କାହିଁକି ଅଧିନାୟକ ପଦ ଛାଡ଼ିଥିଲେ ଧୋନି ? ମହତ ଉଦ୍ଦେଶ୍ୟଟି ଏବେ କହିଲେ

ମହେନ୍ଦ୍ର ସିଂହ ଧୋନି । ଭାରତୀୟ କ୍ରିକେଟର‌ ସଫଳ ଅଧିନାୟକ । ୨୦୦୭ ମସିହାରେ ରାହୁଲ ଦ୍ରାବିଡଙ୍କଠାରୁ ଟିମ୍ ଇଣ୍ଡିଆର ନେତୃତ୍ୱ ଦାୟିତ୍ବ ସମ୍ଭାଳିଥିଲେ । ଠିକଣା ସମୟରେ ଟିମ୍ ଇଣ୍ଡିଆ ସେନାପତି ଭାର ନିଜ କାନ୍ଧକୁ ନେଇଥିଲେ । ମାହି ପଡ଼ିଆ ଭିତରେ ପ୍ରତିପକ୍ଷଙ୍କୁ ଚେକମେଟ୍ ଦେବାରେ ଭାରି ମାହିର । ଶେଷ ମୁହୂର୍ତ୍ତରେ ବି ମ୍ୟାଚର ମୋଡ଼ ବଦଳାଇ ଦେଉଥିବା ଖେଳାଳି ମହେନ୍ଦ୍ର ସିଂହ ଧୋନି । ସବୁ କିଛି ଠିକଠାକ୍ ଚାଲିଥିଲା ।  ଅଚାନକ ୨୦୧୭, ଜାନୁଆରୀ ୪ ତାରିଖରେ  ଦିନିକିଆ ଓ ଟି-ଟ୍ବେଣ୍ଟି ଦଳର  ଅଧିନାୟକ ପଦ ଛାଡିବା ନେଇ ଘୋଷଣା କରିଥିଲେ ଏମଏସଡି । ଯାହକି ପୂରା‌ କ୍ରିକେଟ ଦୁନିଆରେ ଚହଳ ପକାଇଥିଲା । କାରଣ ସେତେବେଳେ ଆଗକୁ ଥାଏ ଇଂଲଣ୍ଡ ସିରିଜ । ଏଥିପାଇଁ ଦଳ ଘୋଷଣାର ଦୁଇ ଦିନ ଆଗରୁ ଅଧିନାୟକ ପଦରୁ ଇସ୍ତଫା ଘୋଷଣା କରି ସମସ୍ତଙ୍କୁ ଚମକେଇ ଦେଇଥିଲେ ମିଷ୍ଟର ‘କ୍ୟାପଟେନ୍ କୁଲ୍’ । ଅନେକ କିଛି ଚର୍ଚ୍ଚା ବି ହେଲା । କେହି କହିଲେ କୋଚଙ୍କ ସହ ମନାନ୍ତର କଥା । ବେଶି ଚର୍ଚ୍ଚା ହେଲା ଯେ ବିରାଟ କୋହଲିଙ୍କ ସହ ଧୋନିଙ୍କର ଆଉ ପଡୁନି । କୋହଲି ଅଧିନାୟକ ପଦ ପାଇଁ ଆଶାୟୀ । ଆଗଧାଡିର କିଛି ମିଡ଼ିଆ ଓ ସୋସିଆଲ  ମିଡିଆରେ ଏମିତି କେତେ କଥା ବାହାରିଲା । ସେବେଠାରୁ କେଉଁଠି, କେବେ ଓ କାହାକୁ ବି କାରଣ କ’ଣ କହି ନଥିଲେ ମାହି ।‌ କେହି କେବେ ଭାବିଛନ୍ତି କି ଧୋନି ଅଧିନାୟକ ପଦ ଛାଡ଼ିବାର ଅସଲ କାରଣ କଣ ହୋଇଥାଇ ପାରେ ? ପାଖାପାଖି ଦୁଇ ବର୍ଷ ପରେ ଅଧିନାୟକ ‌ପଦ ଛାଡିବା ସସପେନ୍ସ ଉପରୁ ପରଦା ହଟାଇଛନ୍ତି ଧୋନି । ମହତ ଉଦ୍ଦେଶ୍ୟଟି କ’ଣ ଥିଲା କହିଛନ୍ତି । ଧୋନି ଭାରି ଦୂରଦୃଷ୍ଟି ସମ୍ପନ୍ନ । ଟିମ୍ ଇଣ୍ଡିଆର ଭଜ୍ଜଳ ଭବିଷ୍ୟତ ଓ ପରବର୍ତ୍ତୀ ସଫଳ ପିଢ଼ି ତିଆରି କରିବା ଥିଲା ତାଙ୍କର ଉଦ୍ଦେଶ୍ୟ । କାରଣ ୨୦୧୯ ବିଶ୍ଵକପ୍ ଦଳପତିଙ୍କ ପାଇଁ ସେ ଅଧିନାୟକ ପଦରୁ ଅବ୍ୟାହତି ନେଇଥିଲେ । ଧୋନି କହିଛନ୍ତି, ଇଂଲଣ୍ଡରେ ହେବ ୨୦୧୯ ବିଶ୍ଵକପ୍। ଜଣେ ନୂଆ କ୍ୟାପଟେନଙ୍କୁ ଢେର ଅଧିକ ସମୟ ମିଳିବ ଦଳ ଗଢିବା ଲାଗି । ଜଣେ ସଫଳ ସେନାପତି ଭାବରେ ସେ ବିଶ୍ଵବିଜୟୀ  ଦଳର ରୋଡମ୍ୟାପ ପ୍ରସ୍ତୁତ କରିପାରିବେ । କାରଣ ଅଧିନାୟକ ଯଦି ଯଥେଷ୍ଟ ସମୟ ପାଇବ ନାହିଁ ତେବେ ଗୋଟିଏ ସଂଗଠିତ ଟିମ୍ ଗଠନ‌ କରିବା ମୁସ୍କିଲ୍ । ଏକଥା ବେଶ୍ ଭଲ ଭାବରେ ଉପଲବ୍ଧି କରିଥିଲେ ଧୋନି । ତେଣୁ ଠିକଣା ସମୟରେ ସେ ଟିମ୍ ଇଣ୍ଡିଆର ଅଧିନାୟକ ପଦରୁ ନିଜକୁ ମୁକ୍ତ କରିଥିଲେ । ଏମିତି ଚିନ୍ତାଧାରା ବୋଧେ ହାତ ଗଣତି କିଛି ଖେଳାଳିଙ୍କ କ୍ଷେତ୍ରରେ ‌ଦେଖିବାକୁ ମିଳିଥାଏ । ଅଧିନାୟକ ପଦରୁ ଅବ୍ୟାହତି ନେବା ବେଳେ ଅବଶ୍ୟ  ଧୋନି  ଗୋଟିଏ ଲାଇନ୍ କହିଥିଲେ ଯେ  ପ୍ରଥମେ ଦଳ, ତାପରେ ଆଉ ଯାହା କିଛି ।

