ଲକ୍‌ଡାଉନର ଦ୍ୱିତୀୟ ଦିନରେ ଚେକିଂ କଡ଼ାକଡ଼ି, ଅମାନିଆଙ୍କ ଠାରୁ ଆଦାୟ ହୋଇଛି ୧୫ କୋଟି ଟଙ୍କା ଫାଇନ୍‌

କେନ୍ୟୁଜ୍(ବ୍ୟୁରୋ):  ସୀମାରେ କଡ଼ା ପହରା । ଚେକ୍‌ ପୋଷ୍ଟ କରି ଜଗିଛି ପୋଲିସ । ପ୍ରବାସୀଙ୍କୁ କଡ଼ାକଡ଼ି ଯାଞ୍ଚ କରାଯାଉଛି । ପ୍ରମାଣପତ୍ରର ଚେକିଂ ଓ ଥର୍ମାଲ ସ୍କ୍ରିନିଂ ପରେ ମିଳୁଛି ପ୍ରବେଶ ଅନୁମତି । ଲକ୍ଷଣ ଥିଲେ ନୁମନା ପରୀକ୍ଷା ହେଉଛି । ପଡ଼ୋଶୀ ରାଜ୍ୟରୁ ଯେଉଁମାନେ ଫେରୁଛନ୍ତି ସେମାନଙ୍କୁ ବସ୍‌ ଯୋଗେ ନିଜ ନିଜ ଅଞ୍ଚଳକୁ ପଠାଉଛି ପ୍ରଶାସନ । ବାହାର ରାଜ୍ୟର ଯାତାୟତ ପାଇଁ ନିର୍ଦ୍ଦିଷ୍ଟ ଚେକ୍‌ ପଏଣ୍ଟ ରହିଛି ।

କରୋନା ଚେନରେ ବ୍ରେକ ଲଗାଇବାକୁ ରାଜ୍ୟରେ ଲକଡାଉନ୍‌ ଚାଲିଛି । ଆଜି ଦ୍ୱିତୀୟ ଦିନରେ ଠପ୍‌ ହୋଇଛି ଓଡ଼ିଶା । ଦିନ ୧୨ଟା ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିଥିଲା । ତାପରେ ଚାରିଆଡ଼େ ଶୂନଶାନ । କେବଳ ଜରୁରୀ ସେବାରେ ନିୟୋଜିତ ଗାଡ଼ି ଚାଲିଛି । ବାହାରକୁ ବାହାରୁଛନ୍ତି ଅନୁମତି ଥିବା ଲୋକ । ଯିଏ ନିୟମ ଭାଙ୍ଗୁଛି ତାକୁ ଧରୁଛି ପୋଲିସ । ଏଯାଏ କୋଭିଡ୍‌ ଗାଇଡଲାଇନ୍‌ ଉଲ୍ଲଂଘନ ଅଭିଯୋଗରେ ୧୫ କୋଟି ଟଙ୍କା ଫାଇନ୍‌ ଆଦାୟ ହୋଇଛି । ମାସ୍କ ପିନ୍ଧି ନଥିବାରୁ ପୋଲିସ ଆଦାୟ କରିଛି ୬ କୋଟି ଟଙ୍କା । ୫୫୩ ଗିରଫ ହୋଇଛନ୍ତି ।

ମହାମାରୀ ମୁକାବିଲା ପାଇଁ କଡ଼ା ପଦକ୍ଷେପ ନେଇଛନ୍ତି ସରକାର । ୧୪ ଦିନିଆ ଲକଡାଉନ୍‌ ଚାଲିଛି । କେବଳ ମାସ୍କ ୁପିନ୍ଧିବା ସୁରକ୍ଷା କବଚ । ସାମାଜିକ ଦୂରତା ରକ୍ଷା ସହ ଦୋକାନ ଆଗରେ ସର୍କଲ କରିବାକୁ କହିଛି ପୋଲିସ । ଲକଡାଉନ୍‌ ବେଳେ ଥାନାକୁ ନଆସି କୌଣସି ଅଭିଯୋଗ ଓ ଆପତ୍ତି ଥିଲେ ଫୋନ୍‌ କରି ଜଣାଇବାକୁ କହିଛନ୍ତି ପୋଲିସ ଡିଜି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.