ରାଜ୍ୟ

କିଟରେ ସର୍ବଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ମହିଳା ଚାମ୍ପିଅନ୍‍ସିପ୍‍ ଉଦ୍‍ଯାପିତ

ଭୁବନେଶ୍ୱର (କେନ୍ୟୁଜ): କିଟ୍‍ ବିଶ୍ୱବିଦ୍ୟାଳୟରେ ଚାଲୁଥିବା ୮୧ତମ ସର୍ବଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ମହିଳା ଚାମ୍ପିଅନ୍‍ସିପ୍‍ ଗୁରୁବାର ଉଦ୍‍ଯାପିତ ହୋଇଯାଇଛି। ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ, କିସ୍‍ ବିଶ୍ୱବିଦ୍ୟାଳୟ ସହଯୋଗରେ କିଟ୍‍ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଏହି ଚାମ୍ପିଅନ୍‍ସିପରେ ମାଙ୍ଗାଲୋର ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ବିବେଚିତ ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ କାଲିକଟ ବିଶ୍ୱବିଦ୍ୟାଳୟ ଓ ତୃତୀୟ ସ୍ଥାନରେ ଲଭ୍‍ଲୀ ପ୍ରଫେସନାଲ୍‍ ବିଶ୍ୱବିଦ୍ୟାଳୟ ରହିଛି।

ଏଥିରେ କିଟ୍‍ ବିଶ୍ୱବିଦ୍ୟାଳୟର ଛାତ୍ରୀ ତଥା ଅଲିମ୍ପିଆନ୍‍ ଓ ଅର୍ଜୁନ ପୁରସ୍କାର ପ୍ରାପ୍ତ ଧାବିକା ଦୂତି ଚାନ୍ଦ ଶ୍ରେଷ୍ଠ କ୍ରୀଡ଼ାବିତ ବିବେଚିତ ହୋଇଛନ୍ତି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଅର୍ଜୁନ ପୁରସ୍କାର ପ୍ରାପ୍ତ ପାରାଅଲିମ୍ପିଆନ୍‍ ପଦ୍ମଶ୍ରୀ ଡ. ଦିପା ମଲ୍ଲିକ୍‍ ସେ କହିଥିଲେ ଯେ ଖେଳରେ ହାର ଜିତ ରହିଛି। କିନ୍ତୁ କ୍ରୀଡ଼ା ଆମକୁ ଶୃଙ୍ଖଳା, ଧୈର୍ଯ୍ୟ, ଏକାଗ୍ରତା ଓ ବନ୍ଧୁତା ଶିକ୍ଷା ଦେଇଥାଏ। ଏହା ମଧ୍ୟ ଗୁରୁ ଓ ଶିଷ୍ୟ ପରମ୍ପରା ଶିକ୍ଷା ଦେଇଥାଏ ବୋଲି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଥିଲେ।

ପୁରସ୍କାର ବିତରଣ ଉତ୍ସବରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ଯୁତ ସାମନ୍ତ, କିଟ୍‌ ବିଶ୍ୱବିଦ୍ୟାଳୟ ପ୍ରଫେସର ସସ୍ମିତା ସାମନ୍ତ, କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ, ଦ୍ରୋଣାଚାର୍ଯ୍ଯ ପୁରସ୍କାରପ୍ରାପ୍ତ କୋଚ ସତ୍ୟପାଲ୍‌ ସିଂହ ପ୍ରମୁଖ ଉପସ୍ଥିତ ରହି ଶ୍ରେଷ୍ଠ କ୍ରୀଡ଼ାବିତଙ୍କୁ ପୁରସ୍କୃତ କରିଥିଲେ। ୪ଦିନ ବ୍ଯାପୀ ଚାଲିଥିବା ଏହି ଚାମ୍ପିଅନ୍ସିପରେ ୨୦୦ରୁ ଊର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟରୁ ୨୦୦୦ରୁ ଊର୍ଦ୍ଧ୍ୱ ଖେଳାଳି, କୋଚ୍‌ ଓ ଅଫିସିଆଲ୍‌ ଯୋଗ ଦେଇଥିବାବେଳେ ଅନେକ ଦ୍ରୋଣାଚାର୍ଯ୍ଯ ପୁରସ୍କାରପ୍ରାପ୍ତ ଖେଳାଳି ଏବଂ ପ୍ରତିଷ୍ଠିତ କୋଚ୍‌ ଯୋଗ ଦେଇଥିଲେ।

Barsha

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

16 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

48 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

50 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

53 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

59 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago