Categories: କ୍ରୀଡା

ଥମିବାର ନା ନେଉନି ଲାନା ବୋବି ଲେଶଲେ ଏବଂ ୠସେଵଙ୍କ ବିବାଦ, ରିଙ୍ଗ ମଧ୍ୟରେ ଚାଲିଲା ହାଇ ଭୋଲ୍ଟେଜ ଡ୍ରାମା ବିବାହର ରଙ୍ଗ ପଡିଗଲା ଫିକା, ଦେଖନ୍ତୁ ଭିଡିଓ

WWE ଜଗତରେ ଆଜିକାଲି ଫାଇଟରୁ ଅଧିକ ଅଧିକ କିଛି ଚର୍ଚ୍ଚା ହେଉଛି ତାହେଲେ ସେ ହେଉଛି ଲଭ ଟ୍ରାଏଙ୍ଗେଲ । ମହିଳା ରେସଲର ଲାନା ବୋବି ଲେଶଲେ ଏବଂ ୠସେଵଙ୍କ ମଧ୍ୟରେ ଲାଗିଥିବା ବିବାଦ ଥମିବାର ନା ନେଉନାହିଁ । ଲାନା, ରିସେଵଙ୍କ ଉପରେ ଅନେକ ପ୍ରକାର ଆରୋପ ଲଗାଇବା ସହ ଲେଶଲେଙ୍କୁ ବାଛିଥିଲେ । ଏହା ମଧ୍ୟରେ ଦୁଇ ଜଣଙ୍କ ଭିତରେ ଅନେକ ଝଗଡା ମଧ୍ୟ ହୋଇସାରିଛି । ଏପରିକି ୠସେଵ ମଧ୍ୟ ଲାନାଙ୍କୁ ଜଣେ ଖରାପ ଚରିତ୍ରର ମହିଳା କହିଥିଲେ । ତେବେ ଏହାପରେ ଲେଶଲେ ଓ ଲାନାଙ୍କର ବିବାହ ପକା ବୋଲି ଧରିନିଆଯାଇଥିଲା । ଦୁଇଜଣ ରିଙ୍ଗ ମଧ୍ୟରେ ହିଁ ବିବାହ କରିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ କିନ୍ତୁ ଏହି ଖୁସିର ରଙ୍ଗ ତାଙ୍କର ଫିକା ପଡିଯାଇଥିଲା ।

ସୂଚନା ଅନୁଯାୟୀ ଲେଶଲେ ଓ ଲାନାଙ୍କ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଥିଲା । ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ସମୟରେ ଏହା ମଧ୍ୟରେ ଆସିଥିଲେ ସାଥି ମହିଳା ରେସଲର ଲିବ ମୋର୍ଗନ । ଲିବ ଏହା ମଧ୍ୟରେ ଏଣ୍ଟ୍ରି ମାରିବା ସହିତ କହିଥିଲେ ଯେ ଏହି ବିବାହ ହୋଇପାରିବ ନାହିଁ କାରଣ ସେ ଲାନାଙ୍କ ସହିତ ସମଲିଙ୍ଗିକ ସମ୍ବନ୍ଧରେ ରହିଛନ୍ତି । ଏହି କଥାଶୁଣି ଲାନା ଆଶ୍ଚର୍ଯ୍ୟଭରା ଦୃଷ୍ଟିରେ ଚାହିଁଥିଲେ ସତ କିନ୍ତୁ ପରେ ଦୁଇଜଣଙ୍କ ମଧ୍ୟରେ ଏକ ଜବରଦସ୍ତ ଟକ୍କର ଦେଖିବାକୁ ମିଳିଥିଲା । ସେହିଠାରେ ଦୁଇଜଣଙ୍କ ମଧ୍ୟରେ ମାଡ଼ପିଟ ଆରମ୍ଭ ହୋଇଯାଇଥିଲା ।

ଲିବଙ୍କ କହିବା ଅନୁଯାୟୀ ଅନେକ ସମୟ ଧରି ଦୁହେଁ ଏହି ସମଲିଙ୍ଗିକ ସମ୍ପର୍କରେ ଅଛନ୍ତି ଏବଂ ଜଣେ ଅନ୍ୟ ଜଣଙ୍କୁ କେବେବି ଛାଡ଼ିବେ ନାହିଁ ବୋଲି ପ୍ରତିଜ୍ଞା ମଧ୍ୟ କରିଥିଲେ । ତେବେ ଏତିକିରେ ଶେଷ ହୋଇନଥିଲା ଏହି ଡ୍ରାମା । ବିବାଦ ମଧ୍ୟରେ ରିସେଵ ଆସି ଲେଶଲେଙ୍କୁ ଖୁବ ପିଟିଥିଲେ ଆଉ ତାପରେ ବିବାହର ମାହୋଲ ସମ୍ପୂର୍ଣ୍ଣଭାବେ ବଦଳି ଯାଇଥିଲା । ଲାନା ଓ ଲେଶଲେ ରିଙ୍ଗରୁ ବାହାରି ପଳାଇ ଯାଇଥିଲେ ଏବଂ ଲିବ ଓ ରିସେବ ରିଙ୍ଗ ଭିତରେ ଠିଆ ହୋଇ ରହିଥିଲେ । ଏହି ହାଇ ଭୋଲ୍ଟେଜ ଡ୍ରାମାରୁ ଏହାତ ଜଣାପଡୁଛି ଯେ ଆଗକୁ ରେସବଙ୍କ ସହିତ ଲିବ ନିଶ୍ଚୟ ସାଥ ଦେବେ କିନ୍ତୁ ଦେଖିବାକୁ ବାକି ରହିଲା ଯେ ଲାନା ଓ ଲେଶଲେଙ୍କ ଲଭଷ୍ଟୋରି କେତେବାଟ ଯାଉଛି ।

KNews Bureau

Recent Posts

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

10 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

21 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

49 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

2 hours ago