ଦିନକ ପରେ ଛତିଶଗଡ଼ ନିର୍ବାଚନ, ଦମ୍‌ ଲଗାଇ ଦେଇଛନ୍ତି ଦୁଇ ପ୍ରମୁଖ ଦଳର ହେଭିୱେଟ୍‌

ଛତିଶଗଡ଼(କେନ୍ଯୁଜ୍) : ଦିନକ ପରେ ଛତିଶଗଡ଼ ନିର୍ବାଚନ । ପ୍ରଥମ ପର୍ଯ୍ଯାୟ ନିର୍ବାଚନ ପାଇଁ ସରୁଛି ପ୍ରଚାର କାର୍ଯ୍ଯ। ଭୋଟରଙ୍କୁ ଆକୃଷ୍ଟ କରିବାକୁ ଦମ୍‌ ଲଗାଇ ଦେଇଛନ୍ତି ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ । ମଇଦାନକୁ ଓହ୍ଲାଇଛନ୍ତି ଦୁଇ ଦଳର ହେଭିୱେଟ୍‌ । ଆଜି ବିଜେପି ପକ୍ଷରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଚାର କରିଛନ୍ତି । ଜାତୀୟ ସୁରକ୍ଷାକୁ ନେଇ କଂଗ୍ରେସ ରାଜନୀତି କରୁଛି ବୋଲି ଯୋଗୀ କହିଛନ୍ତି । ପ୍ରଚାର ମଇଦାନକୁ ଓହ୍ଲାଇ ବିଜେପି ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି, ଗତ ୧୫ ବର୍ଷ ଭିତରେ ରାଜ୍ୟରେ ବ୍ୟାପକ ପରିବର୍ତ୍ତନ କରିଛନ୍ତି ରମଣ ସିଂ ସରକାର । ଛତିଶଗଡ଼ରେ ବିଜେପି ପକ୍ଷରୁ ଆଜି ନିର୍ବାଚନ ଇସ୍ତାହାର ପ୍ରକାଶ ପାଇଛି । ସେପଟେ ଚାହୁଲ ମଧ୍ୟ କଂଗ୍ରେସ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି । ବିଭିନ୍ନ ସ୍ଥାନରେ ରାହୁଲ ଗାନ୍ଧୀ ଜନସଭାକୁ ସମ୍ବୋଧିତ କରୁଛନ୍ତି । ଅନ୍ୟପଟେ ମଧ୍ୟ ପ୍ରଦେଶ ନିର୍ବାଚନ ପାଇଁ ଆଜି କଂଗ୍ରେସ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି ।

Leave A Reply

Your email address will not be published.