ସଫଳ ଅଧିନାୟକ

୨୦୧୪ ମସିହା ସେପ୍ଟେମ୍ବର ମାସରେ ଟେଷ୍ଟ ମ୍ୟାଚ୍ ସହ ଏହାର ଅଧିନାୟକ ପଦ ଛାଡିଥିଲେ ଧୋନି । କିନ୍ତୁ ଦିନିକିଆ ଓ ଟ୍ବେଣ୍ଟି ଟ୍ବେଣ୍ଟିର କ୍ୟାପଟେନ ଥିଲେ । ସେ ହେଉଛନ୍ତି ଟିମ୍ ଇଣ୍ଡିଆର ଜଣେ ସଫଳ ଖେଳାଳି ଓ ଅଧିନାୟକ ଏବଂ ୱିକେଟ ରକ୍ଷକ । ତାଙ୍କ ନେତୃତ୍ବରେ ଭାରତ ୨୦୦୭ ଟି-ଟ୍ବେଣ୍ଟି ବିଶ୍ବକପ୍ ପ୍ରଥମ ସଂସ୍କରଣରେ ଚାମ୍ପିଅନ ମୁକୁଟ ପିନ୍ଧିଥିଲା । ସେହିପରି ୨୦୧୧ ବିଶ୍ବକପରେ ବିଜୟୀ ହେବା  ସହ ୨୦୧୩ରେ ଚାମ୍ପିଅନସ୍ ଟ୍ରଫି ହାତେଇଥିଲା ଟିମ୍ ଇଣ୍ଡିଆ । ଏଭଳି ସଫଳତା ହାସଲ କରିବାର ନିଆରା ଉଦାହରଣ ହେଉଛନ୍ତି ଧୋନି ।

