କ୍ରୀଡା

ବିଶ୍ୱକପ୍‌ : ଅହମ୍ମଦାବାଦରେ ହେବ ବିଶ୍ୱକପ୍‌ ରଂଗାରଂଗ କାର୍ଯ୍ୟକ୍ରମ, ୪ ଅକ୍ଟୋବର ଉଦ୍ଘାଟନରେ ଭାଗନେବେ ସବୁ ଦଳର କ୍ୟାପଟେନ

ଭାରତରେ ବିଶ୍ୱକପ୍‌ ୫ ଅକ୍ଟୋବରରେ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହାର ଉଦଘାଟନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଉଦଘାଟନ ଅବସରରେ ରଂଗାରଂଗ କାର୍ଯ୍ୟକ୍ରମରେ ବଲିଉଡ କଳାକାର ଭାଗ ନେଇପାରନ୍ତି । ସେଦିନ ସବୁ ୧୦ ଟିମର କ୍ୟାପଟେନ ବି ଉପସ୍ଥିତ ରହିବେ ।

ତା’ପରଦିନ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ଇଂଲଣ୍ଡ ଓ ନ୍ୟୁଜଲାଣ୍ଡ ମଧ୍ୟରେ ହେବ । ୩ ଅକ୍ଟୋବରରେ ବିଶ୍ୱକପର ଅଭ୍ୟାସ ମ୍ୟାଚ ସମାପ୍ତ ହୋଇଯିବ । ସୂଚନା ଅନୁଯାୟୀ ଅଭ୍ୟାସ ମ୍ୟାଚ୍‌ ସମାପ୍ତ ପରେ ସବୁ କ୍ୟାପଟେନ ଅହମ୍ମଦାବାଦ ସମାରୋହରେ ଉପସ୍ଥିତ ହେବେ । ଅହମ୍ମଦାବାଦରେ ବିଶ୍ୱକପର ଫାଇନାଲ ମ୍ୟାଚ୍‌ ମଧ୍ୟ ୧୯ ନଭେମ୍ବରରେ ଖେଳାଯିବ ।

ଭାରତର ୧୦ ସହରରେ ଖେଳାଯିବ ମ୍ୟାଚ୍‌

ବିଶ୍ୱକପ୍‌ ରେ ମୋଟ ୫୮ ମ୍ୟାଚ ଖେଳାଯିବ । ଏଥିରେ ୧୦ ଅଭ୍ୟାସ ମ୍ୟାଚ ରହିଛି । ଭାରତର ୧୦ ଟି ସହରରେ ଏହି ମ୍ୟାଚ ଖେଳାଯିବ । ହାଇଦ୍ରାବାଦ, ଅହମ୍ମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ବେଙ୍ଗାଲୁର, ମୁମ୍ବଇ ଓ କୋଲକାତାରେ ଏହି ସବୁ ମ୍ୟାଚ ଖେଳାଯିବ । ଗୌହାଟ ଓ ତିରୁଅନନ୍ତପୁରମ ଛଡା ହାଇଦ୍ରାବାଦରେ ଅଭ୍ୟାସ ମ୍ୟାଚ ଖେଳାଯିବ ।

ଶ୍ରୀଲଙ୍କା ଓ ନେଦରଲାଣ୍ଡକୁ କ୍ୱାଲିଫାଏର୍ସରେ ମିଳିବ ଏଣ୍ଟ୍ରି

ଏହି ବିଶ୍ୱ କପରେ ମୋଟ ୧୦ ଟିମ ଭାଗ ନେବେ । ଶ୍ରୀଲଙ୍କା ଓ ନେଦରଲାଣ୍ଡ ଟିମ୍‌ କ୍ୱାଲିଫାୟର୍ସ ଭାବେ ଏହି ଟୁର୍ଣ୍ଣାମେଣ୍ଟରେ ପହଞ୍ଚିବେ । ଏହି ଦୁଇ ଟିମ ଛଡା ଭାରତ, ନ୍ୟୁଜଲାଣ୍ଡ,ଇଂଲଣ୍ଡ,ଅଷ୍ଟ୍ରେଲିଆ,ବାଂଲାଦେଶ,ପାକିସ୍ତାନ ଓ ଆଫଗାନିସ୍ତାନ ଟିମ ବିଶ୍ୱକପରେ ଦେଖାଯିବେ ।

Niharanjan

Recent Posts

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

7 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

13 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

22 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

24 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

31 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

57 mins ago