ବିଶ୍ୱକପ୍ : ଅହମ୍ମଦାବାଦରେ ହେବ ବିଶ୍ୱକପ୍ ରଂଗାରଂଗ କାର୍ଯ୍ୟକ୍ରମ, ୪ ଅକ୍ଟୋବର ଉଦ୍ଘାଟନରେ ଭାଗନେବେ ସବୁ ଦଳର କ୍ୟାପଟେନ
ଭାରତରେ ବିଶ୍ୱକପ୍ ୫ ଅକ୍ଟୋବରରେ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହାର ଉଦଘାଟନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଉଦଘାଟନ ଅବସରରେ ରଂଗାରଂଗ କାର୍ଯ୍ୟକ୍ରମରେ ବଲିଉଡ କଳାକାର ଭାଗ ନେଇପାରନ୍ତି । ସେଦିନ ସବୁ ୧୦ ଟିମର କ୍ୟାପଟେନ ବି ଉପସ୍ଥିତ ରହିବେ ।

ତା’ପରଦିନ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଓ ନ୍ୟୁଜଲାଣ୍ଡ ମଧ୍ୟରେ ହେବ । ୩ ଅକ୍ଟୋବରରେ ବିଶ୍ୱକପର ଅଭ୍ୟାସ ମ୍ୟାଚ ସମାପ୍ତ ହୋଇଯିବ । ସୂଚନା ଅନୁଯାୟୀ ଅଭ୍ୟାସ ମ୍ୟାଚ୍ ସମାପ୍ତ ପରେ ସବୁ କ୍ୟାପଟେନ ଅହମ୍ମଦାବାଦ ସମାରୋହରେ ଉପସ୍ଥିତ ହେବେ । ଅହମ୍ମଦାବାଦରେ ବିଶ୍ୱକପର ଫାଇନାଲ ମ୍ୟାଚ୍ ମଧ୍ୟ ୧୯ ନଭେମ୍ବରରେ ଖେଳାଯିବ ।
ଭାରତର ୧୦ ସହରରେ ଖେଳାଯିବ ମ୍ୟାଚ୍
ବିଶ୍ୱକପ୍ ରେ ମୋଟ ୫୮ ମ୍ୟାଚ ଖେଳାଯିବ । ଏଥିରେ ୧୦ ଅଭ୍ୟାସ ମ୍ୟାଚ ରହିଛି । ଭାରତର ୧୦ ଟି ସହରରେ ଏହି ମ୍ୟାଚ ଖେଳାଯିବ । ହାଇଦ୍ରାବାଦ, ଅହମ୍ମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ବେଙ୍ଗାଲୁର, ମୁମ୍ବଇ ଓ କୋଲକାତାରେ ଏହି ସବୁ ମ୍ୟାଚ ଖେଳାଯିବ । ଗୌହାଟ ଓ ତିରୁଅନନ୍ତପୁରମ ଛଡା ହାଇଦ୍ରାବାଦରେ ଅଭ୍ୟାସ ମ୍ୟାଚ ଖେଳାଯିବ ।
ଶ୍ରୀଲଙ୍କା ଓ ନେଦରଲାଣ୍ଡକୁ କ୍ୱାଲିଫାଏର୍ସରେ ମିଳିବ ଏଣ୍ଟ୍ରି
ଏହି ବିଶ୍ୱ କପରେ ମୋଟ ୧୦ ଟିମ ଭାଗ ନେବେ । ଶ୍ରୀଲଙ୍କା ଓ ନେଦରଲାଣ୍ଡ ଟିମ୍ କ୍ୱାଲିଫାୟର୍ସ ଭାବେ ଏହି ଟୁର୍ଣ୍ଣାମେଣ୍ଟରେ ପହଞ୍ଚିବେ । ଏହି ଦୁଇ ଟିମ ଛଡା ଭାରତ, ନ୍ୟୁଜଲାଣ୍ଡ,ଇଂଲଣ୍ଡ,ଅଷ୍ଟ୍ରେଲିଆ,ବାଂଲାଦେଶ,ପାକିସ୍ତାନ ଓ ଆଫଗାନିସ୍ତାନ ଟିମ ବିଶ୍ୱକପରେ ଦେଖାଯିବେ ।