୨୦୧୧ ବିଶ୍ବକପ୍ ଫାଇନାଲ୍ ମ୍ୟାଚ୍ କଥା କେହି ଭୁଲି ନଥିବେ ବୋଧେ । ସେହି ମ୍ୟାଚରେ ଧୋନି ୭୯ ବଲରୁ ଅପରାଜିତ ୯୧ ରନ୍ କରି ଦଳକୁ ୨୮ ବର୍ଷ ପରେ ବିଶ୍ବକପ୍ ଭେଟି ଦେଇଥିଲେ । ଭପଯୋଗୀ ଇନିଂସ ଖେଳିଥିଲେ । ଆଇସିସିର ସମସ୍ତ ତିନିଟିଯାକ ଲିମିଟେଡ୍ ଓଭର୍ ଟ୍ରଫିରେ (ଦିନିକିଆ, ଟି-ଟ୍ବେଣ୍ଟି  ବିଶ୍ଵକପ ଓ ଚାମ୍ପିଅନ୍ସ ଟ୍ରଫି) ଚାମ୍ପିଅନ କରାଇଥିବା ଭାରତର ପ୍ରଥମ ଅଧିନାୟକ ହୋଇଛନ୍ତି ମହେନ୍ଦ୍ର ସିଂହ ଧୋନି । ସେହିପରି ଅଧିନାୟକ ଭାବରେ ଟିମ୍ ଇଣ୍ଡିଆକୁ ସର୍ବାଧିକ ଟେଷ୍ଟ, ଦିନିକିଆ ଆନ୍ତର୍ଜାତିକ ଓ ଟି-ଟ୍ବେଣ୍ଟି ମ୍ୟାଚ୍ ଜିତାଇଥିବା ରେକର୍ଡ ବି ତାଙ୍କରି ନାଁରେ ।

ଅଧିନାୟକ ଭାବରେ ରେକର୍ଡ

ଧୋନିଙ୍କ ନେତୃତ୍ୱରେ ଭାରତ ୧୯୯ଟି ଦିନିକିଆ ଖେଳିଛି । ଏଥିରୁ ୧୧୦ଟି ମ୍ୟାଚ୍ ଜିତିଥିବା ବେଳେ  ୭୪ ମ୍ୟାଚରେ ପରାଜୟର ମୁହଁ ଦେଖିଛି ଦଳ । ୭୨ ଟି-ଟ୍ବେଣ୍ଟି ମ୍ୟାଚର ଅଧିନାୟକ ଦାୟିତ୍ଵ ତୁଲାଇଛନ୍ତି ଧୋନି । ଯେଉଁଥିରେ ରହିଛି ୪୧ ବିଜୟ ଓ ୧୮ ପରାଜୟ । ଧୋନି ପ୍ରମାଣ କରି ଦେଖାଇଛନ୍ତି ସେ ହେଉଛନ୍ତି ଟିମ୍ ଇଣ୍ଡିଆର ସଫଳ ଟେଷ୍ଟ କ୍ୟାପଟେନ୍ । ତାଙ୍କ ନେତୃତ୍ବରେ ଭାରତ ୨୭ଟି ଟେଷ୍ଟରେ ବିଜୟୀ ହୋଇଥିବା ବେଳେ ୧୮ଟି ହାରିଛି ଓ ୧୫ଟି ଟେଷ୍ଟ ଡ୍ର ରଖି ପାରିଛି । ସେହିପରି ଧୋନି ହେଉଛନ୍ତି ଏକମାତ୍ର ଭାରତୀୟ ଅଧିନାୟକ ଯିଏକି ଅଷ୍ଟ୍ରେଲିଆରେ ଦଳକୁ ଅଧିକ ଦିନିକିଆ ଓ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍ ଏବଂ ନ୍ୟୁଜିଲାଣ୍ଡରେ ଟେଷ୍ଟ ସିରିଜ୍ ବିଜୟୀ କରାଇଛନ୍ତି ।

ଅଧିନାୟକ ଭାବରେ ଦିନିକିଆ ମ୍ୟାଚରେ ୬୬୩୩ ରନ୍, ଟି-ଟ୍ବେଣ୍ଟିରେ ୧୧୧୨ ରନ୍ ଓ ଟେଷ୍ଟରେ ହାସଲ କରିଛନ୍ତି ୩୪୫୪ ରନ୍ । କ୍ରିକେଟର ସବୁ ଫର୍ମାଟରେ ଟିମ୍ ଇଣ୍ଡିଆ ପ୍ରତି ତାଙ୍କ ଅବଦାନ ଅତୁଳନୀୟ । ୨୦୦୪ ମସିହା ଡିସେମ୍ବର ମାସରେ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ ଧୋନି । ତାପର ଠାରୁ କେବେ ପଛକୁ ଫେରି ଚାହିଁ ନାହାନ୍ତି । ଆଗକୁ ଏସିଆ କପ୍ ଖେଳିବେ । ପୁଣି ୨୦୧୯ ବିଶ୍ବକପ୍ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ମାହି ।

KNews Bureau

Recent Posts

ଲୋକଙ୍କୁ ଉଷୁକାଇ କରୁଥିଲା ଦଙ୍ଗା, ପୋଲିସ ହାତରେ ଧରାପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ ଅମ୍ବିକା ଦାସ

ସୋରଡ଼ା(କେନ୍ୟୁଜ୍‌): ଦୁର୍ଦ୍ଦାନ୍ତ ଅପରାଧୀ ଅମ୍ବିକା ଦାସ ଗିରଫ। ଅମ୍ବିକା ଦାସକୁ ଗିରଫ କଲା ସୋରଡ଼ା ପୋଲିସ । ଗଞ୍ଜାମ ଜିଲ୍ଲା…

31 mins ago

ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ବାଇକ ଚାଳକ ମୃତ

ବାଙ୍ଗିରିପୋଷି(କେନ୍ୟୁଜ୍‌): ଦ୍ୱାରାଶୁଣି ଘାଟିରେ ପୁଣିଥରେ ଦୁର୍ଘଟଣା । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ୱାରାଶୁଣି ଘାଟିରେ ଅଜଣା ଗାଡି ଧକ୍କାରେ ବାଇକ…

50 mins ago

ଗଠନ ହେବ ନୂଆ ବିଧାନସଭା, ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(କେନ୍ୟୁଜ୍‌): ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ । ରାଜ୍ୟପାଳ ରଘୁବର ଦାଶ ୧୬ତମ ଓଡ଼ିଶା ବିଧାନସଭା ଭଙ୍ଗ ପାଇଁ…

1 hour ago

ୟୁରିକ୍ ଏସିଡ୍‌କୁ ନିୟନ୍ତ୍ରଣ କରିବ କଖାରୁ, ହାର୍ଟ ପାଇଁ ମଧ୍ୟ ହୋଇଥାଏ ଲାଭଦାୟକ

ଆଜିର ଖରାପ ଲାଇଫ୍‌ ଷ୍ଟାଇଲ୍‌ ଏବଂ ଖାଇବା ଅଭ୍ୟାସ ହେତୁ ଲୋକଙ୍କ ମଧ୍ୟରେ ୟୁରିକ୍ ଏସିଡ୍ ସମସ୍ୟା ଦ୍ରୁତ ଗତିରେ…

1 hour ago

କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଲେ କେଦାର ଯାଦବ, ଫ୍ୟାନ୍ସଙ୍କୁ ଜଣାଇଲେ ଧନ୍ୟବାଦ

ଟି୨୦ ବିଶ୍ୱକପ ଚାଲିଥିବା ବେଳେ ଭାରତର ପ୍ରଥମ ମ୍ୟାଚ୍‌ ଜୁନ୍‌ ୫ ତାରିଖରେ ଖେଳାଯିବ । ଏହି ମ୍ୟାଚକୁ ଫ୍ୟାନ୍ସ…

1 hour ago

ଧର୍ମଶାଳା ଓ ରସୁଲପୁର ବ୍ଲକ ଅଫିସ୍ ରେ ଭଙ୍ଗାରୁଜା ଘଟଣାରେ ୨୦ ଗିରଫ

ଯାଜପୁର(କେନ୍ୟୁଜ୍‌): ଯାଜପୁର ଜିଲ୍ଲା ଧର୍ମଶାଳାରେ ମତଦାନ ପରେ ବ୍ଲକ ଅଫିସରେ ଭଙ୍ଗାରୁଜା ଘଟଣାରେ ୨୦ ଜଣ ଗିରଫ । ୨୦ଜଣଙ୍କୁ…

1 hour ago