Categories: କ୍ରୀଡା

ମିଶନ୍‌ ଓ୍ଵାର୍ଲଡ୍‌ କପ୍‌, କୋହଲିଙ୍କ କାନ୍ଧରେ ବିରାଟ ବୋଝ

ଓ୍ଵାର୍ଲଡ କପ୍‌। ଏହି ଟ୍ରଫି ଉଠାଇବାର ସ୍ୱପ୍ନ ସବୁ କ୍ରିକେଟର ଦେଖନ୍ତି। ସବୁ ଖେଳାଳି ଚାହାନ୍ତି ନିଜ କ୍ୟାରିୟରରେ ଥରେ ବିଶ୍ୱକପ୍‌କୁ ଯେମିତି ହେଲେ ତୋଳି ଧରିବେ ନିଜ ହାତରେ । କାହାର ପୂରଣ ହୁଏ ତ ଆଉ କାହାର ସ୍ୱପ୍ନ ଅଧୁରା ରହିଯାଏ। ଟିମ୍‌ ଇଣ୍ଡିଆ କ୍ୟାପଟେନ୍‌ ବିରାଟ କୋହଲି ବି ଏହି ସ୍ୱପ୍ନ ନେଇ ମିଶନ ଓ୍ଵାର୍ଲଡ କପରେ ଯାଉଛନ୍ତି। ଏମିତି ବି ବିରାଟଙ୍କ ବିଶ୍ୱକପ୍‌ ଟ୍ରଫି ଉଠାଇବାର ଆଶା ୨୦୧୧ରେ ପୂରା ହୋଇଥିଲା। କିନ୍ତୁ କ୍ୟାପଟେନ୍‌ ଭାବରେ ଏହା କୋହଲିଙ୍କର ପ୍ରଥମ ଓ୍ଵାର୍ଲଡ କପ୍‌। ଏଥର କୋହଲି ଧୋନିଙ୍କ ୨୦୧୧ କାରନାମା ଦୋହରାଇବା ଲକ୍ଷ୍ୟରେ ଅଛନ୍ତି। କେମିତି ପୂରା ହେବ କୋହଲିଙ୍କ ବିରାଟ ଲକ୍ଷ୍ୟ, ଦେଖିବା ଏହି ରିପୋର୍ଟ।

ଟିମ୍‌ ଇଣ୍ଡିଆର ବିରାଟ ମିଶନ

ଭାରତ ପାଖରେ ଅଛି ବିଶ୍ୱକପ୍‌ ଜିତିବାର ଦମ୍‌। ୧୨୫ କୋଟି ଭାରତୀୟଙ୍କ ସ୍ୱପ୍ନ ସାକାର କରି ପାରିବେ କୋହଲି। ବିରାଟଙ୍କ ସ୍ୱପ୍ନ ଓ୍ଵାର୍ଲଡ କପ୍‌ ଟ୍ରଫି। ଧୋନି ନିଜ ଅଧିନାୟକତ୍ୱରେ ଖେଳିଥିବା ପ୍ରଥମ ବିଶ୍ୱକପରେ ଟିମ୍‌ ଇଣ୍ଡିଆକୁ ବିଶ୍ୱବିଜୟୀ କରାଇଥିଲେ। ୨୦୧୧ରେ ୨୮ ବର୍ଷ ପରେ ଭାରତକୁ ଓ୍ଵାର୍ଲଡ ଚାମ୍ପିଅନ୍‌ କରାଇଥିଲେ ମାହି। ୨୦୧୧ର ଓ୍ଵାର୍ଲଡ ଚାମ୍ପିଅନ୍‌ ଟିମରେ ଥିଲେ ବିରାଟ କୋହଲି। ଏବେ କୋହଲିଙ୍କ ଲକ୍ଷ୍ୟ ୮ବର୍ଷ ତଳର ସ୍ୱର୍ଣ୍ଣିମ ସଫଳତାକୁ ଦୋହରାଇବା। ଏମିତିରେ ଦମ୍‌ ବି ରଖିଛି ଟିମ୍‌ ଇଣ୍ଡିଆ।

