ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ ଗୁରୁତର

ବୌଦ୍ଧ ଜିଲ୍ଲା ସଦର ବ୍ଲକ ବଘିଆପଡ଼ା ଜହ୍ନାପଙ୍କ ରାସ୍ତାରେ ଘଟିଛି  ମର୍ମନ୍ତୁଦ ସଡକ ଦୁର୍ଘଟଣା ।

ବୌଦ୍ଧ : ବୌଦ୍ଧ ଜିଲ୍ଲା ସଦର ବ୍ଲକ ବଘିଆପଡ଼ା ଜହ୍ନାପଙ୍କ ରାସ୍ତାରେ ଘଟିଛି  ମର୍ମନ୍ତୁଦ ସଡକ ଦୁର୍ଘଟଣା । ତାଳଗରି ଛକ ନିକଟରେ ଅଟୋ ଓ ବାଇକ୍ ମୁହଁମୁହିଁ ଧକ୍କା । ଘଟଣାସ୍ଥଳରେ ବାଇକ୍ ଆରୋହୀ ମୃତ । ଅଟୋରେ ଥିବା ଦୁଇଜଣ ଆହତ ହୋଇଥିବା ସୂଚନା । ମୃତକଙ୍କ ପରିଚୟ ମିଳିପାରିନାହିଁ।

ସୂଚନା ଅନୁଯାୟୀ ବଘିଆପଡ଼ା ପଟରୁ ଏକ ଅଟୋ ଜହ୍ନାପଙ୍କ ଆଡ଼କୁ ଆସୁଥିବା ବେଳେ ସାମ୍ନାରୁ ଏକ ବାଇକ୍ ଆସି ତାଳଗରି ଛକ ନିକଟରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସେପଟେ ଅଟୋ ଡ୍ରାଇଭର ଏବଂ ତାଙ୍କ ସାଥିରେ ଥିବା ଅନ୍ୟଜଣେ ଆହତ ହୋଇଥିବା ବେଳେ ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ମୃତକ ହେଲେ ମହୁଲ୍ ଖଟୁଆ । ଘଟଣାସ୍ଥଳରେ ବୌଦ୍ଧ ଆଦର୍ଶ ଥାନା ପୋଲିସ ପହଞ୍ଚି ଶବ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.