ଭୋଟ୍ ଗଣତି ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ : ୬୩ଟି କେନ୍ଦ୍ର, ୬୭ଶହ କର୍ମଚାରୀ ନିୟୋଜିତ

ଆସନ୍ତା ୨୩ ତାରିଖରେ ଖୋଲିବ ଷ୍ଟ୍ରଙ୍ଗରୁମ । ଇଭିଏମରୁ ବାହାରିବ ଫଳାଫଳ। ବିଗତ ନିର୍ବାଚନ ତୁଳନାରେ ଏଥର ସଂପୂର୍ଣ୍ଣ ଫଳାଫଳ ବାହାରିବା କିଛିଟା ବିଳମ୍ବ ହେବ । ବିଗତ ନିର୍ବାଚନରେ ବହୁ କମ୍‌ ସଂଖ୍ୟାରେ ପୋଷ୍ଟାଲ ବାଲାଟ ପେପର ଗଣତି ହେଉଥିଲା। କିନ୍ତୁ ଏଥର ଲକ୍ଷାଧିକ ସଂଖ୍ୟାର ପୋଷ୍ଟାଲ ପେପର ଗଣତି ହେବ। କେବଳ ପୋଷ୍ଟାଲ ବାଲାଟ୍‌ ନୁହେଁ, ଏଥର ସରକାରୀ ଚାକିରିଆଙ୍କ ପାଇଁ ଲାଗୁ ହୋଇଛି ଇଲେକ୍ଟ୍ରୋନିକାଲି ଟ୍ରାନସମିଟେଡ ପୋଷ୍ଟାଲ ବାଲାଟ୍‌-ଇଟିପିବି । ସମୁଦାୟ ୪୩ ହଜାର ୩୫୭ଟି ଇଟିପିବି ଏଥର ଇସ୍ୟୁ କରାଯାଇଛି। ପୋଷ୍ଟାଲ ବାଲାଟ ଭଳି ଏହାକୁ ମଧ୍ୟ କମ୍ପୁଟର ମାଧ୍ୟମରେ ସ୍କାନ କରି ଗଣତି କରାଯିବ।

ଗୁରୁବାର ସକାଳ ୮ଟା ପ୍ରଥମେ ଆରମ୍ଭ ହେବ ପୋଷ୍ଟାଲ ବାଲାଟ କାଉଣ୍ଟିଂ। ଅଧଘଣ୍ଟା ପରେ ଇଭିଏମ୍‌ କାଉଣ୍ଟିିଂ ଆରମ୍ଭ ହେବ। ଗୋଟିଏ ଭୋଟ ଗଣତି କେନ୍ଦ୍ରରେ ୩ଟି ଗଣତି ହଲ୍‌ ରହିବ। ଗୋଟିଏ ଲେଖାଏଁ ଟେବୁଲ ଉଭୟ ବିଧାନସଭା ଓ ଲୋକସଭା ପାଇଁ କରାଯାଇଥିବା ବେଳେ ଆଉ ଗୋଟିଏ ସେଣ୍ଟ୍ରାଲ ଟେବୁଲ କରାଯାଇଛି। ଏଥର ସମ୍ବଲପୁର ବିଧାନସଭା ନିର୍ବାଚନମଣ୍ଡଳୀର ଫଳାଫଳ ସବୁଠୁ ଆଗରେ ଆସିବାର ସମ୍ଭାବନା ରହିଛି। ଏଠାରେ ସର୍ବନିମ୍ନ ୧୯ ରାଉଣ୍ଡ ଭୋଟ ଗଣତି ହେବ । ପାଟଣାଗଡ଼ରେ ସବୁଠାରୁ ଅଧିକ ୪୯ ରାଉଣ୍ଡ ଗଣତି କରାଯିବ । ପ୍ରତି ନିର୍ବାଚନମଣ୍ଡଳୀ ପାଇଁ ହାରାହାରି ୩୦ ରାଉଣ୍ଡ ଗଣତି ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ନିର୍ବାଚନ ବେଳେ ଭିଭିପାଟର ହୋଇଥିବା ମକ୍‌ ପୋଲିଂ ଡିଲିଟ୍‌ କରାଯାଇଛି କି ନାହିଁ ତାହାକୁ ନେଇ ସନ୍ଦେହ ରହିଛି। ଏଭଳିସ୍ଥିତିରେ କ’ଣ କରାଯିବ ସେନେଇ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି। କିନ୍ତୁ ଏ କ୍ଷେତ୍ରରେ ଭିଭିପାଟ୍‌ ସ୍ଲିପ ଗଣତି କରି ତ୍ରୁଟି ସୁଧାରି ଦିଆଯିବ ବୋଲି ସିଇଓ କହିଛନ୍ତି। ସବୁ ଭୋଟ ଗଣତି କେନ୍ଦ୍ରରେ ସିସିଟିଭିର ବ୍ୟବସ୍ଥା କରାଯାଇଛି। ପ୍ରତି ଭୋଟ ଗଣତି କେନ୍ଦ୍ରରେ ଜଣେ କାଉଣ୍ଟିଂ ସୁପରଭାଇଜର, ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ଏବଂ ଜଣେ ମାଇକ୍ରୋ ଅବଜରଭରଙ୍କୁ ନିଯୁକ୍ତି ଦିଆଯାଇଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗୋଟିଏ ନିର୍ବାଚନମଣ୍ଡଳୀର ୫ଟି ବୁଥର ଭିଭିପାଟ୍‌ ସ୍ଲିପ ମେଳ କରାଯିବ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago