ରାଜ୍ୟ

ଗଜପତି: ଗଞ୍ଜେଇ ଚଢ଼ାଉରେ ଲାଗୁନି ବ୍ରେକ,ପୁଣି ଜବତ ହେଲା ୧ କୁଇଣ୍ଟାଲ ଗଞ୍ଜେଇ

ମୋହନା(କେନ୍ୟୁଜ୍): ଲାଗୁଛି ଯେମିତି ଚୋରା ଗଞ୍ଜେଇ ବେପାରୀଙ୍କ ଭୂସ୍ୱର୍ଗ ପାଲଟିଛି ଗଜପତି ଜିଲ୍ଲାର ମୋହନା ଅଞ୍ଚଳ। ପ୍ରାୟତଃ ଦିନେ ଦୁଇ ଦିନରେ ଥରେ ମୋହନା କିମ୍ବା ଅଡବା ଥାନା ଅଞ୍ଚଳରେ କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଉଛି l ଶୁକ୍ରବାର ସକାଳୁ ପୁଣି ୧୧୫ କେଜି ଗଞ୍ଜେଇ ଜବତ କରିଛି ଅଡବା ପୋଲିସ। ପେଟ୍ରୋଲିଙ୍ଗ ସାରି ଫେରୁଥିବା ବେଳେ ଇଡିକିମl ଗୁଣ୍ଡିମା ରାସ୍ତାରେ ଏକ ଟାଟା ଏସିଇ ନଂ-JH-1-DM-3657ରୁ ଏହି ଗଞ୍ଜେଇ ଜବତ କରାଯାଇଛି। ଉକ୍ତ ଗଞ୍ଜେଇ ରାୟଗଡା ଜ଼ିଲ୍ଲା ରୁ ଝାଡ଼ଖଣ୍ଡ ଚାଲାଣ ହେଉଥିବା ପୋଲିସ ସୂଚନା ଦେଇଛି l ଜବତ ଗଞ୍ଜେଇର ମୂଲ୍ୟ ୫ ଲକ୍ଷ ୭୫ ହଜାର ଟଙ୍କା ହେବ ବୋଲି ଜଣାପଡିଛି l ପୋଲିସ ଗାଡିଚାଳକ ଝାଡ଼ଖଣ୍ଡ ଲୋହାରଡାଗା ଜ଼ିଲ୍ଲା ସାବେଡା ଗ୍ରାମର ରୋହିତ ଗୋପକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଏହି ଚଢ଼ାଉରେ ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିଲେ। ଗତ ଏକ ସପ୍ତାହ ମଧ୍ୟରେ ପୋଲିସ ବିପୁଳ ଗଞ୍ଜେଇ ଜବତ କରିବା ସହ ଚାଲାଣକାରୀଙ୍କୁ ମଧ୍ୟ ଗିରଫ କରୁଛି । କିନ୍ତୁ ଅଞ୍ଚଳରେ ରହି ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରିବାରେ ସହଯୋଗ କରୁଥିବା ଆଞ୍ଚଳିକ ମାଫିଆ ମାନେ ପୋଲିସ ହାତରେ ପଡୁନାହାନ୍ତି। ଯଦି ଏହାର ବିଧିବଦ୍ଧ ତଦନ୍ତ ସହ କିଛି ଦିନ ତଳେ ଅଂଶୁ ନାମକ ଯୁବକ ର ଭାଇରଲ ହୋଇଥିବା ଅଡିଓ ରେକର୍ଡ଼ିଂର ଯାଞ୍ଚ ହୋଇପାରନ୍ତା ତେବେ ଅଞ୍ଚଳରେ  ଚାଲିଥିବା ଚୋରା ଗଞ୍ଜେଇ ର‍୍ୟାକେଟ ପର୍ଦାଫାଶ ହୋଇପାରନ୍ତା l

Sasmita

Recent Posts

ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ବାଗତ ପାଇଁ ଜନ୍ମମାଟି ଭବ୍ୟ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

1 min ago

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

16 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

26 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

35 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

50 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

60 mins ago