Below header

ଇଜିପ୍ଟରୁ ମିଳିଲା ୫୦୦୦ ବର୍ଷ ପୁରାତନ ବିୟର ଫ୍ୟାକ୍ଟ୍ରିର ସନ୍ଧାନ, ବଳିପ୍ରଥା ପ୍ରଚଳିତ ଥିବା ଅଞ୍ଚଳରେ ଥିଲା ଏହି ଫ୍ୟାକ୍ଟ୍ରି !

ଆମେରିକା ଏବଂ ଇଜିପ୍ଟର ପ୍ରତ୍ନତତ୍ତ୍ୱବିତ୍‌ମାନେ ଇଜିପ୍ଟରେ ଖନନ ବେଳେ ୫୦୦୦ ବର୍ଷର ପୁରାତନ ବିୟର ଫ୍ୟାକ୍ଟ୍ରିର ସନ୍ଧାନ ପାଇଛନ୍ତି, ଯାହାକି ଏ ପର୍ଯ୍ୟନ୍ତର ସବୁଠାରୁ ପୁରୁଣା ବିୟର ଫ୍ୟାକ୍ଟ୍ରି ବୋଲି ଦାବି କରାଯାଉଛି। ଏହି ଫ୍ୟାକ୍ଟ୍ରି ଇଜିପ୍ଟର ପ୍ରାଚୀନତମ ସହର ଅବାଇଡୋସ୍‌ରୁ ମିଳିଛି। ତଥ୍ୟ ମୁତାବକ, କାୟରୋ ସହରଠୁୁ ପାଖାପାଖି ୪୫୦ କିଲୋମିଟର ଦୂର ନୀଳ ନଦୀର ଦକ୍ଷିଣ ଭାଗରେ ଥିବା ମରୁଭୂମିରେ ଏହି ଫ୍ୟାକ୍ଟ୍ରିର ସନ୍ଧାନ କରାଯାଇଛି। ଏହା ରାଜା ନାର୍ମରଙ୍କ ସମୟର ହୋଇଥିବା ନେଇ ଅନୁମାନ କରାଯାଉଛି। ଫ୍ୟାକ୍ଟ୍ରିର ନିର୍ମାଣ ଖ୍ରୀଷ୍ଟପୂର୍ବ ୩୧୫୦ରୁ ୨୬୧୩ ମଧ୍ୟରେ ହୋଇଥାଇପାରେ।

ଖନନ ସମୟରେ ପ୍ରତ୍ନତତ୍ତ୍ୱବିତ୍‌ଙ୍କୁ ୮ଟି ବଡ଼ ବଡ଼ ବିୟର ତିଆରି ୟୁନିଟ୍ସ ମିଳିଛି। ୟୁନିଟ୍‌ଗୁଡ଼ିକର ଲମ୍ବ ୬୫ ଫୁଟ୍‌ ହୋଇଥିବା ବେଳେ ଚଉଡ଼ା ରହିଛି ପାଖାପାଖି ୮ ଫୁଟ୍‌। ୟୁନିଟ୍‌ରେ ବିୟରର ମିକ୍ସରକୁ ବନାଇବା ଏବଂ ପାଣି ସହିତ ବଏଲ୍‌ କରିବା ପାଇଁ ୪୦ଟି ବେସିନ୍‌ ରହିଛି। ପ୍ରତ୍ନତତ୍ତ୍ୱବିତ୍‌ଙ୍କ କହିବା ହେଲା, ବିୟର ଫ୍ୟାକ୍ଟ୍ରି ସେହି ଅଞ୍ଚଳରେ ତିଆରି କରାଯାଇଥିବ, ଯେଉଁଠି ବଳିପ୍ରଥା ପ୍ରଚଳିତ ଥିବ। ହୁଏତ ସେହି ସମୟରେ ଲୋକେ ବିୟର ପିଉଥିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.