Below header

ଅମ୍ବାଭୋନା ଥାନା ତୁମୁଳକାଣ୍ଡ ଘଟଣା, ୬ ଗିରଫ, ୧୦୦ରୁ ଅଧିକ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ

ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନାରେ ତୁମୁଳକାଣ୍ଡ ଘଟଣା। ୧୦୦ ଜଣରୁ ଅଧିକ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ ।

 ବରଗଡ଼ : ଅମ୍ବାଭୋନା ଥାନା ଭିତରେ ତୁମୁଳକାଣ୍ଡ ଘଟଣା। ଗଣ୍ତଗୋଳକାରୀଙ୍କ ନାମରେ ହେଲା ମାମଳା ରୁଜୁ । ସୂଚନା ଦେଲେ ବରଗଡ଼ ଏସପି ପ୍ରହଲ୍ଲାଦ ସାହାଇ ମୀନା । ଗତକାଲି ସନ୍ଧ୍ୟା ସମୟରେ ଅମ୍ବାଭୋନା ଥାନା ଭିତରେ ପୋଲିସ ଉପସ୍ଥିତି ଗଣ୍ତଗୋଳ ସହ ଭଙ୍ଗାରୁଜା କଲେ ଶତାଧିକ ବ୍ୟକ୍ତି ।

ଅମ୍ବାଭୋନା ପୋଲିସ ପକ୍ଷରୁ ଚେଙ୍ଗିଜ୍ କରୁଥିବା ବେଳେ ସୋହେଲା ଅଞ୍ଚଳର ଯୁବକ ଏବଂ ଅମ୍ବାଭୋନା ପୋଲିସ ମଧ୍ୟରେ କଥା କଟାକଟି ହୋଇଛି ଥିଲା । ରାତ୍ରୀ ସମୟରେ ଥାନା ଭିତରେ କମ୍ପ୍ୟୁଟର , ଟେବୁଲ୍ , ଚେୟାର , ସିଂ ସିଂ ଟିଭି କେମେରା ଭଙ୍ଗାରୁଜା ହୋଇଥିଲା ।

ଅମ୍ବାଭୋନା ଥାନାରେ ୧୦୦ ଜଣରୁ ଅଧିକ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ୬ ଜଣଙ୍କୁ ଗିରଫ କରିଛି । ପୋଲିସ ଗିରଫଦାରୀକୁ ବିରୋଧ କରି ଭଟଲି ନିର୍ବାଚନ ମଣ୍ଡଳୀର ସୋହେଲାର ବସଷ୍ଟାଣ୍ଡ ଛକ ଏବଂ ଭଟଲି ବସଷ୍ଟାଣ୍ଡ ଛକ ଠାରେ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ରାସ୍ତା ଅବରୋଧ ଯୋଗୁଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.