମ କରୁଛି। ୟୁରୋପୀୟ ସହଯୋଗୀଙ୍କ ସହ ମିଶି ରୁଷରେ ଶାସନ କରୁଥିବା ଲୋକଙ୍କ ଜଳ ଜାହାଜ, ଲଗ୍ଜ୍ୟୁରୀ ଆପାର୍ଟମେଣ୍ଟ, ପର୍ସନାଲ ଜେଟ୍ ବିମାନକୁ ଜବତ କରାଯାଉଛି। ଫଳରେ ସେମାନେ ରୁଷକୁ ଆର୍ଥିକ ସହାୟତା କରିପାରିବେ ନାହିଁ ଓ ରୁଷ ଧୀରେ ଧୀରେ ଦୁର୍ବଳ ହେବ ବୋଲି କହିଛନ୍ତି ବାଇଡେନ୍।
Read Also: ୟୁକ୍ରେନ୍ ଉପରେ ତୁହାକୁ ତୁହା ମିସାଇଲ୍ ମାଡ଼ କରୁଛି ରୁଷ, ମାଇନସ୍ ତାପମାତ୍ରାରେ ଫସିଛନ୍ତି ହଜାର ହଜାର ଭାରତୀୟ