କେବେ ଅଡିର ଏହି ଲଗଜୁରୀ କାର୍ ଚଲାଉଥିଲେ କୋହଲି, ହେଲେ ଆଜି ଏହାର ଦୁର୍ଗତି ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ଫ୍ୟାନ୍ସ

କ୍ରିକେଟ୍ ବ୍ୟତୀତ ନିଜ ଷ୍ଟାଇଲ୍ ଏବଂ ଗ୍ଲାମର୍ ପାଇଁ ବେଶ୍ ପରିଚିତ ଟିମ୍ ଇଣ୍ଡିଆ କ୍ୟାପଟେନ୍ ତଥା ଷ୍ଟାର୍ ଖେଳାଳୀ ବିରାଟ୍ କୋହଲି । କ୍ରିକେଟରେ ସଫଳତାର ଶୀର୍ଷରେ ପହଂଚିବା ସହ ଷ୍ଟାଇଲ୍ ମାମଲାରେ ମଧ୍ୟ ବେଶ୍ ଆଗରେ କୋହଲି । ଖାଦ୍ୟ,ପାନୀୟ, ଘର ଏବଂ ଗାଡିକୁ କୋହଲିଙ୍କ ବିରାଟ ପସନ୍ଦ ବିଷୟରେ ଆମେ ଆପଣଙ୍କୁ ପୂର୍ବରୁ କହିଥିଲୁ । କୋହଲିଙ୍କ ନିକଟରେ ଅନେକ ବିଳାଶମୟ କାର୍ ଅଛି । ହେଲେ ଅଡିକୁ ନେଇ କୋହଲିଙ୍କ ପ୍ରେମ କାହାକୁ ଅଛପା ନାହିଁ ।

Virat Kohli Audiଅଡିର ବ୍ରାଣ୍ଡ ଅମ୍ବାସାଡାର ମଧ୍ୟ ରହିସାରିଛନ୍ତି ବିରାଟ୍ କୋହଲି । କିଛି ଦିନ ତଳେ କୋହଲି ନିଜର ଅଡି ଆର୍ ୮କୁ ବିକ୍ରି କରିଦେଇଥିଲେ । ହେଲେ କାରର ଅବସ୍ଥା ଦେଖିଲେ ଲାଗିବ କୋହଲିଙ୍କ ଏହି ଅଡି ପ୍ରତି ପ୍ରେମ ନଥିଲା । କେବେ କୋହଲିଙ୍କ ନିକଟରେ ଥିବା ଏହି କାର୍ ଏବେ ପୋଲିସ୍ ଷ୍ଟେସନରେ ଧୂଳି ମାଟି ହୋଇ ପଡିଛି । ଆଉ କାରର ଅବସ୍ଥା ଦେଖି ଲାଗୁଛି ଏହାକୁ କିଣି ଥିବା ବ୍ୟକ୍ତି ଜଣକ ଯେମିତି ଏବେ ନୁହେଁ କେଉଁ ଯୁଗରୁ କିଣିଛି ।

ମିଳିଥିବା ସୂଚନା ମୂତାବକ, ଯେଉଁ ସ୍ଥାନରେ କାରଟି ଅଛି ପ୍ରାୟ ବର୍ଷେ ହେବ ସେଠାରେ ଏମିତି ଅବସ୍ଥାରେ ପଡିରହିଛି । ବନ୍ୟା ସମୟରେ କାରରେ ନା କେବଳ ପାଣି ଭର୍ତ୍ତି ହୋଇଯାଇଥିଲା ବରଂ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଚାଲିଯାଇଥିଲା । ଏବେ ଏମିତି ହୋଇଯାଇଛି ନା ଚଲାଇବା ଅବସ୍ଥାରେ ଅଛି ବିକ୍ରି ହେବା ଅବସ୍ଥାରେ । ଶେଷ ଥର ପାଇଁ ୨୦୧୩ରେ କ୍ରିସ୍ ଗେଲଙ୍କ ସହ ଏହି ଗାଡିରେ ନଜର ଆସିଥିଲେ କୋହଲି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.