କେବେ ଅଡିର ଏହି ଲଗଜୁରୀ କାର୍ ଚଲାଉଥିଲେ କୋହଲି, ହେଲେ ଆଜି ଏହାର ଦୁର୍ଗତି ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ଫ୍ୟାନ୍ସ

କ୍ରିକେଟ୍ ବ୍ୟତୀତ ନିଜ ଷ୍ଟାଇଲ୍ ଏବଂ ଗ୍ଲାମର୍ ପାଇଁ ବେଶ୍ ପରିଚିତ ଟିମ୍ ଇଣ୍ଡିଆ କ୍ୟାପଟେନ୍ ତଥା ଷ୍ଟାର୍ ଖେଳାଳୀ ବିରାଟ୍ କୋହଲି । କ୍ରିକେଟରେ ସଫଳତାର ଶୀର୍ଷରେ ପହଂଚିବା ସହ ଷ୍ଟାଇଲ୍ ମାମଲାରେ ମଧ୍ୟ ବେଶ୍ ଆଗରେ କୋହଲି । ଖାଦ୍ୟ,ପାନୀୟ, ଘର ଏବଂ ଗାଡିକୁ କୋହଲିଙ୍କ ବିରାଟ ପସନ୍ଦ ବିଷୟରେ ଆମେ ଆପଣଙ୍କୁ ପୂର୍ବରୁ କହିଥିଲୁ । କୋହଲିଙ୍କ ନିକଟରେ ଅନେକ ବିଳାଶମୟ କାର୍ ଅଛି । ହେଲେ ଅଡିକୁ ନେଇ କୋହଲିଙ୍କ ପ୍ରେମ କାହାକୁ ଅଛପା ନାହିଁ ।

ଅଡିର ବ୍ରାଣ୍ଡ ଅମ୍ବାସାଡାର ମଧ୍ୟ ରହିସାରିଛନ୍ତି ବିରାଟ୍ କୋହଲି । କିଛି ଦିନ ତଳେ କୋହଲି ନିଜର ଅଡି ଆର୍ ୮କୁ ବିକ୍ରି କରିଦେଇଥିଲେ । ହେଲେ କାରର ଅବସ୍ଥା ଦେଖିଲେ ଲାଗିବ କୋହଲିଙ୍କ ଏହି ଅଡି ପ୍ରତି ପ୍ରେମ ନଥିଲା । କେବେ କୋହଲିଙ୍କ ନିକଟରେ ଥିବା ଏହି କାର୍ ଏବେ ପୋଲିସ୍ ଷ୍ଟେସନରେ ଧୂଳି ମାଟି ହୋଇ ପଡିଛି । ଆଉ କାରର ଅବସ୍ଥା ଦେଖି ଲାଗୁଛି ଏହାକୁ କିଣି ଥିବା ବ୍ୟକ୍ତି ଜଣକ ଯେମିତି ଏବେ ନୁହେଁ କେଉଁ ଯୁଗରୁ କିଣିଛି ।

ମିଳିଥିବା ସୂଚନା ମୂତାବକ, ଯେଉଁ ସ୍ଥାନରେ କାରଟି ଅଛି ପ୍ରାୟ ବର୍ଷେ ହେବ ସେଠାରେ ଏମିତି ଅବସ୍ଥାରେ ପଡିରହିଛି । ବନ୍ୟା ସମୟରେ କାରରେ ନା କେବଳ ପାଣି ଭର୍ତ୍ତି ହୋଇଯାଇଥିଲା ବରଂ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଚାଲିଯାଇଥିଲା । ଏବେ ଏମିତି ହୋଇଯାଇଛି ନା ଚଲାଇବା ଅବସ୍ଥାରେ ଅଛି ବିକ୍ରି ହେବା ଅବସ୍ଥାରେ । ଶେଷ ଥର ପାଇଁ ୨୦୧୩ରେ କ୍ରିସ୍ ଗେଲଙ୍କ ସହ ଏହି ଗାଡିରେ ନଜର ଆସିଥିଲେ କୋହଲି ।

KNews Bureau

Recent Posts

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

55 seconds ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

13 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

19 mins ago

ଶପଥ ନେବା ପାଇଁ ଟ୍ରାକ୍ଟରରେ ସଂସଦ ପହଞ୍ଚିଲେ ରାଜସ୍ଥାନର ସାଂସଦ ଅମରାରାମ, ଭିଡିଓ ଭାଇରଲ

ସାଂସଦ ଅମରାରାମ ଦିଲ୍ଲୀ ରାଜସ୍ଥାନ ହାଉସରୁ ସଂସଦ ପାଇଁ ଟ୍ରାକ୍ଟରରେ ଯାତ୍ରା କରିଛନ୍ତି । ନିଜର ଦେଶୀ ରାଜସ୍ଥାନ ଅନ୍ଦାଜରେ…

23 mins ago

ସାପ ଧରିବାକୁ ଯାଇଥିଲେ, ହେଲେ ଜାରରେ ଭର୍ତ୍ତି କରିବା ସମୟରେ କାମୁଡିଦେଲା ହାତକୁ

ସୁବର୍ଣ୍ଣପୁର : ସାପ କାମୁଡାରେ ସାପ ଧରାଳୀର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ଘଟିଯାଇଛି ଏଭଳି ଏକ…

24 mins ago

Airtel ୟୁଜର୍ସଙ୍କ ପାଇଁ ଖୁସି ଖବର, ୮୪ ଦିନ ଭାଲିଡିଟି ସହ ପ୍ରତିଦିନ ମିଳିବ ୩GB ଡାଟା

ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏହାର ଉନ୍ନତ କନେକ୍ଟିଭିଟି ପାଇଁ ବେସ ଜଣାଶୁଣା । ଦେଶର ଦୂରବର୍ତ୍ତୀ…

1 hour ago