Below header

ସିଏମସିରୁ ଆଜି ୨୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଲୋକାଲ କେସ୍ ରହିଛି ୭୪

କଟକ(କେନ୍ୟୁଜ୍): କଟକ ସହରରୁ ଆଜି ମୋଟ ୨୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ସରକାରୀ କ୍ବାରେଣ୍ଟାଇନରୁ ୫୬ ଜଣ, ହୋମ କ୍ବାରେଣ୍ଟାଇନରୁ ୭୪ ଜଣ ଅଛନ୍ତି। ସେହିଭଳି ଲୋକାଲ କେସ୍ ରହିଛି ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଟ୍ବିଟ ମାଧ୍ୟମରେ ସୂଚନା ଦେଇଛି ସିଏମସି।


ସିଏମସିରୁ ଆଜି ହୋମ କ୍ବାରେଣ୍ଟାଇନରୁ ମୋଟ ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ସିଡିଏ ସେକ୍ଟର-୬, କଲେଜ ଛକ, ବକ୍ସ ବଜାରରୁ ୫ ଜଣ ଲେଖାଏଁ, ଜଉନଲିଆ ପାଟଣା, ଶଙ୍କରପୁର, ଘୋଷ ବଜାର, ବାମ୍ଫି ସାହିରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଲୋକାଲ  କେସର  ୭୪ ଜଣ ଆକ୍ରାନ୍ତଙ୍କ ମଧ୍ୟରେ କଲେଜ ଛକରୁ ୫ ଜଣ, ଜୋବ୍ରା, ରାଉସପାଟଣା, ବକ୍ସିବଜାର, ଚାଉଳିଆଗଂଜରୁ ୪ ଜଣ ଲେଖାଏଁ, ଦରଘାବଜାର, ଜଉନଲିପାଟଣା, ନୂଆ ବଜାରରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.