Below header

ନ୍ୟାୟ ନ ମିଳିଲେ ସମୁହେ ଦେବୁ ଆତ୍ମାହୁତି: ଝରାଫୁଲର ମା’

ଏ ଭିତରେ ଝରାଫୁଲ ମୃତ୍ୟୁକୁ ପାଖାପାଖି କୋଡିଏ ଦିନ ବିତି ଗଲାଣି । ଘଟଣାର ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ପୋଲିସ। ବାରାମ୍ବାର ଭୁବନେଶ୍ୱର ସ୍ଥିତ ଗେଷ୍ଟହାଉସକୁ ଆଦି ଘଟଣାର ରି କ୍ରିଏସନ ମଧ୍ୟ କରାଗଲାଣି । ଗତବର୍ଷ ହୋଲି ସମୟରେ ରାକେଶ ଆଉ ଜଣଙ୍କୁ ହତ୍ୟା କରିଥିବା ନେଇ ଝରଫୁଲ ଗାଁର ଜଣେ ମହିଳା ବୟାନ ଦେଇଛନ୍ତି । ହତ୍ୟା ଘଟଣାରେ ସଂପୃକ୍ତି ଥିବା ନେଇ ଝରାଫୁଲ ଗାଁର ମହିଳା ସୁସୁମା ନାୟକ ଆଗରେ ପ୍ରକାଶ କରିଥିଲା ନିଜେ ରାକେଶ ସ୍ୱାଇଁ । କହିରଖିବା ଉଚିତ ହେବକି ସୁସୁମା ନାୟକ ହେଉଛନ୍ତି ଝରଫୁର ଗାଁର ଜଣେ ପୂଜକ । ଆଉ ସେହି ହତ୍ୟାକାଣ୍ଡ ଭିଆଇବା ପରେ ରକ୍ତ ଲାଗିଥିବା ଡ୍ରେସରେ ଝରାଫୁଲ ଗାଁରେ ରହିଥିଲା । ବୃନ୍ଧେଇପୋସିରେ ନିଜକୁ ଆତ୍ମଗୋପନ କରି ପାଇପ କାମରେ ନିଜକୁ ନିୟୋଜିତ ରଖିଥିଲା ।

jharaphula mother

ଏହା ସହ ୧୦୮ଟି ନଡିଆ ମାନସିକ ରଖି ପୂଜା କରିଥିଲା । ଗୋଟିଏ ବର୍ଷ ଧରି ବାପାଙ୍କ ଠାରୁ ଦୁରେଇ ରହିବା ଯୋଗୁଁ ଏହି ପୂଜା କରିଥିବା ବନେଇ ମଧ୍ୟ କହିଥିଲେ । ସେପଟେ ଝରାଫୁଲ ବାପା ସାମାନ୍ୟ ଅସୁସ୍ଥ ଥିବା ଜଣାଯାଇଛି | ବାନ୍ତି ଓ ବିପି ବଢିଯିବାରୁ ତାଙ୍କୁ ଅସୁସ୍ଥ ଅବସ୍ଥାରେ ଶୁକୃଳି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । କିଛି ଘଣ୍ଟା ଡାକ୍ତରଖାନାରେ ରହିଲା ଡାକ୍ତର ତାଙ୍କୁ ଘରକୁ ପଠେଇ ଦେଇଥିଲେ । ଅନ୍ଯ ପଟେ ଝରାଫୁଲ ବାପା ଦେହ ଖରାପ ପାଇଁ ପ୍ରତିକ୍ରିୟା ଦେଇପାରି ନାହାନ୍ତି । ଝରାଫୁଲ ମୃତ୍ୟୁକୁ ଆଜି ୧୯/୨୦ ଦିନ ବିତି ଯାଇଥିଲେ ବି ମୃତ୍ୟୁର ପ୍ରକୃତ ରହସ୍ଯ ଏଯାବତ ଉନ୍ମୋଚନ ହୋଇପାରିନି ।

ପୋଲିସ ହାତରେ ଶବ ବେବ୍ଯଛେଦ ରିପୋର୍ଟ,ଭିସରା ରିପୋର୍ଟ ସହିତ ବହୁ ତଥ୍ଯ ଲାଗିଥିଲେ ମଧ୍ୟ ଆଜି ପର୍ଯ୍ଯନ୍ତ କୌଣସି ସୂଚନା ସାର୍ବଜନୀନ କରିନି ପୋଲିସ । ଯାହାକୁ ନେଇ ଏବେ ପରିବାର ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି | ଝରାଫୁଲର ମା ପ୍ରତିକ୍ରିୟା ଦେଇ କହିଛନ୍ତି ମୋ ଝିଅର ମୃତ୍ୟୁ ରାଜଧାନୀରେ ହୋଇଛି । ଯଦି ଆମକୁ ନ୍ଯାୟ ନ ମିଳେ ତେବେ ଆମେ ସପରିବାର ଯାଇ ରାଜଧାନୀରେ ଆତ୍ମାହୁତି ଦେବୁ ।ତେବେ ଏଠାରେ ପ୍ରଶ୍ନ ଉଠେ ରାଜ୍ଯ ସରକାରଙ୍କ ପୋଲିସ ବିଭାଗ ପାଖରେ ସମସ୍ତ ତଥ୍ଯ ଥିଲେ ମଧ୍ୟ ବର୍ତ୍ତମାନ ଦ୍ୱିତୀୟ ଆସାମୀ ଶକ୍ତି ଶେଖରକୁ ପୋଲିସ ଖୋଜି ପାଉନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.