Below header

ନିୟମ ପାଳନ କରିନଥିବାରୁ ଜିମ୍ୱାଓ୍ୱେ ଟିମ୍ କୁ ନିଲମ୍ବନ କଲା ଆଇସିସି

ଲଣ୍ଡନ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ର ନିୟମ ପାଳନ କରିନଥିବାରୁ ବାଦ୍ ପଡ଼ିଲା ଜିମ୍ୱାଓ୍ୱେ।  ଜିମ୍ୱାଓ୍ୱେ କ୍ରିକେଟ ଟିମ୍ ଉପରେ ଏଭଳି ଏକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆଇସିସି। ଆଇସିସିର ଚେୟାରମ୍ୟାନ ଶଶାଙ୍କ ମନୋହର ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ସ୍ବରୂପ କହିଛନ୍ତି କି, ଆମେ କୌଣସି ଦେଶର ସଦସ୍ୟଙ୍କୁ ନିଲମ୍ବିତ କରିବା ନିଷ୍ପତ୍ତିକୁ ହାଲୁକା ଭାବରେ ନେଇ ନଥାଉ। ଜିମ୍ବାୱେରେ ଯାହା ହୋଇଛି, ତାହା ଆଇସିସି ସମ୍ବିଧାନର ଆଇନକୁ ଉଲଙ୍ଘନ କରୁଛି। ଯାହାଫଳରେ ଆଇସିସି ସମ୍ବିଧାନର ନିୟମ ବିରୋଧରେ ଯେଉଁ ଦେଶ କାର୍ଯ୍ୟ କରିବ ସେ ତାଙ୍କ ଅଧୀନରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଖେଳିପାରିବ ନାହିଁ। ଏହା ସହିତ ଆଇସିସି ଜିମ୍ବାୱେ କ୍ରିକେଟ ପାଇଁ ଅନୁଦାନ ପାଣ୍ଠି ମଧ୍ୟ ବନ୍ଦ କରି ଦେଇଛି ।

zimଆଇସିସିର ଏଭଳି ନିଷ୍ପତ୍ତିକୁ କିନ୍ତୁ ପୂର୍ବତନ କ୍ରିକେଟର ବ୍ରେଣ୍ଡନ ଟେଲର ଟ୍ୱିଟ କରି ନିରାଶା ପ୍ରକାଶ କରିଛନ୍ତି। ଆଇସିସିର ଏଭଳି ନିଷ୍ପତ୍ତି ଜିମ୍ୱାଓ୍ୱେ କ୍ରିକେଟ ପ୍ରେମୀଙ୍କୁ ଗଭୀର ମାନସିକ ଆଘାତ ଦେଇଥିବା ସହିତ ଜିମ୍ୱାଓ୍ୱେ କ୍ରିକେଟ ଟିମ୍ ପାଇଁ ସରକାରଙ୍କ ପକ୍ଷରୁ କୌଣସି ସମର୍ଥନ ମିଳୁନଥିବା ସେ କହିଛନ୍ତି। ଜିମ୍ବାୱେ କ୍ରିକେଟ ସଙ୍ଘର ଅଧ୍ୟକ୍ଷ ଜଣେ ସାଂସଦ ହୋଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ସମର୍ଥନ ନମିଳିବା ଦୁର୍ଭାଗ୍ୟଜନକ ବୋଲି ମଧ୍ଯ ସେ କହିଛନ୍ତି। ତେବେ ଏହା ପ୍ରଥମ ନୁହେଁ ପୂର୍ବରୁ ମଧ୍ୟ ନିୟମ ଭାଙ୍ଗି ଦଣ୍ଡବିଧାନ ସ୍ୱରୂପ ଜିମ୍ୱାଓ୍ୱେ ଆଇସିସିରୁ ବାଦ୍ ପଡ଼ିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.