ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ୧୩୪ ରନ୍‌ କରି ଇଂଲଣ୍ଡ ଅଲ୍‌ଆଉଟ, ୧୯୫ ରନ୍‌ରେ ଆଗୁଆ ଭାରତ

ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଖେଳା ଯାଉଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ଟିମ୍‌ ନିଜ ପ୍ରଥମ ଇଂନିସ୍‌ରେ ମାତ୍ର ୧୩୪ ରନ୍‌ କରି ଅଲ୍‌ଆଉଟ୍‌ ହୋଇଛି। ଭାରତ ନିଜ ପ୍ରଥମ ଇଂନିସ୍‌ରେ ୩୨୯ ରନ୍‌ କରିଥିଲା। ତେଣୁ ଭାରତ ୧୯୫ ରନ୍‌ରେ ଆଗୁଆ ରହିଛି। ଭାରତ ପାଇଁ ଅଫ୍‌ ସ୍ପିନର ଆର୍‌ ଅଶ୍ୱିନ୍‌ ୪୩ ରନ୍‌ ଦେଇ ୫ ଓ୍ଵିକେଟ୍‌ ନେଇଛନ୍ତି। ସେପଟେ ଇଂଲଣ୍ଡ ପାଇଁ ଓ୍ଵିକେଟ୍‌ କିପର ବ୍ୟାଟ୍ସମ୍ୟାନ ବେନ୍‌ ଫକ୍ସ ସର୍ବାଧିକ ୪୨ ରନ୍‌ କରି ଅପରାଜିତ ରହିଛନ୍ତି।

ବେନ୍‌ ଫକ୍ସ ୧୦୭ ବଲ୍‌ରେ ୪ଟି ଚଉକା ମାରିଛନ୍ତି। ଏହା ବ୍ୟତୀତ ଓଲି ପୋପ୍‌ ୨୨, ବେନ୍‌ ଷ୍ଟୋକ୍ସ ୧୮ ଏବଂ ଡମିନିକ୍‌ ସିବ୍‌ଲେ ୧୬ ରନ୍‌ କରିବାରେ ସକ୍ଷମ ହୋଇଛନ୍ତି। ସେପଟେ ଭାରତ ତରଫରୁ ଇଶାନ୍ତ ଶର୍ମା ୨୨ ରନ୍‌ ଦେଇ ୨ ଓ୍ଵିକେଟ୍‌, ଅକ୍ଷର ପଟେଲ ୪୦ ରନ୍‌ ଦେଇ ୨ ଓ୍ଵିକେଟ୍‌ ଏବଂ ମହମ୍ମଦ ସିରାଜ ୫ ରନ୍‌ ଦେଇ ଗୋଟିଏ ଓ୍ଵିକେଟ୍‌ ହାସଲ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.