ବୌଦ୍ଧ : ବୌଦ୍ଧ ଜିଲ୍ଲା ସଦର ବ୍ଲକ ବଘିଆପଡ଼ା ଜହ୍ନାପଙ୍କ ରାସ୍ତାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ତାଳଗରି ଛକ ନିକଟରେ ଅଟୋ ଓ ବାଇକ୍ ମୁହଁମୁହିଁ ଧକ୍କା । ଘଟଣାସ୍ଥଳରେ ବାଇକ୍ ଆରୋହୀ ମୃତ । ଅଟୋରେ ଥିବା ଦୁଇଜଣ ଆହତ ହୋଇଥିବା ସୂଚନା । ମୃତକଙ୍କ ପରିଚୟ ମିଳିପାରିନାହିଁ।
ସୂଚନା ଅନୁଯାୟୀ ବଘିଆପଡ଼ା ପଟରୁ ଏକ ଅଟୋ ଜହ୍ନାପଙ୍କ ଆଡ଼କୁ ଆସୁଥିବା ବେଳେ ସାମ୍ନାରୁ ଏକ ବାଇକ୍ ଆସି ତାଳଗରି ଛକ ନିକଟରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ସେପଟେ ଅଟୋ ଡ୍ରାଇଭର ଏବଂ ତାଙ୍କ ସାଥିରେ ଥିବା ଅନ୍ୟଜଣେ ଆହତ ହୋଇଥିବା ବେଳେ ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ମୃତକ ହେଲେ ମହୁଲ୍ ଖଟୁଆ । ଘଟଣାସ୍ଥଳରେ ବୌଦ୍ଧ ଆଦର୍ଶ ଥାନା ପୋଲିସ ପହଞ୍ଚି ଶବ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି।
ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…
ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…
ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…
କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…
ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…
ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…