ଗଞ୍ଜାମ:ସୁସ୍ଥ ହୋଇ ଫେରିଲେ ଆସିକା ପୋଲିସ ଉପଖଣ୍ଡର ୧୨ ଜଣ କରୋନା ଯୋଦ୍ଧା। ସୁସ୍ଥ ହୋଇ .ଫେରିବା ପରେ ସେମାନେ ଏବେ ନିଜ ନିଜ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସମ୍ପୃକ୍ତ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ଗଞ୍ଜାମ ଏସ୍ପି .ସେମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏ ନେଇ ଆସିକା ଥାନା ପରିସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଆସିକା, ଶେରଗଡ଼ ଓ ହିଞ୍ଜିଳି ଥାନାର ୧୨ ଜଣ ନିଜର କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ କରୋନା ଆକ୍ରାନ୍ତ ହୋଇଥିଲେ।
ଏହାପରେ ସେମାନେ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ବର୍ତ୍ତମାନ ସେମାନେ ସୁସ୍ଥ ହୋଇ ୧୪ ଦିନ ଘରୋଇ ସଙ୍ଗରୋଧରେ ରହିବା ପରେ ନିଜ କାର୍ଯ୍ଯରେ ଯୋଗ ଦେଇଛନ୍ତି । ସବୁଠାରୁ ବଡ କଥା ସେମାନଙ୍କ ମନୋବଳ ବଢାଇବା ପାଇଁ ଗଞ୍ଜାମ ଏସପି, ଆସିକା ଏସଡିପିଓ ଏବଂ ଥାନାଧିକାରୀମାନେ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସୁସ୍ଥ ହୋଇ ଫେରିଥିବା କରୋନା ଯୋଦ୍ଧା ପ୍ଳାଜମା ଦାନ କରିବା ପାଇଁ ସମ୍ମତି ପ୍ରଦାନ କରିଥିବା ସୂଚନା ଦେଇଛନ୍ତି । ଏହାସହିତ ଆସିକା ମେଡିକାଲର ଆଗ ଧାଡିର ଜଣେ ଅଧିକାରୀ କରୋନା ଯୋଦ୍ଧା ଭାବେ ଆକ୍ରାନ୍ତ ହୋଇଥିଲେ । ସେ ମଧ୍ଯ ସୁସ୍ଥ ହୋଇ ଫେରିଥିବାରୁ ତାଙ୍କୁ ମଧ୍ଯ ଗଞ୍ଜାମ ଏସପି ସମ୍ବର୍ଦ୍ଧିତ କରିଥିଲେ ।
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…
ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…
ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…