Below header

ଭାଲେଣ୍ଟାଇନ୍‌ ଡେ’ରେ ପତି ଦେଲେ ପତ୍ନୀଙ୍କୁ କିଡ୍‌ନୀ ଉପହାର, କହିଲେ ଏହା ହିଁ ପ୍ରକୃତ ପ୍ରେମ

ପ୍ରେମରେ ଭିଜିଥିବା ପ୍ରେମୀ ତା’ର ପ୍ରେମିକାକୁ କେତେ କ’ଣ ଉପହାର ଦିଏ । ପ୍ରେମିକା ପାଇଁ ବହୁତ କିଛି କରିବାକୁ କଥା ଦେଇଥାଏ । ହେଲେ ଖୁବ୍‌ କମ୍‌ ଏହାକୁ ପାଳନ କରିଥାନ୍ତି । ହେଲେ ଗୁଜୁରାଟରେ ଜଣେ ବ୍ୟକ୍ତି ତା’ର ପତ୍ନୀ ପାଇଁ ଏମିତି କିଛି କରି ଦେଖାଇଛନ୍ତି । ଯାହା ଜାଣିଲେ ଯେକେହି ଆଶ୍ଚର୍ଯ୍ୟ ହୋଇଯିବେ । ସେ ତାଙ୍କ ପ୍ରକୃତ ପ୍ରେମର ନିଦର୍ଶନ ଦେଖାଇଛନ୍ତି ପତ୍ନୀଙ୍କୁ ନିଜର ଏକ କିଡ଼୍‍ନୀ ଉପହାର ଦେଇ ।

kidney
photo credit: punjabkesari

ବିନୋଦ ପଟେଲ ଓ ରୀତା ପଟେଲ୍‌ ତାଙ୍କ ବିବାହକୁ ୨୩ ବର୍ଷ ପୂରିଛି । ହେଲେ ଏବେ ପତ୍ନୀ କିଡ୍‌ନୀ ରୋଗରେ ପୀଡ଼ିତ ହେବା ପରେ ଭାଙ୍ଗି ପଡ଼ି ନାହାଁନ୍ତି ସେ । ପତ୍ନୀଙ୍କ ଜୀବନ ବଞ୍ଚାଇବା ପାଇଁ ସେ ନିଜର ଏକ କିଡ୍‌ନୀ ଉପହାର ଦେଇଛନ୍ତି । ତାହା ପୁଣି ଭାଲେଣ୍ଟାଇନ୍‌ ଡେ’ ରେ । ପତ୍ନୀଙ୍କ ଜୀବନ ବଞ୍ଚାଇବା ପାଇଁ ହୁଏତ ଏହା ଠାରୁ ଆଉ ବଡ଼ ଉପହାର କିଛି ହୋଇ ନପାରେ ବୋଲି କହିଛନ୍ତି ବିନୋଦ ।

ଭାଲେଣ୍ଟାଇନ ଡେ ଅର୍ଥାତ୍‌ ୧୪ ଫେବ୍ରୁଆରୀରେ ତାଙ୍କର ବିବାହ ହୋଇଥିଲା । ଆଜି ମଧ୍ୟ ତାଙ୍କର ଥିଲା ବିବାହ ବାର୍ଷିକୀ । ତେଣୁ ଆଜିର ଦିନରେ ସେ ତାଙ୍କର ପତ୍ନୀଙ୍କୁ ନିଜର ଏକ କିଡନୀ ଦାନ କରିଛନ୍ତି । ଅହମ୍ମଦାବାଦର ଏକ ପ୍ରାଇଭେଟ୍‌ ହସ୍‌ପିଟାଲରେ ପତ୍ନୀଙ୍କର ସର୍ଜରୀ ହୋଇ କିଡନୀ ପ୍ରତିରୋଣ ହୋଇଛି । ବିନୋଦଙ୍କର ଏହି ଉପହାର ପତ୍ନୀଙ୍କ ଜୀବନ ବଞ୍ଚାଇ ପାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.