କେନ୍ୟୁଜ୍(ବ୍ୟୁରୋ): ସୀମାରେ କଡ଼ା ପହରା । ଚେକ୍ ପୋଷ୍ଟ କରି ଜଗିଛି ପୋଲିସ । ପ୍ରବାସୀଙ୍କୁ କଡ଼ାକଡ଼ି ଯାଞ୍ଚ କରାଯାଉଛି । ପ୍ରମାଣପତ୍ରର ଚେକିଂ ଓ ଥର୍ମାଲ ସ୍କ୍ରିନିଂ ପରେ ମିଳୁଛି ପ୍ରବେଶ ଅନୁମତି । ଲକ୍ଷଣ ଥିଲେ ନୁମନା ପରୀକ୍ଷା ହେଉଛି । ପଡ଼ୋଶୀ ରାଜ୍ୟରୁ ଯେଉଁମାନେ ଫେରୁଛନ୍ତି ସେମାନଙ୍କୁ ବସ୍ ଯୋଗେ ନିଜ ନିଜ ଅଞ୍ଚଳକୁ ପଠାଉଛି ପ୍ରଶାସନ । ବାହାର ରାଜ୍ୟର ଯାତାୟତ ପାଇଁ ନିର୍ଦ୍ଦିଷ୍ଟ ଚେକ୍ ପଏଣ୍ଟ ରହିଛି ।
କରୋନା ଚେନରେ ବ୍ରେକ ଲଗାଇବାକୁ ରାଜ୍ୟରେ ଲକଡାଉନ୍ ଚାଲିଛି । ଆଜି ଦ୍ୱିତୀୟ ଦିନରେ ଠପ୍ ହୋଇଛି ଓଡ଼ିଶା । ଦିନ ୧୨ଟା ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିଥିଲା । ତାପରେ ଚାରିଆଡ଼େ ଶୂନଶାନ । କେବଳ ଜରୁରୀ ସେବାରେ ନିୟୋଜିତ ଗାଡ଼ି ଚାଲିଛି । ବାହାରକୁ ବାହାରୁଛନ୍ତି ଅନୁମତି ଥିବା ଲୋକ । ଯିଏ ନିୟମ ଭାଙ୍ଗୁଛି ତାକୁ ଧରୁଛି ପୋଲିସ । ଏଯାଏ କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ ଅଭିଯୋଗରେ ୧୫ କୋଟି ଟଙ୍କା ଫାଇନ୍ ଆଦାୟ ହୋଇଛି । ମାସ୍କ ପିନ୍ଧି ନଥିବାରୁ ପୋଲିସ ଆଦାୟ କରିଛି ୬ କୋଟି ଟଙ୍କା । ୫୫୩ ଗିରଫ ହୋଇଛନ୍ତି ।
ମହାମାରୀ ମୁକାବିଲା ପାଇଁ କଡ଼ା ପଦକ୍ଷେପ ନେଇଛନ୍ତି ସରକାର । ୧୪ ଦିନିଆ ଲକଡାଉନ୍ ଚାଲିଛି । କେବଳ ମାସ୍କ ୁପିନ୍ଧିବା ସୁରକ୍ଷା କବଚ । ସାମାଜିକ ଦୂରତା ରକ୍ଷା ସହ ଦୋକାନ ଆଗରେ ସର୍କଲ କରିବାକୁ କହିଛି ପୋଲିସ । ଲକଡାଉନ୍ ବେଳେ ଥାନାକୁ ନଆସି କୌଣସି ଅଭିଯୋଗ ଓ ଆପତ୍ତି ଥିଲେ ଫୋନ୍ କରି ଜଣାଇବାକୁ କହିଛନ୍ତି ପୋଲିସ ଡିଜି ।
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…