Below header

ଖେଳି ନାହାନ୍ତି କିନ୍ତୁ ଆଉଟ୍‌ ହେଲେ : ଅଲଗା ପ୍ରକାର ଇତିହାସ ରଚିଲେ ଶ୍ରୀଲଙ୍କା ବ୍ୟାଟର ଆଞ୍ଜେଲୋ ମାଥ୍ୟୁସ୍‌, ଜାଣିଲେ ଚକିତ ହୋଇଯିବେ

ବିଶ୍ୱ କ୍ରିକେଟ୍‌ ଇତିହାସରେ ସେ ପ୍ରଥମ ବ୍ୟାଟର ଭାବେ ‘ଟାଇମଡ ଆଉଟ୍‌’ ହୋଇଛନ୍ତି ଆଞ୍ଜେଲୋ ମାଥ୍ୟୁସ୍‌

ନୂଆଦିଲ୍ଲୀ :  ଆଜି ବିଶ୍ୱକପ୍‌ ମ୍ୟାଚ୍‌ରେ ଶ୍ରୀଲଙ୍କା ବ୍ୟାଟର ଆଞ୍ଜେଲୋ ମାଥ୍ୟୁସ୍‌ ଏମିତି କିଛି କରିଛନ୍ତି ଯାହା ଇତିହାସ ସୃଷ୍ଟି କରିଛି । ବିଶ୍ୱ କ୍ରିକେଟ୍‌ ଇତିହାସରେ ସେ ପ୍ରଥମ ବ୍ୟାଟର ଭାବେ ‘ଟାଇମଡ ଆଉଟ୍‌’ ହୋଇଛନ୍ତି ।

ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍‌ ଖେଳା ଯାଉଛି । ପ୍ରଥମ ବ୍ୟାଟିଂ ବେଳେ ଶ୍ରୀଲଙ୍କା ଭଲ ସ୍କୋର କରି ଚାଲିଥିଲା । ତେବେ ୨୫ତମ ଓଭରରେ ସଦିରା ସମରବିକ୍ରମା ଆଉଟ୍‌ ହୋଇଯାଇଥିଲେ । ପରବର୍ତ୍ତୀ ବ୍ୟାଟର ଭାବେ ଆସିଥିଲେ ଆଞ୍ଜେଲୋ ମାଥ୍ୟୁସ । ତେବେ ହେଲମେଟକୁ ନେଇ ତାଙ୍କର କିଛି ସମସ୍ୟା ଥିଲା । ଅନ୍ୟ ଗୋଟିଏ ହେଲମେଟ୍‌ ସେ ମଗାଇଥିଲେ । ସେଥିଲାଗି ସେ ଷ୍ଟ୍ରାଇକ୍‌ ନେବାରେ ଡେରି କଲେ । ଏହା ଭିତରେ ୨ ମିନିଟ୍‌ ବିତିଗଲା । ଏହାକୁ ନେଇ ବାଂଲାଦେଶ ଅଧିନାୟକ ସକିବ ଅଲ ହାସାନ୍‌ ଅମ୍ପାୟାରଙ୍କ ନିକଟରେ ଅଭିଯୋଗ କଲେ ।

ଅନ୍ତର୍ଜାତୀୟ କ୍ରିକେଟ୍‌ ନିୟମ ଅନୁସାରେ ଜଣେ ବ୍ୟାଟର ଆଉଟ୍‌ ହେଲେ ପରବର୍ତ୍ତୀ ବ୍ୟାଟର ୩ ମିନିଟ୍‌ ଭିତରେ ଆସି ବୋଲରଙ୍କୁ ସାମନା କରିବା କଥା । ହେଲେ ବିଶ୍ୱକପରେ ଏହି ସମୟ ମାତ୍ର ୨ ମିନିଟ୍‌୍‌କୁ ଧାର୍ଯ୍ୟ କରାଯାଇଛି । ଦୁଇ ମିନିଟ୍‌ ଭିତରେ ପରବର୍ତ୍ତୀ ବ୍ୟାଟର ଆସି ବ୍ୟାଟିଂ କରିବେ । ତେଣୁ ମାଥ୍ୟୁସ ସେତେବେଳକୁ ‘ଟାଇମଡ୍‌ ଆଉଟ୍‌’ ହୋଇ ସାରିଥିଲେ । ଅତିରିକ୍ତ ଖେଳାଳି ଆଉ ଗୋଟିଏ ହେଲମେଟ୍‌ ଆଣି ତାଙ୍କୁ ଦେବା ସତ୍ତ୍ୱେ ଅମ୍ପାୟର ଆଉ ମାଥ୍ୟୁସଙ୍କୁ ଖେଳିବାର ସୁଯୋଗ ଦେଇନଥିଲେ । ତାଙ୍କୁ ଖେଳିବାକୁ ବାରଣ କରାଯିବାରୁ ସେ ଉଭୟ ଅମ୍ପାୟାର ଏବଂ ସକିବଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ତେବେ ସବୁ ବୃଥା ଯାଇଥିଲା । ଶେଷରେ ତାଙ୍କ ଗୋଟିଏ ବି ବଲ୍‌୍‌ର ସାମନା ନକରି ଆଉଟ୍‌ ହେବାକୁ ପଡ଼ିଥିଲା । ଏଥିରେ ମାଥ୍ୟୁସ ଏତେ ରାଗି ଯାଇଥିଲେ ଯେ ପଡ଼ିଆ ବାହାରକୁ ଆସିବା ପରେ ନିଜ ହେଲମେଟ୍‌କୁ ଜୋରରେ ଫୋପାଡ଼ି ଦେଇଥିଲେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.