ଦେଶ ବିଦେଶ

ଆସିବକି ହିଜାବକୁ ନେଇ ବଡ଼ ନିଷ୍ପତ୍ତି ? ମାମଲାରେ ଆଜି କର୍ଣ୍ଣାଟକ ହାଇକୋର୍ଟରେ ହେବ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ବର୍ତ୍ତମାନ କର୍ଣ୍ଣାଟକରେ ମୁସଲମାନ୍ ଛାତ୍ରୀମାନେ ପିନ୍ଧୁଥିବା ହିଜାବ ବିବାଦ ଥମିବାରେ ନାଁ ଧରୁନି। କର୍ଣ୍ଣାଟକରେ ହିଜାବ ବିବାଦ ସାରା ଦେଶରେ ବ୍ୟାପି ଗଲାଣି । ଏହି ବିବାଦ ଉପରେ ଅନେକ ମତ ଦେଉଥିବା ବେଳେ କିଛି ଲୋକ ଏହାକୁ ନିନ୍ଦା ମଧ୍ୟ କରୁଛନ୍ତି। କର୍ଣ୍ଣାଟକରେ ଏହି ହିଜାବ ବିବାଦକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଆଜି ଏହି ହିଜାବ ମାମଲାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି କର୍ଣ୍ଣାଟକ ହାଇକୋର୍ଟରେ ହେବ।

ଖୁବ ଶୀଘ୍ର ବଡ ନିଷ୍ପତ୍ତି ନେଇପାରନ୍ତି କର୍ଣ୍ଣାଟକ ହାଇକୋର୍ଟ ମୁଖ୍ୟ ବିଚାରପତି । ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ସୂଚନା ଅନୁଯାୟୀ ମୁଖ୍ୟ ବିଚାରପତି ଗତ ଶୁଣାଣି ସମୟରେ ସ୍ପଷ୍ଟ କରିଛନ୍ତି ଯେ ସେ ଏହି ସପ୍ତାହରେ ଶୁଣାଣି ଶେଷ କରିବାକୁ ଚାହୁଁଛନ୍ତି। କାରଣ ଏହି ମାମଲାର ଶୁଣାଣି ଏକ ସପ୍ତାହରୁ ଅଧିକ ସମୟ ହୋଇଛି ଏବଂ ଏହା ଛଡା ଏହି ହିଜାବ ମାମଲା ପାଇଁ ଅଧିକ ଦଙ୍ଗା ହେଉଛି । ଖାସ କରି ଛାତ୍ର ଛାତ୍ରୀମାନେ ପାଠ ପଢା ପାଇଁ ଅଧିକ ଅସୁବିଧାର ସାମ୍ନା କରୁଛନ୍ତି ।

Picture Credit – NDTV. Com

 

ତେଣୁ ଆଜି ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବ। ରିପୋର୍ଟ ଅନୁଯାୟୀ କର୍ଣ୍ଣାଟକ ସରକାରଙ୍କ ତରଫରୁ କୋର୍ଟରେ କୁହାଯାଇଥିଲା ଯେ ହିଜାବ ଏକ ଧାର୍ମିକ ପରମ୍ପରାର ଅଂଶ ନୁହେଁ ଏବଂ ଧାର୍ମିକ ନିର୍ଦ୍ଦେଶନାମାକୁ ଶିକ୍ଷାନୁଷ୍ଠାନରୁ ଦୂରେଇ ରଖିବା ଉଚିତ। ସରକାର ଏହା ମଧ୍ୟ କହିଥିଲେ ଯେ ଛାତ୍ରୀମାନେ ବିଦ୍ୟାଳୟ କିମ୍ବା କଲେଜ ପରିସରରେ ହିଜାବ ପିନ୍ଧି ପାରିବେ କିନ୍ତୁ ଏହା ସେମାନଙ୍କୁ ଶ୍ରେଣୀଗୃହ ଭିତରେ ବ୍ୟବହାର କରିବାକୁ ଦିଆଯାଇପାରିବ ନାହିଁ।

ଏପରି ସମୟରେ କର୍ଣ୍ଣାଟକ ହାଇକୋର୍ଟ ମଧ୍ୟ କଡା ମନ୍ତବ୍ୟ ଦେଇଥିଲେ । ସମସ୍ତ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟର ୟୁନିଫର୍ମ ସମ୍ବନ୍ଧୀୟ ନିୟମ ମାନିବାକୁ ପଡ଼ିବ ବୋଲି କୋର୍ଟ କହିଥିଲେ । ଏହା ସହିତ କୋର୍ଟ ମଧ୍ୟ କହିଛନ୍ତି ଯେ ଏହି ନିୟମ ଶିକ୍ଷକମାନଙ୍କ ପାଇଁ ଲାଗୁ ହେବ ନାହିଁ । ତେବେ ଗତକାଲି ଉଦୁପିର ଏମଜିଏମ କଲେଜକୁ ହିଜାବ ପିନ୍ଧି ଆସିଥିବା ଛାତ୍ରୀମାନଙ୍କୁ ପ୍ରିନ୍ସିପାଲ କଲେଜ ପରିସରକୁ ଆସିବାକୁ ଦେଇନଥିଲେ ।

