ମନ କି ବାତରେ କିଟର ୨ କ୍ରୀଡ଼ାବିତଙ୍କ ସହ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ମନ କି ବାତରେ କିଟର ୨ କ୍ରୀଡ଼ାବିତ ଅମ୍ଳାନ ଓ ପ୍ରିୟଙ୍କାଙ୍କ ସହ ସଫଳତା ବିଷୟରେ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ। ଏଥିସହ ସେମାନେ କିଟ୍ ବିଶ୍ୱବିଦ୍ୟାଳୟରୁ ପାଉଥିବା ସୁବିଧା ସୁଯୋଗ ଓ କିଟ୍ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରୋତ୍ସାହନକୁ ବେଶ ପ୍ରଶଂସା କରିଥିଲେ ।

ଭୁବନେଶ୍ୱର (କେନ୍ୟୁଜ): ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ଯୁବଗୋଷ୍ଠୀଙ୍କ ସାମର୍ଥ୍ୟ ଉପରେ ଆଲୋଚନା କରିଥିଲେ । ବିଶେଷ କରି ଖେଳକୁଦରେ ଭାରତର ଯୁବଗୋଷ୍ଠୀ ନିରନ୍ତର ସଫଳତା ହାସଲ କରିଆସୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଅବସରରେ ନିକଟରେ ଚୀନର ଚେଙ୍ଗୁଡ଼ୁଠାରେ ଅନୁଷ୍ଠିତ ହୋଇଯାଇଥିବା ବିଶ୍ୱ ବିଶ୍ୱବିଦ୍ୟାଳୟ ଖେଳକୁଦ ପ୍ରତିଯୋଗିତାରେ କିଟ୍ ବିଶ୍ୱବିଦ୍ୟାଳୟର ଦୁଇ ସଫଳ କ୍ରୀଡ଼ାବିତଙ୍କ ସହ ଆଲୋଚନା କରିଥିଲେ ।

କିଟ୍ ବିଶ୍ୱବିଦ୍ୟାଳୟର ଛାତ୍ର ଅମ୍ଳାନ ଓ ପ୍ରିୟଙ୍କାଙ୍କ ସହ ସେମାନଙ୍କ ସଫଳତା ବିଷୟରେ ଆଲୋଚନା କରିଥିଲେ । ସେମାନେ କିଟ୍ ବିଶ୍ୱବିଦ୍ୟାଳୟରୁ ପାଉଥିବା ସୁବିଧା ସୁଯୋଗ ଓ କିଟ୍ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରୋତ୍ସାହନକୁ ବେଶ ପ୍ରଶଂସା କରିଥିଲେ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.