ବାଲିଯାତ୍ରାକୁ ରହିଲା ଆଉ ଅଳ୍ପ ଦିନ, କାର୍ଯ୍ୟ ସମୀକ୍ଷା କଲେ କଟକ ଜିଲ୍ଲାପାଳ
ଐତିହାସିକ ବାଲିଯାତ୍ରାକୁ ରହିଲା ଆଉ ଅଳ୍ପ ଦିନ। ଏଥିଲାଗି ବାଲିଯାତ୍ରା ପଡ଼ିଆ କାର୍ଯ୍ୟ ସମୀକ୍ଷା କଲେ କଟକ ଜିଲ୍ଲାପାଳ ।

କଟକ : ଐତିହାସିକ ବାଲିଯାତ୍ରାକୁ ରହିଲା ଆଉ ଅଳ୍ପ ଦିନ। ଏଥିଲାଗି ବାଲିଯାତ୍ରା ପଡ଼ିଆ କାର୍ଯ୍ୟ ସମୀକ୍ଷା କଲେ କଟକ ଜିଲ୍ଲାପାଳ ନରହରି ସେଠି। ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରି ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ।
ଵିଶେଷ କରି ତଳ ପଡ଼ିଆର ରାସ୍ତାକୁ ସମତୁଲ କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାଛଡା ପାନିୟ ଜଳ , ଅସ୍ଥାୟୀ ଶୌଚାଳୟ , ବିଦ୍ୟୁତକରଣ କାର୍ଯ୍ୟ , ରାସ୍ତା ଘାଟର ଅଗ୍ରଗତି ନେଇ ଆର ଆଣ୍ଡ ବି , ୱାଟକୋ , ଟିପିସିଓଡ଼ିଏଲର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
ଏହି ବାଲିଯାତ୍ରା କାର୍ଯ୍ୟ ସମୀକ୍ଷା ସମୟରେ ଜିଲ୍ଲାପାଳଙ୍କ ସହ ଅତିରିକ୍ତ ଜିଲ୍ଲାପାଳ, କଟକ ସଦର ଉପଜିଲ୍ଲାପାଳ , ବାରଙ୍ଗ ତହସିଲଦାର , କଟକ ସଦର ତହସିଲଦାର ସହ ବହୁ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିଥିଲେ।