ଖେଳୁଥିବା ବେଳେ ପଡିଲା କାନ୍ଥ: ୧୦ବର୍ଷ ବାଳକ ମୃତ
ଭଙ୍ଗାଘରେ ଖେଳୁଥିବା ବେଳେ କାନ୍ଥ ପଡି ୧୦ବର୍ଷ ବାଳକର ମୃତ୍ୟୁ ହୋଇଛି। କରଞ୍ଜିଆ ଥାନା ଅନ୍ତର୍ଗତ ମୂର୍ଗାପାଟ ମୁଣ୍ଡା ସାହିରେ ଘଟିଛି ଏପରି ଦୁଃଖଦ ଘଟଣା।

କରଞ୍ଜିଆ ( କେନ୍ୟୁଜ): ଭଙ୍ଗାଘରେ ଖେଳୁଥିବା ବେଳେ କାନ୍ଥ ପଡି ୧୦ବର୍ଷ ବାଳକର ମୃତ୍ୟୁ ହୋଇଛି। କରଞ୍ଜିଆ ଥାନା ଅନ୍ତର୍ଗତ ମୂର୍ଗାପାଟ ମୁଣ୍ଡା ସାହିରେ ଘଟିଛି ଏପରି ଦୁଃଖଦ ଘଟଣା। ଆଜି ସନ୍ଧ୍ୟା ସମୟରେ ନିଜ ଘର ନିକଟରେ ଥିବା ଏକ ଭଙ୍ଗା କୁଡିଆରେ ଖେଳୁଥିବା ବେଳେ ହଠାତ କାନ୍ଥ ପଡିବା ଯୋଗୁଁ ତୁରାମ ବାନରା ନାମକ ୧୦ବର୍ଷ ବାଳକର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ କରଞ୍ଜିଆ ପୋଲିସର ତଦନ୍ତ ଜାରି ରହିଛି।