Below header

ଅଗଷ୍ଟରେ ମିଳିବ ଲଗାତର ଛୁଟି, ଜାଣନ୍ତୁ ତାରିଖ ଏବଂ କରିନିଅନ୍ତୁ ଆଡଭାନ୍ସ ପ୍ଲାନିଂ

ଶ୍ରାବଣର ପବିତ୍ର ମାସ ଆରମ୍ଭ କ୍ଷଣି ପର୍ବ-ପର୍ବାଣୀ ମଧ୍ୟ ଆରମ୍ଭ ହୋଇଯାଏ। ୧୭ ଜୁଲାଇ ଠାରୁ ଆରମ୍ଭ ହୋଇଥିବା ଏହି ଶ୍ରାବଣ ମାସ ୧୫ ଅଗଷ୍ଟ ରକ୍ଷା ବନ୍ଧନ ଦିନ ଶେଷ ହେବ। ଏହି ମାସରେ ଆପଣଙ୍କୁ ଛୁଟିର ମଉକା ଅଧିକ ମିଳିବ। ଶନିବାର-ରବିବାର କିମ୍ବା ରବିବାର-ସୋମବାରରେ ସାର୍ବଜନିକ ଅବକାଶ ହେବା କାରଣରୁ ଲୋକଙ୍କୁ ଲମ୍ବା ଛୁଟି ମିଳିବାର ସୁଯୋଗ ମିଳିଯାଏ। ଅବଶ୍ୟ ୧୫ ଅଗଷ୍ଟ ଏବଂ ରକ୍ଷାବନ୍ଧନ ଗୋଟିଏ ଦିନରେ ପଡୁଥିବାରୁ ଗୋଟିଏ ଛୁଟି ଆପଣଙ୍କର ନିଶ୍ଚୟ କ୍ଷତି ହେଉଛି। ତେବେ ଜାଣନ୍ତୁ କେଉଁ ଦିନରେ କେଉଁ ଦିବସ ପଡୁଛି।

ସୋମବାର ଇଦ୍‌ ଛୁଟି

୧୧ ଅଗଷ୍ଟରେ ରବିବାର ଛୁଟି ପଡୁଛି ଏବଂ ୧୨ ଅଗଷ୍ଟ ସୋମବାର ଦିନ ଇଦ୍‌-ଉଲ-ଜୁହାର ଛୁଟି ରହିବ। ଏହାକୁ ଇଦ୍‌-ଉଲ-ଅଜହା ବା ବକରୀଦ ମଧ୍ୟ କୁହାଯାଏ।

ଶନିବାର ଦିନ କୃଷ୍ଣ ଜନ୍ମାଷ୍ଟମୀ

ଭଗବାନ ଶ୍ରୀକ୍ରୁଷ୍ଣଙ୍କ ଜନ୍ମତ୍ସ୍ଵବ ବା କୃଷ୍ଣ ଜନ୍ମାଷ୍ଟମୀ ୨୪ ଅଗଷ୍ଟ ଶନିବାରରେ ପଡୁଛି। ଏହାର ପରଦିନ ରବିବାର ଛୁଟି ମିଳୁଛି। ବ୍ରୁନ୍ଦାବନରେ ମଧ୍ୟ କୃଷ୍ଣଜନ୍ମାଷ୍ଟମୀ ପର୍ବ ଅଟେ ଏବଂ ଏହି ଦିନକୁ ଅଧିକାଂଶ ରାଜ୍ୟରେ ସରକାରୀ ଛୁଟି ରଖାଯାଇଥାଏ।
ଏହାଛଡା ୧୭ ଅଗଷ୍ଟରେ ପାରସି ନବବର୍ଷ ପଡୁଛି, ଯାହା ଗୁଜରାଟ ଏବଂ ମହାରାଷ୍ଟ୍ରରେ ପ୍ରମୁଖ ଭାବରେ ପାଳନ କରାଯାଏ ଏବଂ ଏହି ଦିନ ଦୁଇଟି ପ୍ରଦେଶରେ ଛୁଟ ରହୁଛି। ୩୧ ଅଗଷ୍ଟ ଶନିବାରଦିନ ପଞ୍ଜାବରେ ପ୍ରକାଶ ଉତ୍ସବ ଶ୍ରୀଗୁରୁ ଗ୍ରନ୍ଥ ସାହିବ ପାଳନ କରାଯାଏ।

ଏହା ସହ ପଢନ୍ତୁ : ଯଦି ଆପଣଙ୍କ ପାଖରେ ରହିଛି ଏହି ୫ ସମସ୍ୟା, ତା’ ହେଲେ ପଡ଼ିପାରେ ଚଷମାର ଆବଶ୍ୟକତା

୫ ଅଗଷ୍ଟ, ସୋମବାର ଦିନ ନାଗ ପଞ୍ଚମୀ

ଅଗଷ୍ଟ ମାସର ପ୍ରମୁଖ ପର୍ବ ମଧ୍ୟରୁ ହରିୟାଲୀ ତିଜ୍‌ ସାମିଲ ଅଛି ଯାହା ୩ ଅଗଷ୍ଟରେ ପାଳନ କରାଯିବ। ୧୨୫ ବର୍ଷ ପରେ ହରିୟାଣୀ ଅମାବାସ୍ୟାରେ ପଞ୍ଚ ମହାଯୋଗର ସଂଯୋଗ ରହୁଛି। ଏହାସହିତ ଶ୍ରାବଣର ତ୍ରୁତୀୟ ସୋମବାର ଦିନ ସର୍ବାଥ ସିଦ୍ଧି, ଅମ୍ରୁତ ସିଦ୍ଧି ଏବଂ ରବି ଯୋଗ ହେବା କାରଣରୁ ତ୍ରିଯୋଗ ପଡୁଛି, ନାଗପଞ୍ଚମୀର ଶୁଭ ପର୍ବ ମଧ୍ୟ ସୋମବାର (୫ ଅଗଷ୍ଟ )ରେ ପଡୁଛି। ଅନ୍ୟ ପ୍ରମୁଖ ତାରିଖରେ ସାମିଲ ଅଛି ଫ୍ରେଣ୍ଠସିପ୍‌ ଡେ (୪ ଅଗଷ୍ଟ), ହିରୋସିମା ଡେ(୬ ଅଗଷ୍ଟ), ଫଟୋଗ୍ରାଫି ଡେ (୧୯ ଅଗଷ୍ଟ)।

୧୧ ଅଗଷ୍ଟ (ରବିବାର) – ଛୁଟି

୧୨ ଅଗଷ୍ଟ (ସୋମବାର) – ଇଦ୍‌-ଉଲ୍‌-ଜୁହା

୧୫ ଅଗଷ୍ଟ (ଗୁରୁବାର) – ରକ୍ଷାବନ୍ଧନ

୧୭ ଅଗଷ୍ଟ (ଶନିବାର) – ପାରସି ନବବର୍ଷ (ଗୁଜରାଟ ଏବଂ ମହାରାଷ୍ଟ)

୨୪ ଅଗଷ୍ଟ (ଶନିବାର) – ଶ୍ରୀକ୍ରୁଷ୍ଣ ଜନ୍ମାଷ୍ଟମୀ ଛୁଟି

୨୫ ଅଗଷ୍ଟ (ରବିବାର) – ଛୁଟି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.