ଛାତ୍ରମାନେ କହିଛନ୍ତି ଯେ ହିଜାବ ପିନ୍ଧି ଆସିବା ପରେ ସେମାନଙ୍କୁ କଲେଜ ପରିସରରେ ପ୍ରବେଶ କରିବାକୁ ଦିଆଯାଇନଥିଲା। ଏହା ହାଇକୋର୍ଟଙ୍କ ଆଦେଶର ଉଲ୍ଲଂଘନ ବୋଲି ଛାତ୍ରମାନେ ଅଭିଯୋଗ କରିଛନ୍ତି। ଛାତ୍ରମାନେ ଏହା ମଧ୍ୟ କହିଛନ୍ତି ଯେ ଏହି କାରଣରୁ ସେମାନେ ପରୀକ୍ଷାରେ ମଧ୍ୟ ଉପସ୍ଥିତ ରହିପାରିବେ ନାହିଁ। ସୂଚନାଯୋଗ୍ୟ ଯେ ସେମାନଙ୍କ ପରୀକ୍ଷା ଫେବୃଆରୀ ୨୮ ରୁ ଆରମ୍ଭ ହେବାକୁ ଯାଉଛି।ଏହି ସମୟ ମଧ୍ୟରେ ସେ ପରୀକ୍ଷାକୁ ସ୍ଥଗିତ ରଖିବାକୁ ରାଜ୍ୟ ସରକାରଙ୍କୁ ଦାବି କରିଛନ୍ତି। ତେବେ ଏହି ହିଜବ ବିବାଦକୁ ନେଇ ଆଜି କର୍ଣ୍ଣାଟକ ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବାକୁ ଯାଉଛି।

KNews Bureau

Recent Posts

ଆଜିର ରାଶିଫଳ: କାର୍ଯ୍ୟକ୍ଷେତ୍ରରେ ଅଗ୍ରଗତି ହେବ, ବ୍ୟବସାୟ ବିସ୍ତାର ହେବ

ମେଷ: ଆସନ୍ତାକାଲି ଏକ ଭଲ ଦିନ ହେବ । ସ୍ୱାସ୍ଥ୍ୟ ଭଲ ରହିବ । କୌଣସି ଶାରୀରିକ ଯନ୍ତ୍ରଣା ହେବ…

5 hours ago

ତୁଳସୀ ପାହାଡରେ ବିଏସଏଫ ଜବାନଙ୍କୁ ବଡ଼ ସଫଳତା, ମାଓ ଡ଼ମ୍ପିଙ୍ଗ ଠାବ

ମାଲକାନଗିରି : ମାଲକାନଗିରି ଜିଲ୍ଲା ତୁଳସୀ ପାହାଡରେ BSF ଜବାନଙ୍କୁ ମିଳିଛି ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ କୁମ୍ବିଙ୍ଗ ଅପରେସନ…

6 hours ago

ପୋଖରୀରେ ବୁଡି ବୃଦ୍ଧ ମୃତ, ଗାଧୋଉଥିବା ସମୟରେ ପାଣିରେ ବୁଡି ଗଲେ

ଆନନ୍ଦପୁର : ପୋଖରୀରେ ବୁଡି ବୃଦ୍ଧ ମୃତ । ରାମଚନ୍ଦ୍ରପୁର ଥାନା ନର୍ଦା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଘଟଣ…

7 hours ago

ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି

ଜଳେଶ୍ୱର : ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି । ଦକ୍ଷିଣ-ପୂର୍ବ ରେଳ ପଥର ବାଲେଶ୍ବର ଜିଲ୍ଲା…

7 hours ago

ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଟିମ ବିଜେପି ଭେଟିଲେ ରାଜ୍ୟପାଳଙ୍କୁ, ସରକାର ଗଠନ ଦାବି କଲେ

କେନ୍ୟୁଜ (ବ୍ୟୁରୋ) : ଓଡ଼ିଶାରେ ସରକାର ଗଠନ କରିବାକୁ ବିଜେପି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି । ଆଜି ରାଜ୍ୟ…

8 hours ago

ଗରମ ସହି ନପାରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ, ଚାଲିଗଲା ବୃଦ୍ଧଙ୍କ ଜୀବନ

ଆନନ୍ଦପୁର(କେନ୍ୟୁଜ୍‌): ଅସହ୍ୟ କଲା ଗରମ ଗୁଳୁଗୁଳି । ପୋଖରୀକୁ ଗାଧୋଇବାକୁ ଯାଇଥିଲେ ବୃଦ୍ଧ । ଗୋଡ଼ ଖସିଗଲା ପାଣିରେ ବୁଡି…

8 hours ago