ଦିନକ ପରେ ବଢିବ ଶୀତ, ରାଜ୍ୟରେ ଖସିବ ପାରଦ
ଦିନକ ପରେ ବଢିବ ଶୀତ। ରାଜ୍ୟରେ ଖସିବ ପାରଦ। ଆଗାମୀ ୨୪ ଘଣ୍ଟାରେ ରାଜ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ।

ଦିନକ ପରେ ବଢିବ ଶୀତ। ରାଜ୍ୟରେ ଖସିବ ପାରଦ। ଆଗାମୀ ୨୪ ଘଣ୍ଟାରେ ରାଜ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ପରବର୍ତ୍ତୀ ସମୟରେ ବିଭିନ୍ନ ସମୟରେ ରାଜ୍ୟର ଅନେକ ସ୍ଥାନରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ଘଟିବାର ସମ୍ଭାବନା ରହିଛି ।
ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବର୍ଷା ପରେ ଆକାଶ ମେଘମୁକ୍ତ ହେଉଥିବାରୁ ଶୀତ ବଢ଼ିବ। ରାଜ୍ୟରେ ଗତ କିଛି ଦିନ ହେବ ଥଣ୍ଡା କମ ରହିଥିଲ।
ପଶ୍ଚିମା ଝଡ଼ ପ୍ରଭାବରେ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ହେଉଥିଲା। ଆକାଶ ମେଘୁଆ ରହିବା ସହ ଥଣ୍ଡାର ପରିମାଣ କମିଥିଲା। ମୟୂରଭଞ୍ଜ ସମେତ କିଛି ସ୍ଥାନରେ ସକାଳେ ଘନ କୁହୁଡ଼ି ଦେଖିବାକୁ ମିଳୁଛି।