କ୍ରୀଡା

ଓ୍ଵିନିଂ ହିରୋ ବିରାଟଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ କିମ୍ବଦନ୍ତୀ କ୍ରିକେଟର କରୁଛନ୍ତି ଗୁଣଗାନ

କେନ୍ୟୁଜ୍: ଚାରିଆଡ଼େ ବିରାଟ ନାରା । ଟି-୨୦ ବିଶ୍ୱକପରେ ପାକିସ୍ତାନ ହାତରୁ ବିରାଟ କୋହଲି ମ୍ୟାଚ୍‌ ଛଡ଼ାଇ ଆଣିବା ପରେ ସବୁଠି ତାଙ୍କର ଗୁଣଗାନ । ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ କିମ୍ବଦନ୍ତୀ କ୍ରିକେଟର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବିରାଟଙ୍କୁ ପ୍ରଶଂସାର ପୋତି ପକାଇଛନ୍ତି ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ଵାଗ, ଭିଭିଏସ୍‌ ଲକ୍ଷ୍ମଣ, ଦକ୍ଷିଣ ଆଫ୍ରିକା କ୍ରିକେଟର ଡିଭିଲିୟର୍ସ, ଗୌତମ ଗମ୍ଭୀର, ୟୁବରାଜ ସିଂ ଭଳି ବହୁ ପୂର୍ବତନ କ୍ରିକେଟର । ତାଙ୍କ ଲଢୁଆ ବ୍ୟାଟିଂରେ ସମସ୍ତେ ଦିଓ୍ଵାନା ହୋଇଛନ୍ତି ।

ମେଲବର୍ଣ୍ଣରୁ ଦୀପାବଳି ଭେଟି ଦେଇଥିଲେ ବିରାଟ କୋହଲି । ଦମଦାର ବ୍ୟାଟିଂ ବଳରେ ପାକିସ୍ତାନ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଲା ଟିମ୍‌ ଇଣ୍ଡିଆ । ଓ୍ଵିନିଂ ହିରୋ ବିରାଟଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । କୋହଲିଙ୍କର ଧୂଆଁଧାର ୮୨ ରନ ବଳରେ ୪ ଓ୍ଵିକେଟରେ ବିଜୟୀ ହୋଇଛି ଭାରତ । ଶେଷ ପର୍ଯ୍ୟନ୍ତ ରକ୍ଷଣାତ୍ମକ ସୋ ଦେଖାଇଥିଲେ କୋହଲି । ଗୋଟିଏ ସମୟରେ ପାକିସ୍ତାନ ସପକ୍ଷରେ ମ୍ୟାଚ ଥିବା ବେଳେ ଛଡାଇ ଆଣିଥିଲେ ବିରାଟ କୋହଲି । ୫୩ ବଲରେ ଅପରାଜିତ ୮୨ ରନ କରିଥିଲେ । ଏହା ଭିତରେ ରହିଥିଲା ୪ଟି ଛକା ଓ ୬ଟି ଚଉକା ।

ଅନ୍ଯପଟେ ତେବେ ସେତିକି ଗୁରୁତ୍ୱପୂର୍ଣ୍ଣ ଥିଲା ଅଲରାଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭୂମିକା । କାରଣ ସେ ପାକିସ୍ତାନର ୩ଟି ଓ୍ଵିକେଟ୍‌ ନେବା ସହିତ ୪୦ ରନ୍‌ ସ୍କୋର କରିଥିଲେ । ପୁଣି ବିରାଟଙ୍କ ସହ ଭାଗିଦାରୀ କରି ଶହେରୁ ଅଧିକ ରନ୍‌ ସଂଗ୍ରହ କରିଥିଲେ । କହିବାକୁ ଗଲେ ଏମିତିକି ଶେଷ ବଲ୍‌ରେ ଅଶ୍ୱିନଙ୍କ ୧ ରନ୍‌ ମଧ୍ୟ ଦଳର ବିଜୟରେ ମୁଣ୍ଡି ମାରିବାକୁ ସକ୍ଷମ ହେଲା । ତେଣୁ ଗୋଟିଏ ଟିମ୍‌ ଗେମ୍‌ରେ ଜଣେ ହିରୋ ହୋଇ ପାରେ କିନ୍ତୁ ଅବଦାନ ଅନ୍ୟମାନଙ୍କର ବି ରହିଛି । ବିରାଟ କହିଛନ୍ତି, ତାଙ୍କ ପାଇଁ ଏହି ବିଜୟ ଏକଦମ୍‌ ସ୍ପେସାଲ ।

Sonalisa

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ବ୍ୟବସାୟୀଙ୍କ ପାଇଁ କିପରି କଟିବ ଦିନ

ମେଷ : କାର୍ଯ୍ୟ ସମ୍ବନ୍ଧୀୟ କିଛି ସୃଜନାତ୍ମକ ଚିନ୍ତାଧାରା ମନକୁ ଆସିପାରେ, ଯାହାକୁ ଆପଣ ନିଜ କାମରେ ବ୍ୟବହାର କରିପାରିବେ,…

3 hours ago

ଓଡ଼ିଶାର ଗଣମାଧ୍ୟମ ପରିବାର ପକ୍ଷରୁ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମ ଜଗତର ପ୍ରମୁଖ ବ୍ୟକ୍ତିିତ୍ୱ ରାମୋଜୀ ରାଓଙ୍କ ବିୟୋଗରେ ଓଡ଼ିଶାର ମିଡିଆ ପରିବାର ମଧ୍ୟରେ ଗଭୀର…

4 hours ago

ଫେସବୁକ ପ୍ରେମର କରୁଣ ପରିଣତି, ପ୍ରେମିକାର ଗଳା କାଟିବା ପରେ ନିଜ ଗଳା କାଟି ଜୀବନ ହାରିଲେ ପ୍ରେମିକ

ଦେବଗଡ଼ : ଫେସବୁକ ପ୍ରେମର କରୁଣ ପରିଣତି l ସାହି ଦାଣ୍ଡରେ ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ନିଜ…

4 hours ago

ଥାନାକୁ ଡାକି ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ କରିବା ଘଟଣା : ନିଲମ୍ବିତ ହେଲେ ପୋଲିସ ଏଏସଆଇ

ସୁବର୍ଣ୍ଣପୁର : ମିଛ କେଶରେ ଯୁବକଙ୍କୁ ଥାନାକୁ ଡାକି ଥାର୍ଡ଼ ଡିଗ୍ରୀ କରିବା ଏଏସଆଇଙ୍କୁ ମହଙ୍ଗା ପଡିଲା  l ଘଟଣାକୁ…

5 hours ago

ରୋଗୀ ଆଣୁଥିବା ବେଳେ 108 ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ଡ୍ରାଇଭର

ବାସୁଦେବପୁର :  ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ପେଟ୍ରୋଲ ପମ୍ପ ନିକଟରେ ରୋଗୀ ଆଣୁଥିବା ବେଳେ 108 …

5 hours ago

କୋଇଲା ଟ୍ରେନରେ ନିଆଁ, ଆୟତ୍ତ କରିବା ପାଇଁ ଲାଗିଛନ୍ତି ଦମକଳ ବାହିନୀ

ସୋର : କୋଇଲା ବଗିରେ ଲାଗିଛି ନିଆଁ  l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବା ବେଳେ ସୋର…

6 hours ago