ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଚମକିଲା କିଟ୍ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ବର(କେନ୍ଯୁଜ୍) : କିଟ୍ ଡିମ୍ଡ ବିଶ୍ୱବିଦ୍ୟାଳୟର ୧୪ତମ ସମାବର୍ତ୍ତନ ଉତ୍ସବ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ନୋବେଲ ବିଜେତା ପ୍ରଫେସର ଏର୍ନେଷ୍ଟୋ କାହାନ୍ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ଏହି ଅବସରରେ ନୋବେଲ ବିଜେତା ପ୍ରଫେସର ଏର୍ନେଷ୍ଟୋ କାହାନ୍ଙ୍କୁ ଅନରେସ କଜା ଡିଗ୍ରୀ ପ୍ରଦାନ କରାଯାଇଛି । ପ୍ରଫେସର କାହାନ୍ଙ୍କ ସହ ୬ ଜଣଙ୍କୁ ଅନରେସ କଜା ଡିଗ୍ରୀ ପ୍ରଦାନ କରାଯାଇଛି । ଉଷାକୁମାରୀ ପ୍ରସାର, ନିକଲସ୍ ସାମୁଏଲ ଗୁଗ୍ର, ସ୍ୱିସ୍ ପାର୍ଲାମେଣ୍ଟର ସଦସ୍ୟ ନିକଲସ୍ ସାମୁଏଲ ଗୁଗ୍ର, ପ୍ରଭୁ ଗୌର ଗୋପାଳ ଦାସ, ବିଶିଷ୍ଟ ଅଭିନେତା କବୀର ବେଦି, ମହମ୍ମଦ ସବୁର ଖାନ୍ ଓ ଦୀନବନ୍ଧୁ ସାହୁଙ୍କୁ ଅନରେସ କଜା ଡିଗ୍ରୀ ପ୍ରଦାନ କରାଯାଇଛି ।
ଏହି ଅବସରରେ ପ୍ରଫେସର କାହାନ୍ କହିଛନ୍ତି, ଏହି ଡିଗ୍ରୀ ଗ୍ରହଣ କରିଥିବାରୁ ମୁଁ ବହୁତ ଖୁସି । କିଟ୍ ସାରାବିଶ୍ୱରେ ଏକ ଉତ୍କଷ୍ଟ ଉଦାହରଣ ସୃଷ୍ଟି କରିଛି । କିଟ୍କୁ ସବୁବେଳେ ସାହଯ୍ୟ କରିବାକୁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି । କବିତା ମାଧ୍ୟମରେ ମହତ୍ମା ଗାନ୍ଧୀଙ୍କୁ ସ୍ମରଣ କରିଥିଲେ କାହାନ୍ । ସେହିପରି ରାଜ୍ୟପାଳ କହିଛନ୍ତି, ଓଡ଼ିଶା ହେଉଛି କଳା ଓ ସଂସ୍କୃତିର ଦେଶ । ଶିକ୍ଷାର ଅସଲ ଅର୍ଥ ଭଗବାନଙ୍କୁ ଖୋଜିବା । ଓଡ଼ିଶା ଲୋକଙ୍କ ସେବା କରିବାର ସୁଯୋଗ ପାଇଥିବାରୁ ସେ ନିଜକୁ ଧନ୍ୟ ମନେକରିଛନ୍ତି । ଭାରତକୁ ବିଶ୍ୱର ମହାନ ଦେଶ ବୋଲି କହିଛନ୍ତି ରାଜ୍ୟପାଳ । ଏହା ସହ ସେହିପରି କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ସେ ପ୍ରଶଂସା କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।