କୋହଲି ଜଣେ ସଫଳ କ୍ରିକେଟର। ମାତ୍ର ୧୯ ବର୍ଷ ବୟସରେ ବିରାଟ ଉଠାଇଥିଲେ ବିଶ୍ୱକପ୍‌। ୨୦୦୮ରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଭାରତକୁ ବିଶ୍ୱବିଜେତା କରାଇଥିଲେ। ସେତେବେଳେ ଶତକରୁ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିଥିଲେ କୋହଲି। ବାଂଲାଦେଶ ବିପକ୍ଷ ପ୍ରଥମ ମ୍ୟାଚରେ ୮୩ ବଲରୁ ହାସଲ କରିଥିଲେ ଅପରାଜିତ ଶତକ। ବିରାଟଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ପ୍ରଥମ ଥର ଓ୍ଵାର୍ଲଡ ଚାମ୍ପିଅନ୍‌ ହୋଇଥିଲା। ଜୁନିଅର ଟିମକୁ ବିଶ୍ୱବିଜେତା କରିଥିବା ବିରାଟଙ୍କୁ ମିଳିଥିଲା ସିନିୟର ଟିମରେ ଏଣ୍ଟ୍ରି ଟିକେଟ। ସେବେଠୁ ଟିମ୍‌ ଇଣ୍ଡିଆର ନିୟମିତ ସଦସ୍ୟ ଅଛନ୍ତି କୋହଲି। ୨୦୧୧ ପରେ ୨୦୧୫ ବିଶ୍ୱକପ ବି ଖେଳିଛନ୍ତି। ୨୦୧୫ରେ ଧମାକାଦାର ଇନିଂସ ଖେଳିଥିଲେ କୋହଲି। କିନ୍ତୁ ସେମିରୁ ଭାରତର ଯାତ୍ରା ଶେଷ ହୋଇଥିଲା। ଧୋନି କ୍ୟାପଟେନ୍‌ ପଦ ଛାଡ଼ିବା ପରେ ଦାୟିତ୍ୱ ସମ୍ଭାଳିଛନ୍ତି ବିରାଟ।

