ଓଡ଼ିଶାରେ ବଢ଼ିବ ବିମାନ ସେବା, ଆର୍ଥିକ ସହଯୋଗ ଯୋଗାଇ ଦେବେ ରାଜ୍ୟ ସରକାର

ଓଡ଼ିଶାରେ ବଢ଼ିବ ବିମାନ ସେବା। କୋଲକାତା-ରାଉରକେଲା ଓ ଭୁବନେଶ୍ବର – ଝାରସୁଗୁଡ଼ା ବିମାନ ସେବା ପାଇଁ ଆର୍ଥିକ ସହଯୋଗ ଯୋଗାଇ ଦେବେ ରାଜ୍ୟ ସରକାର।

ଓଡ଼ିଶାରେ ବଢ଼ିବ ବିମାନ ସେବା। କୋଲକାତା-ରାଉରକେଲା ଓ ଭୁବନେଶ୍ବର – ଝାରସୁଗୁଡ଼ା ବିମାନ ସେବା ପାଇଁ ଆର୍ଥିକ ସହଯୋଗ ଯୋଗାଇ ଦେବେ ରାଜ୍ୟ ସରକାର। ଓଡ଼ିଶା ସରକାର ୧୦୦ ପ୍ରତିଶତ ଆର୍ଥିକ ସହାୟତା କରିବେ।

ଏହି ଦୁଇଟି ରୁଟ୍ ରେ ସପ୍ତାହରେ ୭ଟି ବିମାନ ଚଳାଚଳ ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା କରିବେ। ବିମାନ ଚଳାଚଳରେ କ୍ଷତି ହେଲ ଶହେ ପ୍ରତିଶତ ଭରଣା କରିବେ ରାଜ୍ୟସରକାର। ରାଜ୍ୟରେ ବିମାନ ଯୋଗାଯୋଗ ବୃଦ୍ଧି ଏବଂ ଆର୍ଥିକ କାର୍ଯ୍ୟକଳାପ ବଢ଼ାଇବାକୁ ଏହି ପଦକ୍ଷେପ ନେଇଛନ୍ତି ରାଜ୍ୟସରକାର।