କ୍ରୀଡା

ବାଂଲାଦେଶ ବିପକ୍ଷ ମ୍ୟାଚରେ ଓ୍ଵାଟର ବୟ ସାଜିଲେ ବିରାଟ କୋହଲି, ଭିଡିଓ ଭାଇରଲ

ଏସିଆ କପ୍‌ର ସୁପର-୪ ମ୍ୟାଚରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ହୋଇଥିବା ମ୍ୟାଚରେ ୬ ରନରେ ହାରିଛି ଭାରତ । କିନ୍ତୁ ଏହି ମ୍ୟାଚରେ ସମସ୍ତଙ୍କ ମନ ଜିଣିନେଇଛନ୍ତି ବିରାଟ କୋହଲି । ସୁପର-୪ ଷ୍ଟେଜର ଶେଷ ମ୍ୟାଚରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ୫ଟି ପରିବର୍ତ୍ତନ ସହ ଓହ୍ଲାଇଥିଲା ଭାରତୀୟ ଦଳ । ଏହି ମ୍ୟାଚରେ ବିରାଟ କୋହଲିଙ୍କ ସମେତ ହାର୍ଦ୍ଦିକ, କୁଲଦୀପ, ବୁମରାହ ଏବଂ ସିରାଜଙ୍କୁ ବିଶ୍ରାମ ଦେଇଥିଲେ ଅଧିନାୟକ ରୋହିତ ଶର୍ମା । ତେବେ ମ୍ୟାଚ ଖେଳୁନଥିବା ବିରାଟ କୋହଲିଙ୍କ ‘ୱାଟର ବୟ’ ଅବତାର ଦେଖିବାକୁ ମିଳିଥିଲା। ସେ ନିଜ ଷ୍ଟାଇଲରେ ଦର୍ଶକଙ୍କୁ ମନୋରଞ୍ଜନ କରିବା ପାଇଁ ଏଭଳି କାମ କରିଥିଲେ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳିଛି କି, ପ୍ରଥମେ ବୋଲିଂ କରୁଥିବା ଭାରତୀୟ ଦଳ ପାଇଁ ଓଭର ମଝିରେ ଡ୍ରିଙ୍କ୍ ନେଇ ମଇଦାନକୁ ଆସିଥିଲେ କିଙ୍ଗ କୋହଲି । ଆଉ ତାଙ୍କର ଏମିତି ଏଣ୍ଟି୍ର ଦେଖି ଷ୍ଟାଡିୟମରେ ବସିଥିବା ସମସ୍ତେ ଖୁସି ହୋଇଯାଇଛନ୍ତି । ସାଥୀ ଖେଳାଳିଙ୍କ ପାଇଁ ଡ୍ରିଙ୍କ ନେଇ ଆସୁଥିବା ବେଳେ ବିରାଟ ମଜାଳିଆ ଷ୍ଟାଇଲରେ ଦୌଡ଼ି ଦୌଡ଼ି ଆସିଥିଲେ । ଆଉ ଏହାକୁ ଦେଖି ଫ୍ୟାନ୍ସ ବେଶି ଖସି ହୋଇଯାଇଥିଲେ । ଏହି ଭିଡିଓଟି ଏବେ ଭାଇରଲ ହେବାରେ ଲାଗିଛି ।

ବ୍ୟାଟିଂ ସମୟରେ ଆକ୍ରାତ୍ମକ ମୁଡ ଏବଂ ଫିଲ୍ଡିଂ ସମୟରେ ମଜାଳିଆ ମୁଡରେ ରହିଥାନ୍ତି । ବିରାଟ ସବୁବେଳେ ଫିଲ୍ଡିଂ କରୁଥିବା ସମୟରେ ମସ୍ତି ମୁଡରେ ଡ୍ୟାନ୍ସ କରୁଥିବାର ନଜର ଆସିଥାନ୍ତି । ଆଉ ଭାରତ-ଶ୍ରୀଲଙ୍କା ମ୍ୟାଚରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଥିଲା ।

ଭିଡିଓରେ ବିରାଟ କୋହଲି ଶାହରୁଖ ଖାନଙ୍କ ଗୀତ ଲୁଙ୍ଗି ଡ୍ୟାନ୍ସରେ ନାଚୁଥିବା ଦେଖିବାକୁ ମିଳିଥିଲା। ଏସିଆ କପର ସୁପର-୪ରେ ଭାରତ-ଶ୍ରୀଲଙ୍କା ମ୍ୟାଚରେ କୋହଲି ଫିଲ୍ଡି ସମୟରେ ଷ୍ଟାଡିୟମରେ ଶାହରୁଖ ଖାନଙ୍କ ଫିଲ୍ମ ଚେନ୍ନାଇ ଏକ୍ସପ୍ରେସର ଗୀତ ଲୁଙ୍ଗି ଡ୍ୟାନ୍ସ ବାଜିଥିଲା । ଆଉ ଗୀତ ବାଜିବା ପରେ ନିଜକୁ ନିୟନ୍ତ୍ରଣରେ ରଖିପାରିନଥିଲେ କୋହଲି । କୋହଲି ମଧ୍ୟ ଗୀତର ତାଳେ ତାଳେ ଡ୍ୟାନ୍ସ କରିବା ଆରମ୍ଭ କରିଥିଲେ । କୋହଲିଙ୍କ ଡ୍ୟାନ୍ସ ଦେଖି ଷ୍ଟାଣ୍ଡରେ ବସିଥିବା ଦର୍ଶକ ଚିତ୍କାର କରିବା ଆରମ୍ଭ କରିଥିଲେ । କୋହଲିଙ୍କ ଏହି ଡ୍ୟାନ୍ସ ଭିଡିଓ ଭାଇରଲ ହେବାରେ ଲାଗିଛି । ଏହା ପୂର୍ବରୁ କୋହଲି ନେପାଳ ସହିତ ମ୍ୟାଚ୍‌ ଖେଳୁଥିବା ବେଳେ ଫିଲ୍ଡିଂ ସମୟରେ ନେପାଳୀ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ । ଏହାର ଭିଡିଓ ମଧ୍ୟ ଭାରଇରଲ ହୋଇଥିଲା ।

Swagatika

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

7 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

8 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

9 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

11 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

12 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

12 hours ago