ଦରକାର ବିରାଟ ପାଳି

ଓ୍ଵାର୍ଲଡ କପ୍‌ରେ ବର୍ଷିବେ ବିରାଟ। ଗର୍ଜିବ ତାଙ୍କ ବ୍ୟାଟ୍‌, ଉଡ଼ାଇବେ ବୋଲରଙ୍କ ହୋସ୍‌। ଟିମ୍‌ ଇଣ୍ଡିଆକୁ ବିରାଟ କରିବେ ଓ୍ଵାର୍ଲଡ ଚାମ୍ପିଅନ୍‌। ବିଶ୍ୱର ଏକ ନମ୍ବର କ୍ରିକେଟର। ପ୍ରାୟ ସବୁ ଟିମ୍‌ ବିପକ୍ଷରେ ଭଲ ଖେଳି ସାରିଲେଣି। ଏପର୍ଯ୍ୟନ୍ତ ବିରାଟ କୋହଲି ଦୁଇଟି ବିଶ୍ୱକପରେ ଖେଳିଛନ୍ତି ମୋଟ୍‌ ୧୭ଟି ମ୍ୟାଚ୍‌। ସ୍କୋର କରିଛନ୍ତି ୫୮୭ ରନ୍‌। ଆଭରେଜ ରହିଛି ୪୧। ବିରାଟଙ୍କ ବ୍ୟାଟରୁ ୨ଟି ଶତକ ବାହାରିଥିବା ବେଳେ ଗୋଟିଏ ଅର୍ଦ୍ଧଶତକ ବି ମାରିଛନ୍ତି। ସେହିପରି ବିରାଟ କୋହଲି ୨୦୧୮ରେ ଖେଳିଛନ୍ତି ୧୪ଟି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌। ପିଟିଛନ୍ତି ୧୨୦୨ ରନ୍‌। ଆଭରେଜ୍‌ ରହିଛି ୧୩୩.୬୬। ଏହା ଭିତରେ ମାରିଛନ୍ତି ୬ଟି ସେଞ୍ଚୁରୀ। ୨୦୧୯ରେ ଏଯାଏଁ ଖେଳିଛନ୍ତି ୧୧ଟି ମ୍ୟାଚ୍‌। ୫୫.୫୪ ହାରରେ ସଂଗ୍ରହ କରିଛନ୍ତି ୬୧୧ ରନ୍‌। ତାଙ୍କ ଖାତାରେ ରହିଛି ୩ଟି ଶତକ।
ଏମିତି ଦେଖିଲେ ଗତ ୨୫ଟି ଦିନିକିଆରେ କୋହଲି ମାରି ସାରିଲେଣି ୯ଟି ଶତକ। ଏଥର ବିଶ୍ୱକପର ଲିଗ୍‌ ରାଉଣ୍ଡରେ ଟିମ୍‌ ଇଣ୍ଡିଆ ୯ଟି ମ୍ୟାଚ ଖେଳିବ। ତେଣୁ ବିରାଟଙ୍କ ବ୍ୟାଟରୁ ବିଶ୍ୱକପରେ ଅତି କମରେ ୩ଟି ସେଞ୍ଚୁରୀ ବାହାରିବ ବୋଲି ଆଶା କରାଯାଉଛି। ଇଂଲଣ୍ଡରେ ବିରାଟଙ୍କ ଟ୍ରାକ ରେକର୍ଡ ବି ଭଲ। ଇଂଲିଶ ମାଟିରେ ବିରାଟଙ୍କ ଦିନିକିଆ ଆଭରେଜ ରହିଛି ୫୪.୫୬। ସେଠାରେ ସେ ଖେଳିଛନ୍ତି ୨୨ଟି ଦିନିକିଆ। ସ୍କୋର କରିଛନ୍ତି ୮୭୩ ରନ୍‌। ତାଙ୍କ ବ୍ୟାଟରୁ ବାହାରିଛି ଗୋଟିଏ ଶତକ ଓ ୭ଟି ଅର୍ଦ୍ଧଶତକ। ୨୦୧୮ରେ ଇଂଲଣ୍ଡ ସିରିଜରେ କୋହଲି ଖେଳିଥିଲେ ୩ଟି ମ୍ୟାଚ୍‌। କରିଥିଲେ ୧୯୧ ରନ୍‌। ଏହା ଭିତରେ ଥିଲା ଦୁଇଟି ଅର୍ଦ୍ଧଶତକ।

ଏବେ ବିରାଟ ମିଶନରେ ବାହାରିଥିବା କୋହଲିଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ। ନିଜେ ଭଲ ଖେଳିବା ସହ ଦଳକୁ ମଧ୍ୟ ପ୍ରେରଣା ଦେଇ ଭଲ ଖେଳାଇବାକୁ ଚେଷ୍ଟା କରିବେ । କାରଣ ଦଳର ଅଧିକାଂଶ ଖେଳାଳି ପ୍ରଥମଥର ବିଶ୍ୱକପ୍‌ ଖେଳୁଛନ୍ତି । ସେମାନଙ୍କ ଭିତରେ ସମନ୍ଵୟ ରଖି ଇଂଲଣ୍ଡ ପିଚ୍‌ରେ ଉଚିତ ନିଷ୍ପତ୍ତି ନେଇ ପାରିଲେ ପୁଣି ବିଶ୍ୱ କପ୍‌ ହେବ ଭାରତର ।

ଅଜିତ କୁମାର ଦେହୁରୀ

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago