Categories: ରାଜ୍ୟ

ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଚମକିଲା କିଟ୍ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ବର(କେନ୍ଯୁଜ୍) : କିଟ୍‌ ଡିମ୍‌ଡ ବିଶ୍ୱବିଦ୍ୟାଳୟର ୧୪ତମ ସମାବର୍ତ୍ତନ ଉତ୍ସବ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ନୋବେଲ ବିଜେତା ପ୍ରଫେସର ଏର୍‌ନେଷ୍ଟୋ କାହାନ୍‌ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ଏହି ଅବସରରେ ନୋବେଲ ବିଜେତା ପ୍ରଫେସର ଏର୍‌ନେଷ୍ଟୋ କାହାନ୍‌ଙ୍କୁ ଅନରେସ କଜା ଡିଗ୍ରୀ ପ୍ରଦାନ କରାଯାଇଛି । ପ୍ରଫେସର କାହାନ୍‌ଙ୍କ ସହ ୬ ଜଣଙ୍କୁ ଅନରେସ କଜା ଡିଗ୍ରୀ ପ୍ରଦାନ କରାଯାଇଛି । ଉଷାକୁମାରୀ ପ୍ରସାର, ନିକଲସ୍‌ ସାମୁଏଲ ଗୁଗ୍‌ର, ସ୍ୱିସ୍‌ ପାର୍ଲାମେଣ୍ଟର ସଦସ୍ୟ ନିକଲସ୍‌ ସାମୁଏଲ ଗୁଗ୍‌ର, ପ୍ରଭୁ ଗୌର ଗୋପାଳ ଦାସ, ବିଶିଷ୍ଟ ଅଭିନେତା କବୀର ବେଦି, ମହମ୍ମଦ ସବୁର ଖାନ୍‌ ଓ ଦୀନବନ୍ଧୁ ସାହୁଙ୍କୁ ଅନରେସ କଜା ଡିଗ୍ରୀ ପ୍ରଦାନ କରାଯାଇଛି ।

ଏହି ଅବସରରେ ପ୍ରଫେସର କାହାନ୍‌ କହିଛନ୍ତି, ଏହି ଡିଗ୍ରୀ ଗ୍ରହଣ କରିଥିବାରୁ ମୁଁ ବହୁତ ଖୁସି । କିଟ୍‌ ସାରାବିଶ୍ୱରେ ଏକ ଉତ୍କଷ୍ଟ ଉଦାହରଣ ସୃଷ୍ଟି କରିଛି । କିଟ୍‌କୁ ସବୁବେଳେ ସାହଯ୍ୟ କରିବାକୁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି । କବିତା ମାଧ୍ୟମରେ ମହତ୍ମା ଗାନ୍ଧୀଙ୍କୁ ସ୍ମରଣ କରିଥିଲେ କାହାନ୍‌ । ସେହିପରି ରାଜ୍ୟପାଳ କହିଛନ୍ତି, ଓଡ଼ିଶା ହେଉଛି କଳା ଓ ସଂସ୍କୃତିର ଦେଶ । ଶିକ୍ଷାର ଅସଲ ଅର୍ଥ ଭଗବାନଙ୍କୁ ଖୋଜିବା । ଓଡ଼ିଶା ଲୋକଙ୍କ ସେବା କରିବାର ସୁଯୋଗ ପାଇଥିବାରୁ ସେ ନିଜକୁ ଧନ୍ୟ ମନେକରିଛନ୍ତି । ଭାରତକୁ ବିଶ୍ୱର ମହାନ ଦେଶ ବୋଲି କହିଛନ୍ତି ରାଜ୍ୟପାଳ । ଏହା ସହ ସେହିପରି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ସେ ପ୍ରଶଂସା କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

KNews Bureau

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

8 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

12 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

16 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

28 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

45 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago