Below header

ଆସୁଛି ନୂଆ ଟେକ୍ନୋଲଜି, ସ୍ମାର୍ଟଫୋନରେ ନିୟନ୍ତ୍ରଣ ହେବ ଆପଣଙ୍କ ମସ୍ତିଷ୍କ

ଆଗାମୀ ୧ ବର୍ଷ ଭିତରେ ଏପରି ଟେକ୍ନୋଲଜି ଆସିଯିବ, ଯେଉଁଥିରେ ଆପଣଙ୍କ ମସ୍ତିଷ୍କ କମ୍ପ୍ୟୁଟର କିମ୍ବା ସ୍ମାର୍ଟଫୋନରେ ନିୟନ୍ତ୍ରଣ ହେବ। ବିଶ୍ବର ଏକ ଖ୍ୟାତନାମା କମ୍ପାନୀ ‘ଟସଲା’ର ମୁଖ୍ୟ କାର‌୍ୟ୍ୟନିର୍ବାହୀ ତଥା ସ୍ପେସ୍ ଏକ୍ସର ସଂସ୍ଥାପକ ଏଲନ୍ ମସ୍କ ଏଭଳି ଏକ ନୂଆ ଯୋଜନାର ଘୋଷଣା କରିଛନ୍ତି।

human human

ସାନ୍ ଫ୍ରାନ୍ସିସ୍କୋରେ ଆୟୋଜିତ ଏକ ଇଭେଣ୍ଟ ଅବସରରେ ଏଲନ୍ ମସ୍କଙ୍କ କମ୍ପାନୀ ଏହି ସୂଚନା ଦେଇଛି। ଯୋଜନା ଅଧୀନରେ ମୁଖ୍ୟତଃ ମସ୍ତିଷ୍କ ବିକାରଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କରାଯାଇ ପାରିବ। କମ୍ପାନୀର କହିବାନୁଯାୟୀ, ନ୍ୟୁରାଲିଙ୍କ୍ ଏକ ବ୍ରେନ୍ ମେଶିନ ଇଣ୍ଟରଫେସକୁ ବିକଶିତ କରୁଛି, ଯଦ୍ଦ୍ବାରା ମଣିଷର ମସ୍ତଷ୍କ କମ୍ପ୍ୟୁଟର ସହ ସଂଯୋଗ କରିହେବ।

 

ଯଦି ଏହି ଯୋଜନା ସଫଳ ରହିବ, ତା’ହେଲେ ଏଲନ୍ ମସ୍କଙ୍କ ମୁତାବିକ ସମସ୍ତ ପ୍ରକାର ମସ୍ତିଷ୍କ ବେମାରି ଠିକ୍ ହୋଇପାରିବ। ବିଶେଷ କରି ପାରାଲିସିସ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ଚିକିତ୍ସାରେ ଏହାଠାରୁ ଅଧିକ ସହାୟତା ମିଳିପାରିବ। ଏଥିସହିତ ଅନ୍ୟ ମସ୍ତିଷ୍କ ବେମାରିକୁ ମଧ୍ୟ ଠିକ୍ କରାଯାଇ ପାରିବ।

wire brain

ମସ୍ତିଷ୍କରେ ଲଗାଯିବ ଚିପ୍
ଟେକ୍ନୋଲଜି ସାହାଯ୍ୟରେ ମସ୍ତିଷ୍କରେ 4X4mm ର ଏକ ଚିପ୍ ଖଞ୍ଜାଯିବ। ଏହି ଚିପ୍ ହଜାର ମାଇକ୍ରୋସ୍କୋପିକ୍ ଥ୍ରେଡରେ ସଂଯୋଗ ହେବ। ଥ୍ରେଡରେ ଲଗା ହୋଇଥିବା ବିଦ୍ୟୁତ ଅଗ୍ର ନ୍ୟୁରଲ୍ ସ୍ପାଇକ୍ସକୁ ସାବଧାନ କରିବାରେ ସକ୍ଷମ ରହିବ। ଏଲନଙ୍କ କହିବାନୁଯାୟୀ, ଏହି ଟେକ୍ନୋଲଜି ଦ୍ବାରା ମାନବ ମସ୍ତିଷ୍କକୁ କମ୍ପ୍ୟୁଟରରେ ଯୋଡ଼ି ଦିଆଯିବ, ଯାହାଫଳରେ କମ୍ପ୍ୟୁଟର କେବଳ ମସ୍ତିଷ୍କର ଭାବନାକୁ ପଢ଼ିପାରିବ। ଏପରି କି, ଏହାକୁ ନିୟନ୍ତ୍ରଣ ମଧ୍ୟ କରିପାରିବ।

ଏହାସହ ପଢ଼ନ୍ତୁ: ଆଇସିଆଇସିଆଇ ବ୍ୟାଙ୍କ ଆଣିଛି ବଡ଼ ସୁବିଧା, କିଛି ମିନିଟ ମଧ୍ୟରେ ମିଳିଯିବ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍

ମୂଷା ଉପରେ ହୋଇଛି ପ୍ରୟୋଗ
ଏହି ଟେକ୍ନୋଲଜିର ପ୍ରୟୋଗ ମୂଷା ଓ ମାଙ୍କଡ଼ ଉପରେ କରାଯାଇ ସାରିଛି। ଏବେ କେବଳ ମଣିଷ ଉପରେ କରାଯିବାର ବାକି ଅଛି। ଏଥିରେ ମଣିଷ ମସ୍ତିଷ୍କ ଚମଡ଼ାରେ ଚିପ୍ ଲଗାଇ ତାର ଦ୍ବାରା ଯୋଡ଼ି ଦିଆଯିବ ଏବଂ ତାହାକୁ କାନ ପଛରେ ଖଞ୍ଜାଯାଇଥିବା ରିମୁଭାବଲ୍ ପଡରେ ଲିଙ୍କ କରାଯିବ। ପୁଣି କୌଣସି ଯନ୍ତ୍ର ଉପକରଣ ଯେପରି କମ୍ପ୍ୟୁଟର କିମ୍ବା ସ୍ମାର୍ଟଫୋନରେ ସଂଯୋଗ କରି ଦିଆଯିବ। ଏହାଦ୍ବାରା ମସ୍ତିଷ୍କର ସମସ୍ତ ତଥ୍ୟ ସେଥିରେ ସୁରକ୍ଷିତ ରଖାଯାଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.