ରାଜ୍ୟ

କାଲି ହାତରେ ଥିଲା ବନ୍ଧୁକ ହେଲେ ଆଜି ବରମାଳା, ଭାଲେଣ୍ଟାଇନ ଡେ’ରେ ବିବାହ ବନ୍ଧନରେ ବାନ୍ଧି ହେଲେ ୧୫ ମାଓ ଯୋଡି

ଛତିଶଗଡ଼(କେ ନ୍ୟୁଜ): ଆଜିର ଦିନକୁ ସାରା ବିଶ୍ୱ ଭାଲାଣ୍ଟାଇନ ଡେ’ ଭାବେ ପାଳନ କରିଥାଏ । ଭଲ ପାଇବା ବା ପ୍ରେମର ଦିନକୁ ଭଲାଣ୍ଟାଇନ ଦିନ ଭାବେ ବୁଝା ଯାଇଥାଏ। ଆଜିର ଦିନ ଦନ୍ତେୱାଡା ପୋଲିସ ପାଇଁ କିଛିଟା ଅଲଗା ଥିଲା । ହିଂସା ଛାଡ଼ି ମୁଖ୍ୟ ସ୍ରୋତରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ଜିଇଁବାର ରାହା ଦେଖାଇଛନ୍ତି ଛତିଶଗଡ଼ ପୋଲିସ। ଯେଉଁ ହାତରେ ଦିନେ ବନ୍ଧୁକ ଥିଲା ସେଇ ହାତରେ ଗୋଲାପ ଫୁଲ ଧରାଇ ବୈବାହିକ ବନ୍ଧନରେ ବାନ୍ଧିଛି ଛତିଶଗଡ଼ ପୋଲିସ । ସେ ପୁଣି ଗୋଟିଏ ନୁହେଁ କି ଦୁଇଟି ନୁହେଁ ପନ୍ଦର ପନ୍ଦର ଯୋଡିକୁ ବୈବାହିକ ବନ୍ଧନରେ ବାନ୍ଧିଲା ଦନ୍ତେୱାଡା ପୋଲିସ । ଆଜି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲା ପୋଲିସ ଏକ ନିଆରା ପ୍ରୟାସ କରିଥିଲେ । ଏହି ବିବାହରେ ଆଦିବାସୀ ସ୍ଥାନୀୟ ସଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା ।

ପାରମ୍ପରିକ ବାଜାରେ ଦୁଲୁକୁଲା ବିବାହ ବେଦୀ । ଦିନେ ମାଓବାଦୀ ଭାବେ ରକ୍ତର ନଦୀ ବୁହାଉ ଥିବା ମହିଳା ଆଜି କନିଆ ବେଶରେ ସଜ ହୋଇଛନ୍ତି । ପାଦରେ ଅଳତା ନାଲି ଶାଢ଼ୀ ପିନ୍ଧି ସଜେଇ ହୋଇଛି ନୂଆ କନିଆ। ସବୁ ରୀତିନୀତି ପରମ୍ପରା ଛତିଶଗଡ଼ ଆଦିବାସୀ ସଂସ୍କୃତି ଏବଂ ପରମ୍ପରା କୁ ସମ୍ମାନ ଦେଇ ଏହି ବିବାହ ସମ୍ପର୍ଣ୍ଣ କରାଯାଇଥିଲା। ମାଓ ସଙ୍ଗଠନରେ ଭଲ ପାଇ ବିବାହ କରିବା ସମ୍ପୂର୍ଣ୍ଣ ମନା । ତେଣୁ ପୁରୁଷ ହେଉ କି ମହିଳା ନକ୍ସଲଙ୍କୁ ନସବନ୍ଦୀ କରିଥାନ୍ତି ମାଓ ସଙ୍ଗଠନ ।

ତେବେ ମୁଖ୍ୟ ସ୍ରୋତକୁ ଫେରିଥିବା ମାଓବାଦୀଙ୍କ ଏହି ଅଧୁରା ସ୍ୱପ୍ନ କୁ ପୂରଣ କରିଛନ୍ତି ଦନ୍ତେୱାଡା ପୋଲିସ। ପୋଲିସ ଅଧିକାରୀ ଏବଂ କର୍ମଚାରୀ ସାଜିଛନ୍ତି ବର କନିଆଙ୍କ ପରିଜନ। ଦନ୍ତେୱାଡାର କାରଲୀ ଠାରେ ବିବାହ ସଜ୍ଜାଯାଇ ବିବାହ ସମ୍ପର୍ଣ୍ଣ କରାଯାଇଛି ବିବାହ ଉତ୍ସବ । ଦନ୍ତେୱାଡା SP ଅଭିଷେକ ପଲ୍ହବ ଙ୍କ ଏଭଳି ପ୍ରୟାସ ଙ୍କୁ ବିଭିନ୍ନ ମହଲରେ ବେଶ ପ୍ରଶଂସା କରିଛନ୍ତି ।

 

 

 

KNews Bureau

Recent Posts

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିନ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

3 mins ago

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

22 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

26 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

32 mins ago

ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର, ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

35 mins ago

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

1 hour ago