ସୁସ୍ଥ ହୋଇ ଫେରିଲେ ଆସିକା ପୋଲିସ ଉପଖଣ୍ଡର ୧୨ ଜଣ କରୋନା ଯୋଦ୍ଧା

ଗଞ୍ଜାମ:ସୁସ୍ଥ ହୋଇ ଫେରିଲେ ଆସିକା ପୋଲିସ ଉପଖଣ୍ଡର ୧୨ ଜଣ କରୋନା ଯୋଦ୍ଧା। ସୁସ୍ଥ ହୋଇ .ଫେରିବା ପରେ ସେମାନେ ଏବେ ନିଜ ନିଜ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସମ୍ପୃକ୍ତ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ଗଞ୍ଜାମ ଏସ୍‌ପି .ସେମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏ ନେଇ ଆସିକା ଥାନା ପରିସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଆସିକା, ଶେରଗଡ଼ ଓ ହିଞ୍ଜିଳି ଥାନାର ୧୨ ଜଣ ନିଜର କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ କରୋନା ଆକ୍ରାନ୍ତ ହୋଇଥିଲେ।

ଏହାପରେ ସେମାନେ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ବର୍ତ୍ତମାନ ସେମାନେ ସୁସ୍ଥ ହୋଇ ୧୪ ଦିନ ଘରୋଇ ସଙ୍ଗରୋଧରେ ରହିବା ପରେ ନିଜ କାର୍ଯ୍ଯରେ ଯୋଗ ଦେଇଛନ୍ତି । ସବୁଠାରୁ ବଡ କଥା ସେମାନଙ୍କ ମନୋବଳ ବଢାଇବା ପାଇଁ ଗଞ୍ଜାମ ଏସପି, ଆସିକା ଏସଡିପିଓ ଏବଂ ଥାନାଧିକାରୀମାନେ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସୁସ୍ଥ ହୋଇ ଫେରିଥିବା କରୋନା ଯୋଦ୍ଧା ପ୍ଳାଜମା ଦାନ କରିବା ପାଇଁ ସମ୍ମତି ପ୍ରଦାନ କରିଥିବା ସୂଚନା ଦେଇଛନ୍ତି । ଏହାସହିତ ଆସିକା ମେଡିକାଲର ଆଗ ଧାଡିର ଜଣେ ଅଧିକାରୀ କରୋନା ଯୋଦ୍ଧା ଭାବେ ଆକ୍ରାନ୍ତ ହୋଇଥିଲେ । ସେ ମଧ୍ଯ ସୁସ୍ଥ ହୋଇ ଫେରିଥିବାରୁ ତାଙ୍କୁ ମଧ୍ଯ ଗଞ୍ଜାମ ଏସପି ସମ୍ବର୍ଦ୍ଧିତ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.