ରାଜ୍ୟ

ଗଜପତି: ପୁଣି ମୋହନାରୁ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ କଲା ପୋଲିସ, ଜଣେ  ଗିରଫ

ମୋହନା(କେନ୍ୟୁଜ୍):  ମୋହାନା ଅଞ୍ଚଳରେ ଥମିବାରେ ନାଁ ନେଉନି ଚୋରା ଗଞ୍ଜେଇ ଚାଲଣ। ବେଧଡ଼କ ହୋଇ ଗଞ୍ଜେଇ ମାଫିଆମାନେ ଜିଲ୍ଲା ବାହାରକୁ କରୁଛନ୍ତି ଚୋରା ଗଞ୍ଜେଇ ଚାଲଣ। ପ୍ରତିଦିନ ପୋଲିସ ଦ୍ବାରା ଗିରଫ ହେଲା ପରେ ମଧ୍ୟ ଚେତୁନାହାନ୍ତି କିଛି ଗଞ୍ଜେଇ  ମାଫିଆ । ଆଜି ଏହି ଭଳି ଭାବରେ ମୋହାନ ପୋଲିସ ଦ୍ବାରା ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯିବା  ସହ ଜଣକୁ ଗିରଫ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ୧୦.୩୦ରେ  ଏକ ଫର୍ଡ ଇକୋ ସ୍ପୋର୍ଷ୍ଟ (OD 10 F 4001) କାରରେ ଗଞ୍ଜେଇ  ନେଇ  ଡ୍ରାଇଭର ସୁକାନ୍ତ ପାଣିଗ୍ରାହୀ କୋରାପୁଟରୁ ଗଞ୍ଜେଇ ନେଇ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ଏହାର ଖବର ପାଇ ମୋହନା ପୋଲିସ ସେହି ଗାଡିଟିକୁ ଅଟକାଇ ତାର ଖାନ ତଲାସି କରିବା ପରେ ଗାଡିରେ କିଛି ପ୍ଲାଷ୍ଟିକ୍ ବ୍ୟାଗରେ ୧ କ୍ବିଣ୍ଟାଲ ୪କିଲୋ ୮୦୦ଗ୍ରାମର ଗଞ୍ଜେଇ ଜବତ କରିଥିଲା।ମୋହାନା ତହସିଲଦାର ଚଢାଉବେଳେ  ମାଜିଷ୍ଟ୍ରେଟ୍ ଦାୟିତ୍ବରେ   ରହି ଗଞ୍ଜେଇ ବସ୍ତାକୁ ଜବତ କରିଥିଲେ। ଏହି ଘଟଣାରେ ମୋହନା ପୋଲିସ ୧୩୩/୨୦ରେ ଏକ ମାମଲା  ରୁଜୁ କରି ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିଛି। ଅସନ୍ତା କାଲି ତାକୁ  କୋର୍ଟ ଚାଲଣ କରାଯିବ ବୋଲି ଜଣା ପଡିଛି।

KNews Bureau

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

32 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

41 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

53 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

1 hour ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

1 hour ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

1 hour ago