କାଲି ହାତରେ ଥିଲା ବନ୍ଧୁକ ହେଲେ ଆଜି ବରମାଳା, ଭାଲେଣ୍ଟାଇନ ଡେ’ରେ ବିବାହ ବନ୍ଧନରେ ବାନ୍ଧି ହେଲେ ୧୫ ମାଓ ଯୋଡି

ଛତିଶଗଡ଼(କେ ନ୍ୟୁଜ): ଆଜିର ଦିନକୁ ସାରା ବିଶ୍ୱ ଭାଲାଣ୍ଟାଇନ ଡେ’ ଭାବେ ପାଳନ କରିଥାଏ । ଭଲ ପାଇବା ବା ପ୍ରେମର ଦିନକୁ ଭଲାଣ୍ଟାଇନ ଦିନ ଭାବେ ବୁଝା ଯାଇଥାଏ। ଆଜିର ଦିନ ଦନ୍ତେୱାଡା ପୋଲିସ ପାଇଁ କିଛିଟା ଅଲଗା ଥିଲା । ହିଂସା ଛାଡ଼ି ମୁଖ୍ୟ ସ୍ରୋତରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ଜିଇଁବାର ରାହା ଦେଖାଇଛନ୍ତି ଛତିଶଗଡ଼ ପୋଲିସ। ଯେଉଁ ହାତରେ ଦିନେ ବନ୍ଧୁକ ଥିଲା ସେଇ ହାତରେ ଗୋଲାପ ଫୁଲ ଧରାଇ ବୈବାହିକ ବନ୍ଧନରେ ବାନ୍ଧିଛି ଛତିଶଗଡ଼ ପୋଲିସ । ସେ ପୁଣି ଗୋଟିଏ ନୁହେଁ କି ଦୁଇଟି ନୁହେଁ ପନ୍ଦର ପନ୍ଦର ଯୋଡିକୁ ବୈବାହିକ ବନ୍ଧନରେ ବାନ୍ଧିଲା ଦନ୍ତେୱାଡା ପୋଲିସ । ଆଜି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲା ପୋଲିସ ଏକ ନିଆରା ପ୍ରୟାସ କରିଥିଲେ । ଏହି ବିବାହରେ ଆଦିବାସୀ ସ୍ଥାନୀୟ ସଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା ।

ପାରମ୍ପରିକ ବାଜାରେ ଦୁଲୁକୁଲା ବିବାହ ବେଦୀ । ଦିନେ ମାଓବାଦୀ ଭାବେ ରକ୍ତର ନଦୀ ବୁହାଉ ଥିବା ମହିଳା ଆଜି କନିଆ ବେଶରେ ସଜ ହୋଇଛନ୍ତି । ପାଦରେ ଅଳତା ନାଲି ଶାଢ଼ୀ ପିନ୍ଧି ସଜେଇ ହୋଇଛି ନୂଆ କନିଆ। ସବୁ ରୀତିନୀତି ପରମ୍ପରା ଛତିଶଗଡ଼ ଆଦିବାସୀ ସଂସ୍କୃତି ଏବଂ ପରମ୍ପରା କୁ ସମ୍ମାନ ଦେଇ ଏହି ବିବାହ ସମ୍ପର୍ଣ୍ଣ କରାଯାଇଥିଲା। ମାଓ ସଙ୍ଗଠନରେ ଭଲ ପାଇ ବିବାହ କରିବା ସମ୍ପୂର୍ଣ୍ଣ ମନା । ତେଣୁ ପୁରୁଷ ହେଉ କି ମହିଳା ନକ୍ସଲଙ୍କୁ ନସବନ୍ଦୀ କରିଥାନ୍ତି ମାଓ ସଙ୍ଗଠନ ।

ତେବେ ମୁଖ୍ୟ ସ୍ରୋତକୁ ଫେରିଥିବା ମାଓବାଦୀଙ୍କ ଏହି ଅଧୁରା ସ୍ୱପ୍ନ କୁ ପୂରଣ କରିଛନ୍ତି ଦନ୍ତେୱାଡା ପୋଲିସ। ପୋଲିସ ଅଧିକାରୀ ଏବଂ କର୍ମଚାରୀ ସାଜିଛନ୍ତି ବର କନିଆଙ୍କ ପରିଜନ। ଦନ୍ତେୱାଡାର କାରଲୀ ଠାରେ ବିବାହ ସଜ୍ଜାଯାଇ ବିବାହ ସମ୍ପର୍ଣ୍ଣ କରାଯାଇଛି ବିବାହ ଉତ୍ସବ । ଦନ୍ତେୱାଡା SP ଅଭିଷେକ ପଲ୍ହବ ଙ୍କ ଏଭଳି ପ୍ରୟାସ ଙ୍କୁ ବିଭିନ୍ନ ମହଲରେ ବେଶ ପ୍ରଶଂସା କରିଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.