ଗଜପତି: ପୁଣି ମୋହନାରୁ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ କଲା ପୋଲିସ, ଜଣେ ଗିରଫ

ମୋହନା(କେନ୍ୟୁଜ୍): ମୋହାନା ଅଞ୍ଚଳରେ ଥମିବାରେ ନାଁ ନେଉନି ଚୋରା ଗଞ୍ଜେଇ ଚାଲଣ। ବେଧଡ଼କ ହୋଇ ଗଞ୍ଜେଇ ମାଫିଆମାନେ ଜିଲ୍ଲା ବାହାରକୁ କରୁଛନ୍ତି ଚୋରା ଗଞ୍ଜେଇ ଚାଲଣ। ପ୍ରତିଦିନ ପୋଲିସ ଦ୍ବାରା ଗିରଫ ହେଲା ପରେ ମଧ୍ୟ ଚେତୁନାହାନ୍ତି କିଛି ଗଞ୍ଜେଇ ମାଫିଆ । ଆଜି ଏହି ଭଳି ଭାବରେ ମୋହାନ ପୋଲିସ ଦ୍ବାରା ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯିବା ସହ ଜଣକୁ ଗିରଫ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ୧୦.୩୦ରେ ଏକ ଫର୍ଡ ଇକୋ ସ୍ପୋର୍ଷ୍ଟ (OD 10 F 4001) କାରରେ ଗଞ୍ଜେଇ ନେଇ ଡ୍ରାଇଭର ସୁକାନ୍ତ ପାଣିଗ୍ରାହୀ କୋରାପୁଟରୁ ଗଞ୍ଜେଇ ନେଇ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ଏହାର ଖବର ପାଇ ମୋହନା ପୋଲିସ ସେହି ଗାଡିଟିକୁ ଅଟକାଇ ତାର ଖାନ ତଲାସି କରିବା ପରେ ଗାଡିରେ କିଛି ପ୍ଲାଷ୍ଟିକ୍ ବ୍ୟାଗରେ ୧ କ୍ବିଣ୍ଟାଲ ୪କିଲୋ ୮୦୦ଗ୍ରାମର ଗଞ୍ଜେଇ ଜବତ କରିଥିଲା।ମୋହାନା ତହସିଲଦାର ଚଢାଉବେଳେ ମାଜିଷ୍ଟ୍ରେଟ୍ ଦାୟିତ୍ବରେ ରହି ଗଞ୍ଜେଇ ବସ୍ତାକୁ ଜବତ କରିଥିଲେ। ଏହି ଘଟଣାରେ ମୋହନା ପୋଲିସ ୧୩୩/୨୦ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିଛି। ଅସନ୍ତା କାଲି ତାକୁ କୋର୍ଟ ଚାଲଣ କରାଯିବ ବୋଲି ଜଣା ପଡିଛି।