Categories: କ୍ରୀଡା

ନିୟମ ପାଳନ କରିନଥିବାରୁ ଜିମ୍ୱାଓ୍ୱେ ଟିମ୍ କୁ ନିଲମ୍ବନ କଲା ଆଇସିସି

ଲଣ୍ଡନ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ର ନିୟମ ପାଳନ କରିନଥିବାରୁ ବାଦ୍ ପଡ଼ିଲା ଜିମ୍ୱାଓ୍ୱେ।  ଜିମ୍ୱାଓ୍ୱେ କ୍ରିକେଟ ଟିମ୍ ଉପରେ ଏଭଳି ଏକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆଇସିସି। ଆଇସିସିର ଚେୟାରମ୍ୟାନ ଶଶାଙ୍କ ମନୋହର ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ସ୍ବରୂପ କହିଛନ୍ତି କି, ଆମେ କୌଣସି ଦେଶର ସଦସ୍ୟଙ୍କୁ ନିଲମ୍ବିତ କରିବା ନିଷ୍ପତ୍ତିକୁ ହାଲୁକା ଭାବରେ ନେଇ ନଥାଉ। ଜିମ୍ବାୱେରେ ଯାହା ହୋଇଛି, ତାହା ଆଇସିସି ସମ୍ବିଧାନର ଆଇନକୁ ଉଲଙ୍ଘନ କରୁଛି। ଯାହାଫଳରେ ଆଇସିସି ସମ୍ବିଧାନର ନିୟମ ବିରୋଧରେ ଯେଉଁ ଦେଶ କାର୍ଯ୍ୟ କରିବ ସେ ତାଙ୍କ ଅଧୀନରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଖେଳିପାରିବ ନାହିଁ। ଏହା ସହିତ ଆଇସିସି ଜିମ୍ବାୱେ କ୍ରିକେଟ ପାଇଁ ଅନୁଦାନ ପାଣ୍ଠି ମଧ୍ୟ ବନ୍ଦ କରି ଦେଇଛି ।

ଆଇସିସିର ଏଭଳି ନିଷ୍ପତ୍ତିକୁ କିନ୍ତୁ ପୂର୍ବତନ କ୍ରିକେଟର ବ୍ରେଣ୍ଡନ ଟେଲର ଟ୍ୱିଟ କରି ନିରାଶା ପ୍ରକାଶ କରିଛନ୍ତି। ଆଇସିସିର ଏଭଳି ନିଷ୍ପତ୍ତି ଜିମ୍ୱାଓ୍ୱେ କ୍ରିକେଟ ପ୍ରେମୀଙ୍କୁ ଗଭୀର ମାନସିକ ଆଘାତ ଦେଇଥିବା ସହିତ ଜିମ୍ୱାଓ୍ୱେ କ୍ରିକେଟ ଟିମ୍ ପାଇଁ ସରକାରଙ୍କ ପକ୍ଷରୁ କୌଣସି ସମର୍ଥନ ମିଳୁନଥିବା ସେ କହିଛନ୍ତି। ଜିମ୍ବାୱେ କ୍ରିକେଟ ସଙ୍ଘର ଅଧ୍ୟକ୍ଷ ଜଣେ ସାଂସଦ ହୋଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ସମର୍ଥନ ନମିଳିବା ଦୁର୍ଭାଗ୍ୟଜନକ ବୋଲି ମଧ୍ଯ ସେ କହିଛନ୍ତି। ତେବେ ଏହା ପ୍ରଥମ ନୁହେଁ ପୂର୍ବରୁ ମଧ୍ୟ ନିୟମ ଭାଙ୍ଗି ଦଣ୍ଡବିଧାନ ସ୍ୱରୂପ ଜିମ୍ୱାଓ୍ୱେ ଆଇସିସିରୁ ବାଦ୍ ପଡ଼ିଥିଲା।

Sonalisa

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago