ଇଣ୍ଟରନେଟ୍‌ରେ ଅଶ୍ଳୀଳ ଫଟୋ ଓ ଭିଡିଓ ଦେଖିଲେ, ଆଉ ରକ୍ଷା ନାହିଁ; ସିଧା ବନ୍ଧା ହୋଇଯିବେ

ଇଣ୍ଟରନେଟ୍‌ରେ ଅଶ୍ଳୀଳ କଣ୍ଟେଣ୍ଟ ଦେଖିବା ବ୍ୟକ୍ତିଙ୍କୁ ଆଉ ରକ୍ଷା ନାହିଁ। ଯେଉଁମାନେ ମୋବାଇଲରେ ଅଶ୍ଳୀଳ ଭିଡିଓ ଓ ଫଟୋ ଦେଖୁଛନ୍ତି, ପୋଲିସ ଏବେ ସେଭଳି ଲୋକଙ୍କ ଉପରେ କଡ଼ା ନଜର ରଖିବ। ଏହି ନିୟମ ଲାଗୁ ହୋଇଛି ଉତ୍ତର ପ୍ରଦେଶରେ। ରିପୋର୍ଟ ମୁତାବକ, ସୁବେରେ ମହିଳାଙ୍କ ସୁରକ୍ଷା ପାଇଁ ପୋଲିସ ଏକ ଡିଜିଟାଲ ଚକ୍ରବ୍ୟୁହ ତିଆରି କରୁଛି। ଏହା ମାଧ୍ୟମରେ ମହିଳାଙ୍କୁ ସବୁଆଡ଼େ ସୁରକ୍ଷା ଯୋଗାଯାଇପାରିବ।

ଅଶ୍ଳୀଳ କଣ୍ଟେଣ୍ଟ ଦେଖିଲେ ୧୦୯୦ର ୱେ ବ୍‌ସାଇଟ୍‌ରେ ଏକ ମେସେଜ୍‌ ଆଲର୍ଟ ମଧ୍ୟ ଆସିବ। ଯାହା ଦ୍ୱାରା ଉକ୍ତ ବ୍ୟକ୍ତିଙ୍କ ଡାଟା ୧୦୯୦ ପାଖରେ ସୁରକ୍ଷିତ ହୋଇଯିବ ଓ ପରେ ଯଦି ଉକ୍ତ ବ୍ୟକ୍ତି କିଛି ଅପରାଧ କଲେ ତେବେ ତାଙ୍କୁ ଉକ୍ତ ଡାଟା ଆଧାରରେ ଗିରଫ କରାଯିବ।

ଏଥିସହ ମହିଳାଙ୍କୁ ସଚେତନ କରିବା ପାଇଁ ଯେଉଁ ମହିଳା ଇନ୍‌ଷ୍ଟାଗ୍ରାମ୍‌, ଫେସ୍‌ବୁକ୍‌ରେ ଅଛନ୍ତି ସେମାନଙ୍କୁ ସୋସିଆଲ ମିଡିଆରେ ୧୦୯୦ ତରଫରୁ ମେସେଜ୍‌ ମାଧ୍ୟମରେ ସଚେତନ କରାଯିବ। ୧୦୯୦ ତରଫରୁ ‘ଯିସ୍‌କୋ ନା ସୁଧାରପାୟା ମାଷ୍ଟରଜୀ କି ଛଡ଼ି ଉନ୍‌ କେ ଲିଏ ୧୦୯୦କେ ହାତକଡ଼ି’, ଛିଛୋରେ କେ ନ ଚଲେଙ୍ଗେ ହଥକଣ୍ଡେ ଜବ ୧୦୯୦ ଚଲାଏଗୀ ଉନ୍‌ ପରେ ଦଣ୍ଡେ’, ‘ବିପତ୍ତି ମେ ସାହାରା ହେ ୧୦୯୦ ହମାରା ହେ’ ଆଦି ମେସେଜ୍‌ ପଠାଯିବ।

ଏଡିଜି ନୀରା ରାଓ୍ଵତଙ୍କ କହିବାନୁସାରେ ଏହି ଯୋଜନାକୁ ପାଇଲଟ୍‌ ପ୍ରୋଜେକ୍ଟ ଭାବେ ଉତ୍ତର ପ୍ରଦେଶରେ ଆରମ୍ଭ କରାଯାଇଥିଲା। ସେଠାରେ ଏହାର ଭଲ ରେସପନ୍ସ ଦେଖିବାକୁ ମିଳିଥିଲା। ଏଣୁ ଏବେ ପୂରା ରାଜ୍ୟରେ ଏହାକୁ ଲାଗୁ କରାଯିବ। ଫଳରେ ମହିଳାମାନେ ସୁରକ୍ଷିତ ରହିପାରିବେ।

Leave A Reply

Your email address will not be published.